#corona Updates: ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ସବୁଠୁ ଅଧିକ ପ୍ରଭାବିତ, ସମୁଦାୟ ସଂଖ୍ୟା ୪୯ ୩୫୧
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶରେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୪୯ ହଜାର ପାର କରିଛି। ଗତ ୨୪ ଘଣ୍ଟା ଭିତରେ ୨୯୫୮ଜଣଙ୍କ ଦେହରେ କରୋନା ଭୁତାଣୁ ଠାବ କରାଯାଇଛି। ସେହିପରି ସମୁଦାୟ ମୃତ୍ୟୁ ସଂଖ୍ୟା ୨୬ ବଢ଼ି ୧୬୯୪ରେ ପହଞ୍ଚିଛି।
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୯୩୯୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି।
ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହି ରାଜ୍ୟର ସମୁଦା୍ର କରୋନା ପଜିଟିଭ୍ଙ୍କ ସଂଖ୍ୟା ୧୫୫୨୫ ରହିଥିବା ବେଳେ ଗୁଜରାଟରେ ୬୨୪୫ଜଣ କରୋନା ଭୁତାଣଉ ସଂକ୍ରମିତ। ସେହିପରି ଗୁଜରାଟରେ ମୋଟ ସଂକ୍ରମିତଙ୍କ ସଂଖ୍ରା ୫୧୦୪ ରହିଛି। ଏହା ଦେଶର ତୃତୀ ସଂକ୍ରମିତ ରାଜ୍ୟ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୬ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଚଣ୍ଡିଗଡ଼ରେ ୧ଜଣ, ଦିଲ୍ଲୀରେ ୬୪ ଜଣ, ଗୁଜରାଟରେ ୩୬୮ ଜଣ, ହରିୟାଣାରେ ୬ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୯ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୭୬ ଜଣ, ମହାରାଷ୍ଟ୍ରରେ ୬୧୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୨୫ ଜଣ, ରାଜସ୍ଥାନରେ ୮୯ ଜଣ, ତାମିଲନାଡୁରେ ୩୩ ଜଣ, ତେଲେଙ୍ଗାନାରେ ୨୯ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୫୬ ଜଣ ଏବଂ ପଶ୍ଚମବଙ୍ଗରେ ୧୪୦ ଜଣ ।