କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେକ୍ସ; ଉଗାଣ୍ଡା ସରକାର ଚିନ୍ତିତ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କରେ ବିଶ୍ଵ ଥରହର। ସଂକ୍ରମଣ ବ୍ୟାପୁଛି ଓ ଗୋଟିଏ ପରେ ଗୋଟିଏ ମୁଣ୍ଡ ଯାଉଛି। ଏଥିପାଇଁ ସାଧାରଣ ଲୋକେ ସାମାଜିକ ଦୂରତ୍ଵରେ ରହିବାକୁ କୁହାଯାଉଥିବାବେଳେ ସଂକ୍ରମିତ ଓ ସନ୍ଦିଗ୍ଧଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟର୍‌ରେ ରହିଥିବା ଲୋକେ ନିୟମ ନମାନି ପରସ୍ପର ମଧ୍ୟରେ ସେକ୍ସ ରିଲେସନ୍‌ ବା ଶାରିରୀକ ସମ୍ପର୍କ ସ୍ଥାପନ କରୁଛନ୍ତି। ଏଭଳି ଘଟଣା ଉଗାଣ୍ଡାରେ ଘଟିଥିବାବେଳେ ସେଠାକାର ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଉଗାଣ୍ଡାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏନେଇ ସୂଚନା ଦିଆଯାଇଛି।

ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଡିଆନା ଆଟୱିନ୍ କହିଛନ୍ତି ଯେ, କ୍ଵାରେଣ୍ଟାଇନ୍‌ରେ ଥାଇ ଲୋକେ ପରସ୍ପର ସେକ୍ସରେ ମାତିବା ଫଳରେ ସଂକ୍ରମଣର ବ୍ୟାପକତା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ମହାମାରୀ କରୋନା ଭାଇରସକୁ ରୋକିବାକୁ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପକୁ ବଡ଼ ଧକ୍କା ଲାଗିପାରେ। ସେ ଦେଇଥିବା ସୂଚନା ଅନୁସାରେ ସରକାରୀ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ କେତେକ ଲୋକ ପରସ୍ପର ସହ ସେକ୍ସରେ ମାତିଥିବା ବେଳେ ଆଉ କେତେକ ଅନ୍ୟମାନଙ୍କ ରୁମ୍‌କୁ ଯାଇ କଥାବାର୍ତ୍ତାରେ ମାତୁଛନ୍ତି। ଯେଉଁଥିପାଇଁ  କରୋନା ଭାଇରସ୍ ବ୍ୟାପିବାର ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ଜଗିବାକୁ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତମାସରେ ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୭ଟି କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା।

Leave a Reply

Your email address will not be published. Required fields are marked *