ନଜର ପକାନ୍ତୁ ବିଶ୍ଵ, ଭାରତ, ଓଡ଼ିଶାର କରୋନା ସ୍ଥିତି ସମ୍ପର୍କରେ

 

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ କରୋନା ପରାକ୍ରମ ବଜାୟ ରଖିଛି। ବିଗତ ୨୪ ଘଣ୍ଟା ଭିତରେ ୮୩୫୯୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏପ୍ରିଲ୍‌ ୨୦ ତାରିଖରେ ଏହି ସଂଖ୍ୟା ୭୨୩୯୭ ଥିଲା। ୨୩ ତାରିଖ ପ୍ରତଃ ୩ଟା ବେଳେ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଅପ୍‌ଡେଟ୍‌ କରାଯାଇଥିବା ତଥ୍ୟରେ କୁହାଯାଇଛି ଯେ, ୨୨ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୧୧୯୯ ବଢ଼ିଛି। ଅବଶ୍ୟ ମୃତ୍ୟୁ ସଂଖ୍ୟାରେ ସାମନ୍ୟ କମ୍‌ ଆସିି କିନ୍ତୁ ଏହିଦିନ ସମଗ୍ର ବିଶ୍ଵରେ ୫୧୧୯ଜଣଙ୍କ ପ୍ରାଣ ଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ସଂଖ୍ୟା ୭ଲକ୍ଷ ୭୬ ହଜାର ୯୦୭  ଟପିଥିବା ବେଳେ ସ୍ପେନ୍‌ରେ ୨ ଲକ୍ଷ ୪ହଜାର ୧୭୮ ଜଣ ରୋଗୀ କରୋନା ଆକ୍ରାନ୍ତ ରହିଛନ୍ତି। ଇଟାଲୀରେ ୧ଲକ୍ଷ ୮୩ ହଜାର ୯୫୭ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜର୍ମାନୀରେ ୧ଲକ୍ଷ ୪୫ ହଜାର ୬୯୪ଜଣ ଆକ୍ରାନ୍ତ ହୋଇଛନ୍ତି।

ଭାରତରେ ମଧ୍ୟ ସ୍ଥିତି ବଢ଼ିବାରେ ଲାଗିଛି। ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧୨୯୦ ଜଣ ନୂଆ ରୋଗୀଙ୍କୁ ଦେହରେ କରୋନା ଭୁତାଣୁ ଠାବ କରାଯାଇଛି। ଏବେ ଏହି ସଂଖ୍ୟା ୨୧ହଜାର ୩୭୦ ରହିଛି। ଏମାନଙ୍କ ଭିତରୁ ଗତକାଲି ୩୯୪ଜଣ ସୁସ୍ଥ ହୋଇ ସମୁଦାୟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ରା ୪୩୭୯ ହୋଇଥିବା ବେଳେ ସମୁଦାୟ ୬୮୧ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ଭିତରେ ୩୬ଜଣଙ୍କ ମୃତ୍ୟୁ ଘଟିଛି।

କରୋନା ସ୍ଥିତି ସକାଳ ୮ଟା, ୨୩ ଏପ୍ରିଲ୍‌୨୦୨୦

ଭାରତ ବିଶ୍ଵ ଓଡ଼ିଶା
୨୨ ଏପ୍ରିଲ ୨୩ ଏପ୍ରିଲ ୨୨ ଏପ୍ରିଲ ୨୩ ଏପ୍ରିଲ ୨୨ ଏପ୍ରିଲ ୨୨୩ଏପ୍ରିଲ
ପଜିଟିଭ୍‌ ୨୦୦୮୦ ୨୧୩୭୦ ୨୪୦୨୨୫୦ ୨୪,୭୫,୭୨୫ ୮୩
ସୁସ୍ଥ ୩୯୭୫ ୪୩୭୦ ୩୨
ମୃତ ୬୪୫ ୬୮୧ ୧୬୩୦୯୭ ୧୬୯୧୫୧
ଆକ୍ରାନ୍ତ ୧୫୪୬୦ ୧୬୩୧୯ ୫୦

ଭାରତୀୟ ରାଜ୍ୟମାନଙ୍କ ଭିତରେ ସବୁଠାରୁ ଆଧିକ ଆକ୍ରାନ୍ତ ରାଜ୍ୟମାନଙ୍କ ଭିତରେ ଆଗୁଆ ରହିଛି ମହାରାଷ୍ଟ୍ର। ଏଠାରେ ଗତ ୨୪ ଘଣ୍ଟା ଭିତରେ୪୩୧ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏବେ ଏଠଶରେ ସମୁଦାୟ ରୋଗୀଙ୍କ ସଂଖଆ ୫୬୪୯ ରହିଥିବା ବେଳେ ଏଠାରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ରହିଛି ୪୫୯୧। ଏମାନେ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଛନ୍ତି।

ମହାରାଷ୍ଟ୍ର ତଳକୁ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨୫ ରହିଥିବା ବେଳେ ଦିଲ୍ଲୀରେ ୧୪୭୬, ରାଜସ୍ଥାନରେ ୧୫୧୭, ତାମିଲ୍‌ନାଡ଼ୁରେ ୯୪୯, ମଧ୍ୟପ୍ରଦେଶରେ ୧୩୫୫ , ଉତ୍ତର ପ୍ରଦେଶରେ ୧୨୫୫ତେଲଙ୍ଗାନାରେ ୯୪୩, ଆନ୍ଧ୍ର ପ୍ରଦେଶରେ ୮୧୩, କେରଳରେ ୪୩୭ରୋଗୀ ଏବେ କରୋନା ଆକ୍ରାନ୍ତ ଅବସ୍ଥାରେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଓଡ଼ିଶାରେ ଗତକାଲି ସମୁଦାୟ ସଂଖ୍ୟାରେ ୪ଜଣ ନୂଆ କରୋନା ରୋଗୀ ଯୋଡ଼ି ହୋଇଛନ୍ତି। ଫଳରେ ସଠଖ୍ୟା ୮୩ରେ ପହ୍ୟ୍ଚିଛି। ଏବେ ଏଠାରେ ୫୦ଜଣ ଆକ୍ରାନ୍ତ ଥିବା ବେଳେ ୩୨ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଜଣେ ରୋଗୀଙ୍କ କରୋନା ଆକ୍ରାନ୍ତ ଥାଇ ମୃତ୍ୟୁ ହୋଇଛି। ଆଉ ଜଣେ ରୋଗୀଙ୍କ କରୋନାରୁ ସୁସ୍ଥ ହୋଇସାରିବା ପରେ ମୃତ୍ୟୁୁ ଘଟିଥିବା ସରକାରୀ ସୂତ୍ରରୁ କୁହାଯାଇଛି।

 

ରାଜ୍ୟରେ କରୋନା ସ୍ଥିତି ସକାଳ ୮ଟା, ୨୩ ଏପ୍ରିଲ୍‌୨୦୨୦

ଜିଲ୍ଲା ୨୨ ଏପ୍ରିଲ୍‌ ସ୍ଥିତି ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୬ ୨୧ ୨୪
ବାଲେଶ୍ଵର
ଭଦ୍ରକ ୧୧
ଯାଜପୁର 8
ସୁନ୍ଦରଗଡ଼
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ
ସମୁଦାୟ ୮୩ ୩୨ ୫୦

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ

 

ଅଧିକ କରୋନା ସ୍ଥିତି ସମ୍ପର୍କିତ ଖବର ପାଇଁ କ୍ଲିକ୍‌ କରନ୍ତୁ 

#IndiaFightsCorona: ୨୦ ହଜାର ଟପିଲା କରୋନା ପଜିଟିଭ୍‌ ସଂଖ୍ୟା, କେନ୍ଦ୍ର କ୍ୟାବିନେଟ୍‌ର ୧୫ ହଜାର…

#corona: ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

#Coronatesting: ପୁଣି ଚାଲିବ ଆଣ୍ଟିବଡି ଟେଷ୍ଟ, କେବଳ ସର୍ଭିଲାନ୍ସ ପାଇଁ ହେବ ବ୍ୟବହାର

Leave a Reply

Your email address will not be published. Required fields are marked *