ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ଆଶଙ୍କା: ମଣିଷର ସହଚର ହୋଇପାରେ କରୋନା ଭୁତାଣୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ଭୁତାଣୁର ବିନାଶ ନ ହୋଇପାରେ। ଏହା ମଣିଷ ସହ ସବୁଦିନ ରହିପାରେ। ଏଣୁ ଏଥିଲାଗି ବିଶ୍ଵର ପ୍ରତିଟି ଦେଶ ସତର୍କ ରହି ଆବଶ୍ୟକ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିବାକୁ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି।
ସଂଗଠନର ଜରୁରୀକାଳୀନ ସ୍ଥିତି ବିଶେଷଜ୍ଞ ମାଇକ୍ ରିୟାନ୍ କହିଛନ୍ତି, ‘ଏହା ଆମେ ଜାଣି ରଖିବା ଦରକାର ଯେ, କରୋନା ଭୁତାଣୁ ମଣିଷ ସମ୍ପ୍ରଦାୟର ସହଚର ହୋଇପାରେ। ଏହା କେବେ ଉଭେଇ ନପାରେ। ଏଣୁ ଆମକୁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ।
ଆଜି ଯାଏ ବିଶ୍ଵ ଏଚ୍ଆଇଭି ବାବଦରେ ଅନେକ ଗବେଷଣା କରି ବିଫଳ ହୋଇଛି। ଏଯାଏ କୌଣସି ଟୀକା ଉଦ୍ଭାବନ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ କରୋନା ଭୁତାଣୁ ବିପକ୍ଷରେ ଏକ ସଫଳ ଟୀକା ଉଦ୍ଭାବନ ବି ସଫଳ ହୋଇ ନପାରେ। ଯେହେତୁ ଶତାଧିକ ଟୀକା ଏବାବଦରେ ବିକାଶ କରାଯାଇଛି କିନ୍ତୁ କୌଣସି ଟୀକା କ୍ଲିନିକାଲଥ ଟ୍ରାଏଲ୍ରେ ସଫଳ ହୋଇ ନାହିଁ ସେଥିଲାଗି ଏହି ଆଶଙ୍କା ଉଠିବା ସ୍ଵଭାବିକ।