#Corona Update: ଯାଜପୁରରେ ୧୦୦ ଟପିଲା କରୋନା ପଜିଟିଭ୍, ନଜର ପକାନ୍ତୁ ଜିଲ୍ଲାୱାରି ତାଲିକା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟର ଯାଜପୁର ଜିଲ୍ଲା ପୁଣି ଚର୍ଚାକୁ ଆସିଛି। ନିକଟରେ ପଶ୍ଚିମବଙ୍ଗ ଏବଂ ନିଜାମୁଦ୍ଦିନ ଫେରନ୍ତାଙ୍କ ସଦ୍ଵାରା କରୋନା ସଂକ୍ରମିତ ହୋଇଥିବା ଯାଜପୁର ଜିଲ୍ଲା ଏବେ ସୁରାଟ୍ ଫେରନ୍ତାଙ୍କ ଦ୍ଵାରା ସଂକ୍ରମଣ ହେବାରେ ଲାଗିଛି। ଏବେ ସମୁଦାୟ କରୋନା ପଜିଟିଭ୍ ଚିହ୍ନିତଙ୍କ ସଂଖ୍ୟା ଏହି ଜିଲ୍ଲାରେ ୧୨୧ ହୋଇଛି। ଗତକାଲି ଏହି ଜିଲ୍ଲାରେ ୩୧ଜଣ ନୂଆ ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୭ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହୋଇଛି।
ସବୁଠାରୁ ଅଧିକ ଆକ୍ରାନ୍ତ ଜିଲ୍ଲା ଭିତରେ ରହିଛି ଗଞ୍ଜାମ। ଏଠାରେ ଗତକାଲି ୧୩ଜଣ ନୂଆ ପଜିଟିଭ୍ଙ୍କୁ ଚିହ୍ନିତ କରାଯାଇଛି। ଏଠାରୁ ୩ଜଣ ସୁସ୍ଥ ହେବା ପରେ ଏବେ ବିଭିନ୍ନ ହସ୍ପିଟାଲ୍ରେ ଜିଲ୍ଲାରୁ ୨୭୪ଜଣ ଚିକିତ୍ସିତ ଅଛନ୍ତି।
ଏବେ ଯାଏ ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍ ଚିହ୍ନିତଙ୍କ ସଂଖ୍ୟା ହେଉଛି ୭୩୭।
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୨୨୧ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ କରାଯାଇଥିଲା। ସେଥିରୁ ୬୫ ଜଣଙ୍କ ନମୁନାରେ କରୋନା ଭୁତାଣୁ ଥିବା ଜଣାପଡ଼ିଛି। ସେମାନଙ୍କ ଭିତରୁ ଯାଜପୁରର ୩୧ଜଣ ହୋଇଥିବା ବେଳେ ଗଞ୍ଜାମର ୧୩ଜଣ, କଟକର୬, ପୁରିର ୪, ନୟାଗଡ଼୨, ମୟୁରଭଞ୍ଜ ୨, ଖୋର୍ଦ୍ଧା ୩ ଏବଂ କେନ୍ଦ୍ରାପଡ଼ାର ୪ଜଣ ରହିଛନ୍ତି। ଏ ସମସ୍ତଙ୍କ ଆବଶ୍ୟକ ଗାଇଡ୍ଲାଇନ୍ ଅନୁସାରେ ଚିକିତ୍ସା କରାଯାଉଛି।
ଏବେ ରାଜ୍ୟରେ ୫୬୭ଜଣ ସକ୍ରିୟ ରୋଗୀ ରହିଛନ୍ତି। ଜିଲ୍ଲାୱାରୀ ତାଲିକା ଉପରେ ନଜର ପକାନ୍ତୁ।