#coronaIndiaUpdates: ଭାରତରେ ୬୬୫ ନୂଆ ରୋଗୀ, ଓଡ଼ିଶା ସ୍ଥାନ ୧୮

ଭୁବନେଶ୍ଵର, (ଓଟି): କରୋନାର ସୃଷ୍ଟି ଦେଶ ଚୀନରେ ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। କିଛି ବିଦେଶାଗତଙ୍କ ଛଡ଼ା ଗୋଷ୍ଠୀ ସଂକ୍ରମଣ କମ୍‌ ପରିଲକ୍ଷିତ ହେଉଛି। କିନ୍ତୁ ଭାରତରେ ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ବଢ଼ି ଚାଲିଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୮ରେ ପହଞ୍ଚିଛି। ଏଥିାୂ ସମୁଦାୟ ସକ୍ରିୟ ରୋଗୀଙ୍କ ସଂଖ୍ରଶ ୨୭୯୩। ଏ ଭିତରେ ୨୯୩ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୬ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ତାଲିକାର ଶୀର୍ଷରେ ରହିଛି ମହାରାଷ୍ଟ୍ର। ଏଠଶରେ ସମୁଦାୟ ୪୯୦ ଜଣ କରୋନା ଚିହ୍ନିତ ସେମାନଙ୍କ ଭିତରୁ ୫୦ ଜଣ ସୁସ୍ଥ ହୋଇଛନ୍ତି ୨୬ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସମୁଦାୟ ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି ୪୧୪।

ଭାରତର ଟପ୍‌ ୫ ରାଜ୍ୟ ଭିତରେ ରହିଛି ମହାରାଷ୍ଟ୍ର,  ତାମିଲନାଡ଼ୁ, ଦିଲ୍ଲୀ, କେରଳ ଏବଂ ତେଲେଙ୍ଗାନା। ତାମିଲ୍‌ନାଡ଼ୁରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୪୧୧। ସେହିପରି ଦିଲ୍ଲୀରେ ଏହି ସଂଖା ୩୮୬ଥିବା ବେଳେ କେରଳରେ ୨୯୫ ଏବଂ ତେଲେଙ୍ଗାନାରେ ୨୨୯ ରହିଛି। ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି କରୋନା ଭୁତାଣୁରେ ଆକ୍ରାନ୍ତ।

ଓଡ଼ିଶା ସ୍ଥିତି

ଓଡ଼ିଶାର ସ୍ଥାନ ଭାରତରେ ୧୮ ରହିଛି। ଏଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୦। ଗତକାଲି ୧୫ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ଓଡ଼ିଶା ଉପରେ ରହିଛି ଆସାମ। ଏହାର ସ୍ଥାନ କରୋନା ସଂକ୍ରମଣରେ ଭାରତରେ ୧୭। ଏଠାରେ ସମୁଦାୟ କରେନା ଚିହ୍ନିତଙ୍କ ସଂଖ୍ୟା ହେଉଛି ୨୩। ଓଡ଼ିଶାରେ ଯେଉଁ ପରି ଭାବେ କରୋନା ବିସ୍ଫୋରକ ରୂପ ଧାରଣ କରିଛି ସେଥିରେ ଆସନ୍ତା ୪୮ ଘଣ୍ଟା ଯଥେଷ୍ଟ ଗୁରୁତ୍ଵପୂଣ୍ଣ ରହିଛି। ଏହି ସମୟରେ କରୋନା ଭୁତାଣୁର ଶୃଙ୍ଖଳକୁ ଅବରୋଧ କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଛି। କଟକ, ଭଦ୍ରକ, ଭୁବନେଶ୍ଵର ପରି ସହରରେ ସମ୍ପୂଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି।

Leave a Reply

Your email address will not be published.