ରାଷ୍ଟପ୍ରତି ଭବନରେ #CoronaPositive, ଶତାଧିକ ପରିବାରକୁ ଏକାନ୍ତବାସ ନିର୍ଦେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତର ରାଷ୍ଟ୍ରପତି ଭବନରେ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାକୁ ଦେଖି ଏଠାରେ କାମ କରୁଥିବା ୧୨୫ ପରିବାରଙ୍କୁ ସ୍ଵତଃ ଏକାନ୍ତବାସରେ ଯିବା ପାଇଁ କୁହାଯାଇଛି।

ଭାରତରେ ଦିନକୁ ଦିନ କରୋନା ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍‌ ସ୍ଥିତି ଥାଇ ମଧ୍ୟ ଏହି ସଂଖ୍ୟା ଥମିବାର ନାଁ ଧରୁନି। ଏବେ ସଂଖ୍ୟା ୧୮୬୦ ପହଞ୍ଚିଛି।

କରୋନା ରୋଗରେ ଆକ୍ରାନ୍ତ ହୋଇ ଦେଶରେ ୫୯୦ ଜଣଙ୍କ ପ୍ରାଣ ଯାଇଛି। ଗଲା ୨୪ ଘଣ୍ଟା ଭିତରେ ଦେଶରେ ୪୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୩୬ ନୂଆ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଅବଶ୍ୟ ସ୍ଵାସ୍ଥ୍ୟବିଭାଗ ପକ୍ଷରୁ ଏହା କୁହାଯାଇଛଇ ଯେ ଦେଶରେ କୋଭିଡ୍‌ ମାମଲା ଦ୍ଵିଗୁଣିତ ହେବା ସମୟ ସୀମା ବଢ଼ିଛି। ପୂର୍ବରୁ ୩.୪ ଦିନରେ ମାମଲଶ ସଂଖ୍ୟା ଗୁଣିତ ହେଉଥିଲା, ଏବେ ତାହା ୭.୫ ଦିନକୁ ବଢ଼ିଛି।

 

Leave a Reply

Your email address will not be published.