#Corona Update: ଜାଣନ୍ତୁ କେଉଁ ଜିଲ୍ଲାରେ କ’ଣ ଅଛି କରୋନା ରୋଗୀଙ୍କ ସ୍ଥିତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୬୧ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ସମୁଦାୟ ଆକ୍ରାନ୍ତ ତଥା ଚିକିତ୍ସିତ କରୋନା ରୋଗୀଙ୍କ ସଂଖ୍ୟା ୫୧୧ ହୋଇଛି।

ରାଜ୍ୟର ୧୫ଟି କୋଭିଡ୍‌ ପରୀକ୍ଷଣ ଲାବୋରେଟୋରୀରେ ଗତକାଲି ୪୭୬୯ଟି ସନ୍ଦିଗ୍ଧ ନମୁନା ପରୀକ୍ଷଣ କରାଯାଇଥିଲା। ସେଥିରୁ ୬୧ଟି ନମୁନାରେ ସାମ୍ପଲ୍‌ ପଜିଟିଭ୍‌ ଆସିଛି। ଏହି ପଜିଟିଭଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାରେ ୧୨ଜଣ, ଭଦ୍ରକରେ ୬, କଟକରେ ୧, ଦେବଗଡ଼ରେ ୧, ଗଞ୍ଜାମରେ ୧୨, ଯାଜପୁରରେ ୨, କେନ୍ଦ୍ରାପଡ଼ାରେ ୧୩, ନୟାଗଡ଼ରେ ୩, ପୁରୀରେ ୧୦, ସୁନ୍ଦରଗଡ଼ରେ ୨୬ଜଣଙ୍କ ନମୁନାରେ କରୋପା ଭୁତାଣୁଥିବା ଚିହ୍ନଟ କରାରଯାଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ଚିକିତ୍ସର ପାଇଁ ପଠାଯାଇଛି। 

ଏହି ସଂଖ୍ୟା ବଢ଼ିବା ଦ୍ଵାରା ଏବେ ବାଲେଶ୍ଵର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହୋଇଥିବା ବେଳେ ଭଦ୍ରକରେ ୨୭, କଟକରେ ୩, ଦେବଗଡ଼ରେ ୨, ଗଞ୍ଜାମରେ ୨୬୧, ଯାଜପୁରରେ ୪୨, କେନ୍ଦ୍ରାପଡ଼ାରେ ୨୦, ନୟାଗଡ଼ରେ ୪, ପୁରୀରେ ୧୩ ଏବଂ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହୋଇଛି। 

 

ଏ ଭିତରେ ରାଜ୍ୟରେ ୮୧ହଜାର ୯୧୯ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣରେ ୯୯.୧୮ପ୍ରତିଶତ ନେଗେଟିଭ୍‌ ଆସିଥିବା ବେଳେ ପଜିଟିଭ୍‌ ଚିହ୍ନିତଙ୍କ ହାର ମାତ୍ର ୦.୮୨ ପ୍ରତିଶତ ରହିଛି। 

Leave a Reply

Your email address will not be published. Required fields are marked *