କରୋନାକୁ ଡରନ୍ତୁ ନାହିଁ କି ଲୁଚାନ୍ତୁ ନାହିଁ, ଠିକଣା ସମୟରେ ଚିକିତ୍ସା କଲେ ସୁଫଳ ମିଳେ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭୁତାଣୁ ସଂକ୍ରମିତ କୋଭିଡ୍୧୯ ରୋଗୀଙ୍କ ଠିକଣା ସମୟ ଚିକିତ୍ସା ଉପରେ ଗୁରୁତ୍ଵ ଦେଇଛନ୍ତି। ଯେ କୌଣସି ବ୍ୟକ୍ତି ଯଦି କରୋନା ଆକ୍ରାନ୍ତ ହୋଇଥିବା ବା ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ଆଶଙ୍କା ହୁଏ ତେବେ ସେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟିକୁ ଆଣିବା ଦରକାର। ଏହାଦ୍ଵାରା ତାଙ୍କ ଚିକିତ୍ସା ସମ୍ଭବ ହୋଇପାରିବ। ଏଥିନେଇ ଭୟ କରିବାର କୌଣସି ବିଷୟ ନାହିଁ ବୋଲି ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି।
ମିଡିଆକୁ ବିବରଣୀ ପ୍ରଦାନ ସମୟରେ ଶ୍ରୀ ଅଗ୍ରୱାଲ୍ କହିଛନ୍ତି, ଯଦି ଆମେ ଏହା ନକରୁଛୁ ତେେ ବଖାଲି ନିଜକୁ ନୁହେଁ ନିଜ ପରିବାରକୁ ମଧ୍ୟ ସମସ୍ୟାରେ ପକାଉଛୁ ବୋଲି ସେ କହିଛନ୍ତି।
ଗତ ୨୪ ଘଣ୍ଟା ଭିତରେ ଭାରତରେ ୯୭ଜଣଙ୍କ ମୃତ୍ୟୁ ହୋଇଛି। ୪୨୧୬ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ଵାରା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୬୭ହଜାର ୧୫୨। ଏ ଭିତରେ ୨୨୦୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏବେ ଦେଶରେ ୪୪ ହଜାର ୨୯ଜଣ ଚିକିତ୍ସିତ ରହିଛନ୍ତି।
ଯଦି କେତେ ଲୋକ ସୁସ୍ଥ ହୋଇଛନ୍ତି ତାହା ଦେଖଶଯାଏ ତେବେ ଦେଶରେ ୨୦ହଜାର ୯୧୭ଜଣ ସୁସ୍ଥ ହୋଇଛନ୍ତି। ଗଲା ୨୪ ଘଣ୍ଟା ଭିତରେ ହସ୍ପିଟାଲ୍ରୁ ସୁସ୍ଥ ହୋଇ ମୁକୁଳିଥିବା ରୋଗୀଙ୍କ ସଂଖ୍ୟା ହେଉଛି ୧୧୫୯। ଦେଶରେ ଏବେ ସୁସ୍ଥ ହେଉଥିବା ହାର ହେଉଛି ୩୧.୧୫ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି।