ଲଣ୍ଡନରେ ଆଜି ହେବ କରୋନା ଟୀକା ପରୀକ୍ଷଣ, ଭାରତୀୟ ସଂସ୍ଥାର ଯୋଗଦାନ
ଭୁେନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ସଂକ୍ରମଣ ପାଇଁ ଆଜି ଯାଏ କୌଣସି ଔଷଧ, ନିର୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ବା ଟୀକା ଆବିଷ୍କାର ହୋଇ ନାହିଁ। ଫଳରେ କରୋନା ସଂକ୍ରମଣର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ଵର ବିଭିନ୍ନ ସରକାର କେବଳ ସାମାଜିକ ଦୂରତ୍ଵ ଓ ଲକ୍ଡାଉନ୍କୁ ଗୁରୁତ୍ଵ ଦେଇଛନ୍ତି। ଏ ଭିତରେ ଲଣ୍ଡନ୍ରେ ଆଜି ଏକ ବିଶେଷ ଟୀକା ପରୀକ୍ଷଣ ପାଇଁ ସ୍ଥିର କରାଯାଇଛି।
ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହି ଟୀକା ପରୀକ୍ଷଣ ହେବ। ଏହା ପୁଣି ମାନବ ଶରୀରରେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଯଦି ଏହା ସଫଳ ହୁଏ ତେବେ ଆଗକୁ ଟୀକା ପ୍ରସ୍ତୁତି ବଢିଚାଲିବ ବୋଲି ଆଶା କରାଯାଇଛି।
ଏହି ଟିମ୍ର ମୁଖ୍ୟ ତଥା ବିଶ୍ବିବିଦ୍ୟାଳୟର ପ୍ରଫେସର ଆଡ୍ରିଆନ୍ ହିଲ୍ ଏହି ସୂଚନା ଦେଇ ଆଜି କହିଛନ୍ତି ଯେ ଏହି ଗେବଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ମନୁଷ୍ୟ ଦେହରେ ଏହାର ପ୍ରେୟାଗ କରାଯାଇ ପରୀକ୍ଷା କରାଯିବ। ଏଥିଲାଗି ୫୧୦ ଜଣ ବ୍ୟକ୍ତି ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କ ଦେହରେ ଏହାର ପ୍ରୟୋଗ କରାଯିବ। ତେବେ ଏଥିପାଇଁ ଅନେକ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି ପରୀକ୍ଷା ସଫଳ ହେଲେ ଅଳ୍ପ କେତେ ମାସ ଭିତରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।