କରୋନା ଅପ୍ଡେଟ୍: ୨୪ ଘଣ୍ଟାରେ ଦେଶରେ ୪୪୫ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୪୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୮୨୧ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ଦେଶରେ ମୃତ୍ୟୁ ସଂଖ୍ୟା ୧୩ ହଜାର ୬୯୯ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୫ ହଜାର ୨୮୨ରେ ପହଞ୍ଚିଛି।
୨ ଲକ୍ଷ ୩୭ ହଜାର ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୭୪ ହଜାର ୩୮୭ ରହିଛି। ସେହିପରି ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୨୧୭୫, ଗୁଜରାଟରେ ୧୬୬୩, ତାମିଲନାଡୁରେ ୭୫୭, ପଶ୍ଚିମବଙ୍ଗରେ ୫୫୫, ମଧ୍ୟପ୍ରଦେଶରେ ୫୧୫, ଉତ୍ତରପ୍ରଦେଶରେ ୫୫୦ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।