#Corona Update: ୨୪ ଘଣ୍ଟାରେ ୩୭୨୨ ନୂଆ କରୋନା ପଜିଟିଭ୍‌, ଭାରତରେ ସଂଖ୍ୟା ୭୮୦୦୩

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ଭିତରେ ଦେଶରେ ସମୁଦାୟ ୩୭୨୨ ଜଣ ନୂଆ କରୋନା ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଦେଶରେ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନିତଙ୍କ ସଂଖ୍ୟା ୭୮ ହଜାର ପାର କରିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଏବେ ଦେଶର ବିଭିନ୍ନ ହସ୍‌ପିଟାଲ୍‌ରେ ୪୯ ହଜାର ୨୧୯ ସକ୍ରିୟ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ମାର୍ଚ ମାସରୁ ଆଜି ଭିତରେ ସମୁଦାୟ ୨୬ ହଜାର ୨୩୫ଜଣ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି।

ଗଲା ୨୪ ଘଣ୍ଟା ଭିତରେ ୧୩୪ଜଣ ମୃତ୍ୟୁ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି। ସମୁଦାୟ ମୃତ୍ୟୁ ସଂଖ୍ୟା ଦେଶରେ ୨୫୪୯ ହୋଇଛି।

ଏହି ତାଲିକାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ସର୍ବାଧିକ ୨୫ ୯୨୨ ଜଣ ରୋଗୀ କରୋନା ଚିହ୍ନିତ ହୋଇଛନ୍ତି। ସେହିପରି   ଗୁଜରାଟ୍‌ରେ  ଏବଂ   ତାମିଲ୍‌ନାଡ଼ୁରେ ପଜିଟିଭ୍‌ ଚିହ୍ନିତଙ୍କ ସଂଖ୍ୟା  ଯଥାକ୍ରମେ ୯୨୬୭ ଏବଂ ୯୨୨୭ ରହିଛି।

Leave a Reply

Your email address will not be published.