ରାଜ୍ୟରେ କରୋନା ବିସ୍ଫୋରଣ: ସମୁଦାୟ ୨୮୪, ସକ୍ରିୟ୨୧୯; କାଲି ରାତିରେ ଆଉ ୧୪
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟାରେ ଦିନକୁ ଦିନ ବିସ୍ଫୋରଣ ଘଟୁଛି। ଗଲା ୨୪ ଘଣ୍ଟା ଭିତରେ ୩୯ଜଣ ସନ୍ଦିଗ୍ଧଙ୍କ ନମୁନାରେ କରୋନା ଭୁତାଣୁ ପଜିଟିଭ୍ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ରୋଗୀଙ୍କ ସଂଖ୍ୟା ୨୮୪ରେ ପହଞ୍ଚିଛି। ସେମାନଙ୍କ ଭିତରୁ ୨୧୯ଜଣ ସକ୍ରିୟ ରହିଛନ୍ତି। ୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୪୫ ଥିଲା।
ସବୁଠାରୁ ସଂକ୍ରମିତ ଜିଲ୍ଲା ଭାବେ ଗଞ୍ଜାମ ପରିଚିତ ହୋଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ଏହି ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ୭୧ ଥିଲା। ସମୁଦାୟ ୨୪ଜଣଙ୍କୁ କାଲି ଦିନରେ ଚିହ୍ନଟ କରାଯାଇଥିଲା। ସେମାନେ ସମସ୍ତେ ସୁରାଟ୍ ଫେରନ୍ତା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜଣାଇଥିଲା।
ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାତିରେ ଆଉ ୧୪ଜଣଙ୍କ ନମୁନାରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୧୨ଜଣ ଥିବା ବେଳେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏ ରହିଛନ୍ତି। ଏହି ୧୨ଜଣଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାର ରୋଗୀ ସଂଖ୍ୟା ୮୩ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ରୋଗୀ ସଂଖ୍ୟା ୧୩ ହୋଇଛି। ଅର୍ଥାତ୍ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟା ଭିତରେ ୩୬ଜଣ ରୋଗୀ ସାମ୍ନାକୁ ଆସିଛନ୍ତି।
ଏବେ ନଜର ପକାନ୍ତୁ ରାଜ୍ୟରେ କରୋନା ସ୍ଥିତି ଉପରେ। ସ୍ଵାସ୍ଥ୍ୟ ବିଭାଗଦ୍ଵାରା ସକାଳ 7 ଟା, ୦୯ମେ’ ୨୦୨୦ ସୁଦ୍ଧା ଜାରି ସୂଚନା ଆଧାରରେ ଏହି ସାରଣୀ ପ୍ରସ୍ତୁତ। ଏହି ସାରଣୀରେ ଦୁଇଜଣ ମୃତକଙ୍କ ବାବଦରେ ଉଲ୍ଲେଖ ନାହିଁ। ସେମାନେ ଖୋର୍ଦ୍ଧା ଜିଲ୍ଲାର ଅଟନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କା ମୃତ୍ୟୁ ଘଟିଛି।
ଜିଲ୍ଲା | ସମୁଦାୟ ପଜିଟିଭ୍ | ସୁସ୍ଥ | ଆକ୍ରାନ୍ତ | |||
୮ ମେ’ | ୯ ମେ’ | ୮ ମେ’ | ୯ ମେ’ | ୮ ମେ’ | ୯ମେ’ | |
ଖୋର୍ଦ୍ଧା | ୫୦ | ୫୦ | ୩୨ | ୩୨ | ୧୬ | ୧୬ |
ଯାଜପୁର | ୫୫ | ୫୫ | ୦୧ | ୦୧ | ୫୪ | ୫୪ |
ବାଲେଶ୍ଵର | ୨୭ | ୨୭ | ୦୫ | ୦୫ | ୨୨ | ୨୨ |
ଭଦ୍ରକ | ୨୩ | ୨୫ | ୧୨ | ୧୨ | ୧୧ | ୧୩ |
ସୁନ୍ଦରଗଡ଼ | ୧୨ | ୧୩ | ୦୫ | ୦୬ | ୦୭ | ୦୭ |
କେନ୍ଦ୍ରାପଡ଼ା | ୦୮ | ୦୮ | ୦୨ | ୦୨ | ୦୬ | ୦୬ |
କଳାହାଣ୍ଡି | ୦୨ | ୦୨ | ୦୨ | ୦୨ | ୦୦ | ୦୦ |
ପୁରୀ | ୦୧ | ୦୧ | ୦୧ | ୦୧ | ୦୦ | ୦୦ |
କଟକ | ୦୨ | ୦୨ | ୦୧ | ୦୧ | ୦୧ | ୦୧ |
ଢେଙ୍କାନାଳ | ୦୧ | ୦୧ | ୦୧ | ୦୧ | ୦୦ | ୦୦ |
କୋରାପୁଟ | ୦୧ | ୦୧ | ୦୦ | ୦୦ | ୦୧ | ୦୧ |
ଝାରସୁଗୁଡ଼ା | ୦୨ | ୦୨ | ୦୦ | ୦୦ | ୦୨ | ୦୨ |
ଦେବଗଡ଼ | ୦୧ | ୦୧ | ୦୦ | ୦୦ | ୦୧ | ୦୧ |
କେନ୍ଦୁଝର | ୦୨ | ୦୨ | ୦୦ | ୦୦ | ୦୨ | ୦୨ |
ବଲାଙ୍ଗୀର | ୦୨ | ୦୨ | ୦୦ | ୦୦ | ୦୨ | ୦୨ |
ଗଞ୍ଜାମ | ୪୭ | ୮୩ | ୦୦ | ୦୦ | ୪୭ | ୮୩ |
ଜଗତସିଂହପୁର | ୦୫ | ୦୫ | ୦୦ | ୦୦ | ୦୫ | ୦୫ |
ମୟୁରଭଞ୍ଜ | ୦୩ | ୦୪ | ୦୦ | ୦୦ | ୦୪ | ୦୪ |
ସମୁଦାୟ | ୨୪୫ | ୨୮୪ | ୬୨ | ୬୩ | ୧୮୧ | ୨୧୯ |