କରୋନା ବିପର୍ଯ୍ୟୟ ଭଗବାନ କୃତ, ବିଲ୍‌ଡର ଡେରିକଲେ ମାମଲା ହୋଇପାରିବ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଠାବାଡ଼ି ତିଆରି କରୁଥିବା ବିଲ୍‌ଡରଙ୍କୁ ମହଲତ ଦେଇଛନ୍ତି କେନ୍ଦ୍ର ସରକାର। କରୋନା କାଳରେ ବିଳମ୍ବ ହୋଇଥିଲେ ତାହାକୁ ନେଇ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ଏହି ବିପର୍ଯ୍ୟୟକୁ ଭଗବାନକୃତ ବୋଲି ଗ୍ରହଣ କରାଯିବ। ଏରୁ ଏହି ସୁବିଧାର ସୁଯୋଗ ନେଇ

ପଞ୍ଜିକରଣ ଓ ପରିସମାପ୍ତି ତାରିଖକୁ ଆହୁରି ୬ ମାସ ଆଗକୁ ବଢ଼ାଇଦିଆଯିବ। ଏଥିଲାଗି କୌଣସି ବ୍ୟକ୍ତିଗତ ଆବେଦନ ଆବଶ୍ୟକ ନାହିଁ। ନିୟମାକ ପ୍ରାଧୀକରଣ ମାନଙ୍କୁ ମଧ୍ୟ ଏହି ଅନୁରୋଧ କରାଯିବ।   ରେରା ଆଇନ ଅନୁସାରେ ଯେଉଁ ପ୍ରତିବନ୍ଧକ ରହିଛି ଏହାଦ୍ଵାରା ଲାଗୁ ହେବ ନାହିଁ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସହରାଞ୍ଚଳଳ ବିକାଶ ମନ୍ତ୍ରଣାଳୟ ଏକ ଆଦେଶନାମା ଏ ସନ୍ଦର୍ଭରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରିପାରିବେ।

 

Leave a Reply

Your email address will not be published.