#Corona Update: ରାଜ୍ୟରେ ୬୫ ନୂଆ ପଜିଟିଭ୍‌, ସମୁଦାୟ ସଂଖ୍ୟା ୭୩୭

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଆଉ ୬୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ପଜିଟିଭ୍‌ ସଂଖ୍ୟା ୭୩୭ ହୋଇଛି। ଏମାନଙ୍କ ଭିତରୁ ୧୬୬ଜଣ ସୁସ୍ଥ ହୋଇଛନ୍ତି। ୩ଜଣଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ୫୬୭ଜଣ ଚିକିତ୍ସିତ ହେଉଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଗତକାଲି ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୧୧ ଥିଲା। ଏହି ୨୪ ଘଣ୍ଟା ଭିତରେ ୮ଜଣ ସୁସ୍ଥ ହୋଇ ଫେରିଛନ୍ତି। ଅର୍ଥାତ୍‌ ରାଜ୍ୟରେ ସକ୍ରିୟ ରୋକୀଙ୍କ ସଂଖ୍ୟାରେ ୫୭ ବଢ଼ିଛି।

Leave a Reply

Your email address will not be published. Required fields are marked *