#IndiaFightsCorona: ୫ ଦିନରେ ୪୯ ପ୍ରତିଶତକୁ ବୃଦ୍ଧି: ଅର୍ଥ ବ୍ୟବସ୍ଥା ଗୁରୁତର ପ୍ରଭାବ ପଡ଼ିବ

ଭୁବନେଶ୍ୱର, (ଓଟି):ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କରୋନା ଗଣସଂକ୍ରମଣ ହୋଇନଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ବି ପ୍ରତିଦିନ ନୂତନ ସଂକ୍ରମିତ ନଜରକୁ ଆସଛନ୍ତି । ଦେଶରେ ସ୍ୱାସ୍ଥ୍ୟ ପରିସ୍ଥିତି ଏତେ ଗୁରୁତର ଅବସ୍ଥାକୁ ଯାଇଛି ଯେ ଦେଶରେ ୨୧ ଦିନ ପାଇଁ ଲକଡାଉନ ଲାଗୁ କରାଯାଇଛି ।

ମାର୍ଚ୍ଚ ମାସ ୧୦ ତାରିଖରୁ ୨୦ ତାରିଖ ମଧ୍ୟରେ କୋନନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ୧୯୬କୁ ବୃଦ୍ଧି ପାଇଥିଲା । ହେଲେ ମାର୍ଚ୍ଚ ମାସ ୨୫ ତାରିଖ ବେଳକୁ ଏହି ସଂଖ୍ୟା ୬୦୬ରେ ପହଂଚିଥିଲା ଓ ମାର୍ଚ୍ଚ ୩୧ରେ କରୋନା ପଜିଟିଭଙ୍କ ସଂଖ୍ୟା ଦେଶରେ ୧,୩୯୭ ଛୁଇଁଥିଲା । ଏହାପରେ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଛି ଓ ଏପ୍ରିଲ ମାସ ୪ ତାରିଖରେ କରୋନା ପଜିଟିଭଙ୍କ ସଂଖ୍ୟା ପହଂଚିଛି ୩୦୭୨ରେ । ଅର୍ଥାତ ଏହି ୫ ଦିନ ମଧ୍ୟରେ ଦେଶରେ ୧୨୦ ପ୍ରତିଶତ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଏହି ପରିସ୍ଥିିତିରେ ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ସୃଷ୍ଟି ହୋଇଛି ଓ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହା ଗୁରୁତର ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

Leave a Reply

Your email address will not be published.