#corona quarantine: ସଙ୍ଗରୋଧ ସମୟ ୧୪ ଦିନରୁ ୨୮ ଦିନକୁ ବଢ଼ିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟକୁ ଫେରୁଥିବା ଲୋକଙ୍କ ପାଇଁ ସଙ୍ଗରୋଧ ବା କ୍ଵାରେଣ୍ଟୀନ୍‌ ସମୟସୀମା ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଯେଉଁ ସମୟସୀମା ୧୪ ଦିନ ଥିଲା ଏବେ ତାହା ୨୧ ଦିନକୁ ବଢ଼ିବ। ଏହାବାଦ୍‌ ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ରୋଗୀଙ୍କୁ ଆହୁରି ୭ ଦିନ ଘରେ ସଙ୍ଗରୋଧ ଅବସ୍ଥାରେ ରହିବାକୁ ହେବ।  ଅର୍ଥାତ୍‌ ସମୁଦାୟ ସଙ୍ଗରୋଧ ସମୟ ୨୮ ଦିନ ହେବ।  ଏ ନେଇ କୋଭିଡ୍‌ ୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କ୍ଵାରେଣ୍ଟୀନ୍‌ ହୋମ୍‌କୁ ଅଧିକ ସୁରକ୍ଷିତ କରିବା ପାଇଁ ସରକାର ନିଷ୍ପିତ୍ତି ନେଇଛନ୍ତି। ଏଥିଲାଗି ପ୍ରତି ସଙ୍ଗରୋଧ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ। ପରିମଳ ବ୍ୟବସ୍ଥା  ରହିବା ସହ  ଏହି ସ୍ଥାନରେ ଧାରା ୧୪୪ ଲାଗୁ ହେବ।

Leave a Reply

Your email address will not be published.