#CoronaUpdates: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଲା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର୨୬୩ ହୋଇଛି। ଗତ୨୪ ଘଣ୍ଟାରେ ୨ ହଜାର ୬୪୪ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ୮୩ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଭାରତରେ ଏସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୦୬ରେ ପହଞ୍ଚିଛି। ଭାରତରେ ଏବେ ସକ୍ରିୟ ମାମଲା ୨୮ହଜାର ୭୦ ଥିବାବେଳେ ୧୦ ହଜାର ୮୮୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଦେଶର ସମୁଦାୟ ମୃତ୍ୟୁସଂଖ୍ୟାାରୁ କେବଳ ମହାରାଷ୍ଟ୍ରରେ ୫୨୧, ଗୁଜରାଟରେ ୨୬୨, ମଧ୍ୟପ୍ରଦେଶରେ ୧୫୧, ରାଜସ୍ଥାନରେ ୬୫, ଦିଲ୍ଲୀରେ ୬୪, ଉତ୍ତରପ୍ରଦେଶରେ ୪୩, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ୩୩ ଜଣଙ୍କର ମୃତ୍ୟୁ ହୋଇଛି।
କେଉଁଠି
|
ସମୁଦାୟ ପଜିଟିଭ୍
|
ସୁସ୍ଥ
|
ମୃତ୍ୟୁ
|
ଭାରତ
|
40,263
|
10,887
|
1,306
|
ବିଶ୍ଵ
|
33,56,205
|
11,30,000
|
238730
|
ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୯୦ ହଜାର ୩୯୯ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏବେ ସମୁଦାୟ ପଜିଟିଭ୍ ସଂଖ୍ୟା ୩୩ ଲକ୍ଷ ପାର କରିଥିବା ବେଳେ ୧୧ଲକ୍ଷ ୩୦ ହଜାର ଆକ୍ରାନ୍ତ ଏ ଭିତରେ ସୁସ୍ଥ ହୋଇଛନ୍ତି। ସେହିପରି ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୮ ହଜାର ୭୩୦ ହୋଇଛି।
ପ୍ରତି ୧ ଘଣ୍ଟାରେ ଦେଶରେ ୧୧୦ ଜଣ କରୋନା ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟାର ତଥ୍ୟ ଆଧାରରେ ଏହା ଆକଳନ କରାଯାଉଛି ଯେ ଦେଶରେ ପ୍ରତି ଘଣ୍ଟାରେ ୩ ସଂକ୍ରମିତ ରୋଗୀ ପ୍ରାଣ ହାରୁଛନ୍ତି। ମହାରାଷ୍ଟ୍ରରେ ଏବେ କରୋନା ମାମଲା ୧୨ ହଜାର ଟପିଛି। ମହାରାଷ୍ଟ୍ର ପରେ ଗୁଜରାଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୫୪ରେ ପହଞ୍ଚିଛି। ଦିଲ୍ଲୀରେ ୪,୧୨୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୨୫୬ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ୬୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତାମିଲନାଡ଼ୁରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ,୭୫୭ ଥିବବେଳେ ରାଜସ୍ଥାନରେ ୨,୭୭୦ ରହିଛି। ସେହିପରି ମଧ୍ୟପ୍ରଦେଶରେ ୨,୮୪୬ ମାମଲା ରହିଛି। ଉତ୍ତରପ୍ରଦେଶରେ ୨,୪୮୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ପ୍ରଥମ ଥର ପାଇଁ କରୋନା ମାମଲା ଚିହ୍ନଟ ହୋଇଥିବା କେରଳରେ ଏବେ ମୋଟ୍ ସଂକ୍ରମଣ ମାମଲା ୪୯୯ ରହିଛି। ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୨୨ରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ୩୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ଜମ୍ମୁ କାଶ୍ମୀରରେ ମାମଲା ୬୬୬ ଥିବାବେଳେ କର୍ଣ୍ଣାଟକରେ କରୋନା ମାମଲା ୬୦୧ ରହିଛି।
ଏବେ ପ୍ରମୁଖ ରାଜ୍ୟଗୁଡ଼ିକର ସ୍ଥିତି
ଓଡ଼ିଶା
|
163
|
1
|
ମହାରାଷ୍ଟ୍ର
|
12,296
|
521
|
ଗୁଜରାଟ
|
5,055
|
262
|
ଦିଲ୍ଲୀ
|
4,122
|
64
|
ମଧ୍ୟପ୍ରଦେଶ
|
2,846
|
156
|
ରାଜସ୍ଥାନ
|
2,772
|
65
|
ତାମିଲ୍ନାଡ଼ୁ
|
2,757
|
29
|
ଉତ୍ତରପ୍ରଦେଶ
|
2,626
|
43
|
ଆନ୍ଦ୍ୟପ୍ରଦେଶ
|
1,583
|
33
|
ଗଲା ୨୪ ଘଣ୍ଟା ଭିତରେ ଓଡ଼ିଶାରେ କରୋନା ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ।