#CoronaIndiaUpdates: ବଢ଼ି ଚାଲିଛି କରୋନା ବିତ୍ପାତ, ୨୪ ଘଣ୍ଟାରେ ୧୦୩୩ ନୂଆ ଆକ୍ରାନ୍ତ

ଭୁବେନେଶ୍ଵର , (ଓଡ଼ିଶା ଟାଇମ୍‌): ୨୧ ଦିନର ଲକ୍‌ଡାଉନ୍‌ ପରେ ମଧ୍ୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ  ଦେଖାଯାଉ ନାହିଁ। ଦିନକୁ ଦିନ ଏହି ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ୧୦୩୩ ଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ୪୮୭ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ସେହି ୨୪ ଘଣ୍ଟାରେ ୩୫ଜଣଙ୍କ ମୃତ୍ୟୁ ଘଟି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୯୩ ହୋଇଛି। ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ହେଉଛି ୯୭୩୩।

ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୫୦ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସଂଖ୍ରଶ ୨୬୬୪ରେ ପହଞ୍ଚିଛି। ସେହିପରି ମଧ୍ୟପ୍ରଦେଶରେ ୧୨୭ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ରାଜସ୍ଥାନରେ ଗୋଟିଏ ଦିରେ ୧୦୮ ଜଣଙ୍କୁ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ କରାଯାଇଛି। ଉତ୍ତର ପ୍ରଦେଶରେ ୧୨୭ ଜଣ ନୂଆ ରୋଗୀ, ତେଲେଙ୍ଗାନାରେ ୫୨, ଆନ୍ଧ୍ରରେ ୪୪ ଦିଲ୍ଲୀରେ ୫୧, ତାମିଲ୍‌ନାଡ଼ୁରେ ୩୧ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଏବେ ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ କରୋନା ରୋଗୀ ରହିଛନ୍ତି। ରାଜ୍ରରେ ଏହି ସଂଖ୍ରା ୨୨୪୭ ଥିବାବେଳେ ଦିଲ୍ଲୀରେ ୧୫୦୦, ତାମିଲ୍‌ନାଡ଼ୁରେ ୧୧୧୧, ରାଜସ୍ଥାନରେ ୮୪୭, ମଧ୍ୟପ୍ରଦେଶରେ ୬୨୪, ଉତ୍ତର ପ୍ରଦେଶରେ ୬୦୨, ଗୁଜରାଟରେ ୫୬୩, ତେଲେଙ୍ଗାନାରେ ୫୧୬ଜଣ ସକଅିୟ ରହିଛନ୍ତି। ଓଡ଼ିଶାରେ ଏବେ ୪୧ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି। ଏଠାରେ ସମୁଦାୟ ସଂଖ୍ରା ୬୦ ରହିଛି। ଗତ ୨୪ ଘଣ୍ଟାରେ ୫ ଜଣଙ୍କ ନାଁ ସାମିଲ୍‌ ହୋଇଛି।

ଆସନ୍ତୁ ନଜର ପକାଇବା ଦେଶରେ କରୋନା ସଂକ୍ରମଣ ବାବଦରେ:

STATE/UT

CONFIRMED

ACTIVE

RECOVERED

DECEASED
MAHARASHTRA
2,684 2,247 259 178
DELHI
1,561 1,500 31 30
TAMIL NADU
1,204 1,111 81 12
RAJASTHAN
1,005 847 147 11
MADHYA PRADESH
741 624 64 53
UTTAR PRADESH
660 602 50 8
GUJARAT
650 563 59 28
TELANGANA
644 516 110 18
ANDHRA PRADESH
483 458 16 9
KERALA
386 173 211 2
JAMMU AND KASHMIR
278 244 30 4
KARNATAKA
260 179 71 10
HARYANA
198 140 55 3
WEST BENGAL
190 147 36 7
PUNJAB
184 144 27 13
BIHAR
66 36 29 1
ODISHA
60 41 18 1
UTTARAKHAND
37 28 9
CHHATTISGARH
33 23 10
ASSAM
32 31 1
HIMACHAL PRADESH
32 18 12 2
JHARKHAND
27 25 2
CHANDIGARH
21 14 7
LADAKH
17 5 12
ANDAMAN AND NICOBAR ISLANDS
11 1 10
GOA
7 2 5
PUDUCHERRY
7 6 1
MANIPUR
2 1 1
TRIPURA
2 2
ARUNACHAL PRADESH
1 1
DADRA AND NAGAR HAVELI
1 1
MEGHALAYA
1 1
MIZORAM
1 1
NAGALAND
1 1
TOTAL
11,487 9,733 1,361 393
34 STATES/UTS AFFECTED

 

Leave a Reply

Your email address will not be published.