#Covidupdate: ଓଡ଼ିଶୋରେ ଚିକିତ୍ସାଧୀନ ୮୩ଙ୍କ ଭିତରୁ ୬ଜଣଙ୍କ କାଶ ହେଉଛି : ଶାଳିନୀ ପଣ୍ଡିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):ରାଜ୍ୟରେ ଏବେ ୮୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଏମାନଙ୍କ ଭିତରୁ ମାତ୍ର ୬ଜଣ ଲକ୍ଷଣ ରହିଛି। ଏମାନଙ୍କର ସାଧାରଣ କାଶ ରହିଛି। ଏମାନଙ୍କର ଡାକ୍ତର, ଭେଣ୍ଟିଲେଟର ଆବଶ୍ୟକ ନାହିଁ। ସାଧାରଣ ଚିକିତ୍ସା ସେମାନଙ୍କୁ ଦରକାର। ଅନ୍ୟମାନଙ୍କ ପାଖଷର କୌଣସି ଲକ୍ଷଣ ନାହିଁ।  କିନ୍ତୁ ଆମେ ତାଙ୍କୁ ଡାକ୍ତରଖାନାରେ ରଖିବାର ଉଦ୍ଦେଶ୍ୟ ହେଉଛି ସେମାନେ ଅନ୍ୟକୁ ସଂକ୍ରମିତ କରିବେ ନାହିଁ ବୋଲି ସ୍ଵାସ୍ଥ୍ୟ ସଚିବ ଶଳିନୀ ପଣ୍ଡିତ କରିଛନ୍ତି।

ପୂର୍ବରୁ  ଓଡ଼ିଶାରେ ଚିହ୍ନିତ କରୋନା ରୋଗୀଙ୍କ ଭିତରେ ମାତ୍ର ୧୮ ପ୍ରତିଶତ ଲକ୍ଷଣ ରହିଛି। ୮୨ ପ୍ରତିଶତ ରୋଗୀ ଲକ୍ଷଣ ବିହୀନ ବୋଲି ପଣ୍ଡିତ କହିଛନ୍ତି। ଦେଶରେ ୮.୪ ପଜିଟିଭ୍‌ ହାର ରହିଥିବା ବେଳେ ମାହାରାଷ୍ଟରେ ୭ ଏବଂ ଭାରତରେ ୪.୩ ପଜିଟିଭ୍‌ ଟେଷ୍ଟ ରହିଛି। କିନ୍ତୁ ଓଡ଼ିଶାରେ ପଜିଟିଭ୍‌  ହାର ମାତ୍ର ୦.୪ ରହିଛି। ଅର୍ଥାତ୍‌ ୨୫୦ ଲୋକଙ୍କ ପରୀକ୍ଷା କରିବା ତେବେ ଜଣଙ୍କୁ ଆମେ ପଜିଟିଭ୍‌ ପାଇବା ବୋଲି ସେ କହିଛନ୍ତି।

ରାଜ୍ୟରେ କରୋନା ଭୁତାଣୁ ଟେଷ୍ଟି ବିଷୟରେ ତଥ୍ୟ ପ୍ରଦାନ ବେଳେ ପଣ୍ଡିତ କହିଛନ୍ତି,  ରାଜ୍ୟରେ ଫେବୃୟାରୀ ମାସରୁ ଟେଷ୍ଟିଂ ଆରମ୍ଭ ହୋଇଛି। କିନ୍ତୁ ଗଲା ୧ ମାସରେ ଟେଷ୍ଟିଂ ବଢ଼ିଛି। ୧୫୦୦ରୁ ଏବେ ସପ୍ତାହକୁ ୧୫ ହଜାର ଟେଷ୍ଟ କରୁଥିଲୁ  ଏବେ ଦିନକୁ ୨୨୦୦ରୁ ୨୪୦୦ କପରୀକ୍ଷା କରୁଛୁ।,ବେ ରାଜ୍ୟର  ୮ଟି ଲ୍ୟାବ‌ରେ ପରୀକ୍ଷା ଚାଲିଛି।  ସେଥିରୁ ୪ଟି ଭୁବନେଶ୍ଵରରେ ରହିଛି ବୋଲି ସେ କହିଛନ୍ତି। କୋରାପୁଟ, ବାଲେଶ୍ଵର, ବଲାଙ୍ଗୀର ଏବଂ ବାରିପଦାରେ ଟେଷ୍ଟିଂ ଆରମ୍ଭ ପାଇଁ ବ୍ୟବସ୍ଥା କରାଯାଉଛି।

ଭାରତରେ ୧୦ ଲକ୍ଷ ଜନସଂଖ୍ୟାରେ ୪୫୨ଟି ପରୀକ୍ଷଣ। ଏଠାରେ ୬୬୬ ଲୋକଙ୍କ ପରୀକ୍ଷା କରାଯାଉଛି। ଏହାକୁ ଆମେ ଅଧିକ ମାତ୍ରାରେ ବଢ଼ାଇବାକୁ ଯାଉଛୁ। ଟେଷ୍ଟିଂର ମୂୁଳ ଲକ୍ଷ୍ୟ ହେଉଛି ପଜିଟିଭ୍‌ କେସ୍‌କୁ ଠାବ କରିବା। ଯଦି  କୌଣସି ପଜିଟିଭ୍‌ ରୋଗୀ ପାଇଲୁ ନାହିଁ ତେବେ ତାହାର ଏକ ଉତ୍ତର ହେବ ଯେ, ଆମେ ଭୁଲ୍‌ ଯାଗାରେ ଖୋଜୁଛୁ ଏବଂ ଆମେ ଠିକଣା ଯାଗାରେ ଟେଷ୍ଟ କରୁ ନାହୁଁ। ଯଦି ସଂଖ୍ୟା ବଢ଼ୁଛି ତେବେ ଜାଣନ୍ତୁ ଯେ, ଆମେ ଠିକଣା ଜାଗାରେ ଟେଷ୍ଟ କରୁଛୁ ବୋଲି ସେ କହିଛନ୍ତି।

ଯଦି ଆମେ ସଂକ୍ରମିତ ବ୍ୟକ୍ତିଙ୍କୁ ଠିକଣା ସମୟରେ ପରୀକ୍ଷା ନକରି ଧରିବା ନାହିଁ। ତେବେ ମାସକରେ ସେ ୪୦୦ ଲୋକଙ୍କ ସଂକ୍ରମିତ କରିବା ଆଶଙ୍କା ରହୁଛି। ଏଣୁ ଜଣେ ସଂକ୍ରମିତଙ୍କୁ  ପରୀକ୍ଷର କଲେ ଆମେ ଠିକଣା ସମୟରେ ଧରି ପାରୁଛୁ ବୋଲି ସେ କହିଛନ୍ତି।

ଯଦି ଆମର ଅଧିକ ପଜିଟିଭ୍‌ କେସ୍‌ ବାହାରୁଛନ୍ତି ଏହାର ଅର୍ଥ ଓଡ଼ିଶାରେ ଅଧିକ ମାତ୍ରାରେ କୋଭିଡ୍‌ ବ୍ୟାପିଛି। ଅନ୍ୟ ରାଜ୍ୟ ସହ ତୁଳନା କରିବା। ଗତ ୪ ସପ୍ତାହରେ ଆମର ପଜିଟିଭ୍‌ ହାର କମୁଥିବା ଲକ୍ଷ କରିଛୁ।  ଯେତେବେଳେ କମ୍ ଟେଷ୍ଟ କରାଯାଉଥିଲା ସେତେବେଳେ ପଜିଟିଭ୍‌ ହାର କମ୍‌ ଥିଲା। ଏବେ ବାହାରୁ ଆସିଥିବା ଲୋକଙ୍କ ଟେଷ୍ଟ କରୁଛୁ। ଯଦି ଟେଷ୍ଟ ବଢ଼ିଲା ଏବଂ ପିଜିଟିଭ୍‌ ସଂଖ୍ୟା କମୁଛି ତେବେ ଆମେ ନିଶ୍ଚିତ ହେବା ଯେ, ଅନ୍ୟ ତୁଳନାରେ କମିଛି।

ଆମେ ଲକ୍ଷଣ ଥାଉ ବା ନଥାଉ ଉଭୟ ବର୍ଗର ଲୋକଙ୍କୁ ପରୀକ୍ଷା କରୁଛୁ। ଯେଉଁମାନେ ବିପଦଜ୍ଜନକ ବର୍ଗରେ ରହିଛନ୍ତି ସେମାନଙ୍କ ନମୁନାକୁ ଅଧିକ ପରୀକ୍ଷା କରୁଛୁ।  ଓଡ଼ିଶାରେ ଆମେ ଦେଖୁଛୁ ଯେ, ଅଧିକାଂଶ ପରୀକ୍ଷା ହେଉଛି ସେମାନେ ବିନା ଲକ୍ଷଣର। ଏହା ଆମର ରୋଗ ପଅତିରୋଧକ ଶକ୍ତି ଭଲ ବୋଲି ଗ୍ରହଣ କରାଯାଉଛି। ଯେହେତୁ ରୋଗ ପ୍ରତିରୋଧକ ଶକ୍ତି ଭଲ ରହିଛି।

୮୩ ସକ୍ରିୟ ରୋଗୀ ରହିଛନ୍ତି। ଏମାନଙ୍କ ଭିତରୁ ୬ଜଣ ଲକ୍ଷଣ ରହିଛି। ଏମାନଙ୍କର ସାଧାରଣ କାଶ ରହିଛି। ଏମାନଙ୍କର ଡାକ୍ତର, ଭେଣ୍ଟିଲେଟର ଅବାଶ୍ୟକ ନାହିଁ। ସେମାନେ ଅନ୍ୟକୁ ସଂକ୍ରମିତ କରିବେ ନାହିଁ ବୋଲି ଆମେ ରଖିଛୁ ବୋଲି ସେ କହିଛନ୍ତି।

ଏହା ଭଲ ଖବର। ଏଥିରୁ ଆମେ କିନ୍ତୁ ଜାଣିବା ଯେ, ବିନା ଲକ୍ଷଣ ଲୋକ ଆମକୁ ସଂକ୍ରମିତ କରିପାରେ। ଏଣୁ ଯଦି ଲକ୍‌ଡାଉନ୍‌ କୋହଳ କରାଯାଉଛି ତେବେ ଆମକୁ ଆହୁରି ସତର୍କ, ସାବଧାନ ଓ ଯତ୍ନବାନ ରହିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *