#Corona Update: ସମ୍ବଲପୁରକୁ ଛୁଇଁଲା, ଓଡ଼ିଶାରେ ୯୧ ନୂଆ ରୋଗୀ, ୫ ମୃତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କରୋନା ପଜିଟିଭ୍‌ଙ୍କ ସଂଖ୍ୟାରେ ଆହୁରି ୯୧ଜଣଙ୍କ ନାଁ ସାମିଲ୍‌ ହୋଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୭ ହୋଇଛି। ସେହିପରି ରାଜ୍ୟରେ ସମୁଦାୟ ପଜିଟିଭ୍‌ଙ୍କ ସଂଖ୍ୟା ୮୨୮ ହୋଇଥିବା ବେଳେ ସେମାନଙ୍କ ଭିତରୁ ୧୯୬ଜଣ ସୁସ୍ଥ ହୋଇ ଫେରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତକଙ୍କ ସଂଖ୍ୟା ୫ ହୋଇଥିବା ସ୍ଵାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବଲପୁରରେ ପ୍ରଥମଥର ପାଇଁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ରାଜ୍ୟର ୨୨ ଜିଲ୍ଲା କରୋନା ସଂକ୍ରମିତ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦୮୩ଜଣଙ୍କ ନମୁନା କୋଭିଡ୍‌୧୯ ପାଇଁ ପରୀକ୍ଷା କରାଯାଇଥିଲା। ସେଥିରୁ ୯୧ଟି ସାମ୍ପଲ୍‌ରେ କରୋନା ଭୁତାଣୁ ପଜିଟିଭ୍‌ ଚିହ୍ନଟ କରାଯାଇଛି।  ସରକାରୀ ତଥ୍ୟ ଅନୁସାରେ ଗତକାଲି ସର୍ବାଧିକ ରୋଗୀ ଭଦ୍ରକ ଜିଲ୍ଲାରୁ ଚିହ୍ନଟ କରାଯାଇଛି । ଏହି ସଂଖ୍ୟା ୨୮ ହୋଇଥିବାରୁ ଏଠାରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହୋଇଛି।

ବାଲେଶ୍ଵରରୁ ଗତ ୨୪ ଘଣ୍ଟା ଭିତରେ ୧୭ଜଣଙ୍କ ନମୁନାରେ କରୋନା ଭୁତାଣୁ ଥିବା କୁହାଯାଇଥିବା ବେଳେ ବଲାଙ୍ଗୀରରେ୨, କଟକରେ୨, ଗଞ୍ଜାମରେ ୧୫, କେନ୍ଦ୍ରାପଡ଼ାରେ୧, କେନ୍ଦୁଝରରେ୪, ଖୋର୍ଦ୍ଧାରେ ୩, ପୁରୀରେ ୭ ସମ୍ବଲପୁରରେ ୧ ଏବଂ ସୁନ୍ଦରଗଡ଼ରେ ୧ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Leave a Reply

Your email address will not be published.