ଗୁଜରାଟରେ ବିଧାୟକ କରୋନା ପଜିଟିଭ୍, ମୁଖ୍ୟମନ୍ତ୍ରୀ ସନ୍ଦିଗ୍ଧ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଗୁଜରାଟର କଂଗ୍ରେସ ବିଧାୟକ ଇମ୍ରାନ୍ ଖଣ୍ଡେଲ୍ୱାଲ୍ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ନମୁନା ପରୀକ୍ଷଣ ବାବଦ ଏହି ରିପୋର୍ଟ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ତେବେ ପଜିଟିଭ୍ ଜଣାପଡ଼ିବା କିଛି ସମୟ ପୂର୍ବରୁ ସେ ସକାଳେ ସେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ଗୃହ ମନ୍ତ୍ରୀ ଏବଂ ଅନ୍ୟ ଉଚ୍ଚ ପଦପଦବୀ ଅଧିକାରୀ ଓ ମନ୍ତ୍ରୀଙ୍କ ଭେଟିଥିଲେ। ରାଜ୍ୟଷର କୋଭିଡ୍ ୧୯ ବଢ଼ିବା ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ। ଏହି କାରଣରୁ ମୁଖ୍ୟମନ୍ତ୍ରୀ କରୋନା ଭୂତାଣୁ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ସତର୍କତା ପଦକ୍ଷେପ ସ୍ବରୂପ ସେ ଏହି ପରୀକ୍ଷା କରାଇବେ। ସୂଚନାଯୋଗ୍ୟ ଯେ କରୋନା ଯୋଗୁଁ ଅହମ୍ମଦାବାଦର ଏକ ଅଞ୍ଚଳରେ ରହୁଛନ୍ତି ଉକ୍ତ କଂଗ୍ରେସ ବିଧାୟକ।
ଗୁଜରାଟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଏଯାଏ ୬୫୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଚଇ ।