#Corona Update: ୨୪ ଘଣ୍ଟାରେ ୩ ଆକ୍ରାନ୍ତ, ୪ ସୁସ୍ଥ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ତିନିଜଣ ନୂଆ କରୋନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବାଲେଶ୍ଵର, ସୁନ୍ଦରଗଡ଼ ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ ନୂଆ କରୋନା ରୋଗୀ ରହିଛନ୍ତି। ଝାରସୁଗୁଡ଼ାରୁ ଜଣେ ୪୦ ବର୍ଷୀୟ ମହିଳା ସଂକ୍ରମିତ ହୋଇଥିବା ବେଳେ ବାଳେଶ୍ଵରରେ ଜଣେ ୩୪ ବର୍ଷୀୟ ପଶ୍ଚିମବଙ୍ଗ ଫେରନ୍ତା ଏବଂ କେନ୍ଦୁଝର ଜିଲ୍ଲାର ଜଣେ ୩୦ ବର୍ଷୀୟ କୋଲକତା ଫେରନ୍ତା କରୋନା ଭୁତାଣୁ ସଂକ୍ରମିତ ରହିଛନ୍ତି। ଏ ତିନିଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୩ ହୋଇଛି।
ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ କାଲି ୪ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେଥିରୁ ଭଦ୍ରକର ତିନିଜଣ ହୋଇଥିବା ବେଳେ ବାଲେଶ୍ଵରରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ଭଦ୍ରକରେ ଏବେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୭ ଥିବା ବେଳେ ବାଲେଶ୍ଵରରେ ୧୭ଜଣ ରୋଗୀ କରୋନା ପଜିଟିଭ୍ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି।
ଏବେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ସୀମିତ ରହିଛି। ଏହି ସଂଖ୍ୟା ଗତକାଲି ୧୦୩ ଥିଲା। ଏହି ରୋଗୀଙ୍କ ଭିତରୁ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲାରେ ଏଠାରେ ସମୁଦାୟ ୪୭ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାପରେ ବାଲେଶ୍ଵର ଜିଲ୍ଲା୧୭ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାର ୧୫ ଜଣ ଏବେ କରୋନା ଆକ୍ରାନ୍ତ ରହିଛନ୍ତ।
ଏବେ ନଜର ପକାନ୍ତୁ କେଉଁ ଜିଲ୍ଲାରେ ସଂକ୍ରମଣ ସ୍ଥିତି କେତେ ରହିଛି।
ରାଜ୍ୟରେ କରୋନା ସ୍ଥିତି ସକାଳ 7 ଟା, 4ମେ’ ୨୦୨୦
| ଜିଲ୍ଲା | ସମୁଦାୟ ପଜିଟିଭ୍ | ସୁସ୍ଥ | ଆକ୍ରାନ୍ତ | |||
| ୩ ମେ’ | ୪ ମେ’ | ୩ ମେ’ | ୪ ମେ’ | ୩ ମେ’ | ୪ ମେ’ | |
| ଖୋର୍ଦ୍ଧା | ୪୭ | ୪୭ | ୩୧ | ୩୧ | ୧୫ | ୧୫ |
| ଯାଜପୁର | ୪୮ | ୪୮ | ୧ | ୦୧ | ୪୭ | ୪୭ |
| ବାଲେଶ୍ଵର | ୨୦ | ୨୧ | ୩ | ୦୪ | ୧୭ | ୧୭ |
| ଭଦ୍ରକ | ୧୯ | ୧୯ | ୯ | ୧୨ | ୧୦ | ୦୭ |
| ସୁନ୍ଦରଗଡ଼ | ୧୦ | ୧୧ | ୫ | ୦୫ | ୫ | ୦୬ |
| କେନ୍ଦ୍ରାପଡ଼ା | ୦୨ | ୦୨ | ୨ | ୦୨ | ୦ | ୦୦ |
| କଳାହାଣ୍ଡି | ୦୨ | ୦୨ | ୨ | ୦୨ | ୦ | ୦୦ |
| ପୁରୀ | ୧ | ୦୧ | ୧ | ୦୧ | ୦ | ୦୦ |
| କଟକ | ୧ | ୦୧ | ୧ | ୦୧ | ୦ | ୦୦ |
| ଢେଙ୍କାନାଳ | ୧ | ୦୧ | ୧ | ୦୧ | ୦ | ୦୦ |
| କୋରାପୁଟ | ୧ | ୦୧ | ୦ | ୦୦ | ୧ | ୦୧ |
| ଝାରସୁଗୁଡ଼ା | ୨ | ୦୨ | ୦ | ୦୦ | ୦୨ | ୦୨ |
| ଦେବଗଡ଼ | ୧ | ୦୧ | ୦ | ୦୦ | ୧ | ୦୧ |
| କେନ୍ଦୁଝର | ୧ | ୦୨ | ୦ | ୦୦ | ୧ | ୦୨ |
| ବଲାଙ୍ଗୀର | ୨ | ୦୨ | ୦ | ୦୦ | ୨ | ୦୨ |
| ଗଞ୍ଜାମ | ୨ | ୦୨ | ୦ | ୦୦ | ୨ | ୦୨ |
| ସମୁଦାୟ | ୧୬୦ | ୧୬୩ | ୫୬ | ୬୦ | ୧୦୩ | ୧୦୨ |











