#coronaUpdate: ରାଜ୍ୟରେ ବଢ଼ୁଛି କରୋନା ବିତ୍ପାତ, ଦିନକରେ ୪୦ ବୃଦ୍ଧି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ବଢ଼ି ଚାଲିଛି କରୋନା ଭୁତାଣୁର ବିତ୍ପାତ। ଏହି ବିତ୍ପାତରେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଆତଙ୍କ। ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ସମୁଦାୟ ରୋଗୀଙ୍କ ତାଲିକାରେ ୪୦ଜଣ ନୂଆ ରୋଗୀଙ୍କ ନାଁ ଯୋଡ଼ି ହୋଇଛି। ଏହାଦ୍ଵାରା ସମୁଦାୟ ରୋଗୀଙ୍କ ସଂଖ୍ୟା ୨୪୫ ହୋଇଛି। ଗତକାଲି ସକାଳ ସାତଟାରେ ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ଜାରି ତଥ୍ୟ ଅନୁସାରେ  ଏହି ସଂଖ୍ୟା ୨୦୫ ଥିଲା।  ନୂଆ ରୋଗୀଙ୍କ ଆଗମନ ହେତୁ ବିଭିନ୍ନ ହସ୍‌ପିଟାଲ୍‌ରେ ଆକ୍ରାନ୍ତ ତଥା ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟାରେ ୩୯ ଅଭିବୃଦ୍ଧି ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ ହୋଇଛି। ଅର୍ଥାତ୍‌ ଜଣେ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ଜିଲ୍ଲାରେ ୨୬ଜଣ ରୋଗୀଙ୍କ ଶରୀରରେ କରୋନା ଭୁତାଣୁ ଠାବ କରାଯାଇଛି। ଏହାଦ୍ଵାରା ରୋଗୀ ସଂଖ୍ୟା ଏହି ଜିଲ୍ଲାରେ ୪୭ ହୋଇଛି। ଗତକାଲି ତାହା ୨୧ ଥିଲା।

ସେହିପରି ବାଲେଶ୍ଵର ଜିଲ୍ଲାରେ ୩ ଜଣ ନୂଆ ରୋଗୀଙ୍କୁ ମିଶାଇ ସଂଖ୍ୟା ୨୭ରେ ପହ୍ୟ୍ଚିଥିବା ବେଳେ ଭଦ୍ରକରେ ରୋଗୀ ସଂଖ୍ୟା ୨୩ ହୋଇଛି। ଗତକାଲି ଏହି ଜିଲ୍ଲାରେ ଜଣେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ୫ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ଦ୍ଵାରା ସମୁଦାୟ ସଂଖ୍ୟା ୮ ହୋଇଛି। ଜଗତସିଂହପୁର ଏବଂ ମୟୁରଭଞ୍ଜରେ ଜଣେ ଲେଖାଏ ନୂଆ ରୋଗୀ ଚିହ୍ନଟ କରାଯାଇଛି।

ଭୁବନେଶ୍ଵରକୁ ପୁଣି ଫେରିଛି କରୋନା ଭୁତାଣୁ। ଏଥର ତିନିଜଣ ନୂଆ ରୋଗୀଙ୍କୁ ଏକାଠି ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ ଜଣେ ସୂର୍ଯ୍ୟନଗରର ହୋଇଥିବା ବେଳେ ଜଣେ ଭିଏସ୍‌ଏସ୍‌ ନଗରର ଏବଂ ଅନ୍ୟ ଜଣେ ମଞ୍ଚେଶ୍ଵରର ବୋଲି ଜଣାପଡ଼ିଛି। ଏମାନଙ୍କୁ ସଂକ୍ରମଣ କିପରି ହେଲା ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଏହି ତିନିଜଣଙ୍କୁ ମିଶାଇ ଭୁବନେଶ୍ଵରରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୫୦ ହୋଇଛି। ଗତକାଲି ଜଣେ ସୁସ୍ଥ ହୋଇ ଫେରିଛନ୍ତି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ରହିଛି।

ଗଞ୍ଜାମ ଏବଂ ମୟୁରଭଞ୍ଜର ନୂଆ ଆକ୍ରାନ୍ତମାନେ ସୁରାଟ ଫେରନ୍ତା ବୋଲି କୁହାଯାଉଥିବା ବେଳେ ଜଗତସିଂହପୁରର ନୂଆ ରୋଗୀମାନେ କୋଲକତା ଫେରନ୍ତା ବୋଲି ପ୍ରଶାସନ କହିଛି।

ଏବେ ନଜର ପକାନ୍ତୁ  ରାଜ୍ୟରେ କରୋନା ସ୍ଥିତି  ଉପରେ।  ସ୍ଵାସ୍ଥ୍ୟ ବିଭାଗଦ୍ଵାରା  ସକାଳ 7 ଟା୦୮ମେ’ ୨୦୨୦ ସୁଦ୍ଧା ଜାରି ସୂଚନା ଆଧାରରେ ଏହି ସାରଣୀ ପ୍ରସ୍ତୁତ। 

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
୭ ମେ’ ୮ ମେ’ ୭ ମେ’ ୮ ମେ’ ୭ ମେ’ ୮ ମେ’
ଖୋର୍ଦ୍ଧା ୪୭ ୫୦ ୩୧ ୩୨ ୧୪ ୧୬
ଯାଜପୁର ୫୫ ୫୫ ୦୧ ୦୧ ୫୩ ୫୪
ବାଲେଶ୍ଵର ୨୫ ୨୭ ୦୫ ୦୫ ୨୦ ୨୨
ଭଦ୍ରକ ୨୧ ୨୩ ୧୨ ୧୨ ୦୯ ୧୧
ସୁନ୍ଦରଗଡ଼ ୧୨ ୧୨ ୦୫ ୦୫ ୦୭ ୦୭
କେନ୍ଦ୍ରାପଡ଼ା ୦୩ ୦୮ ୦୨ ୦୨ ୦୧ ୦୬
କଳାହାଣ୍ଡି ୦୨ ୦୨ ୦୨ ୦୨ ୦୦ ୦୦
ପୁରୀ ୦୧ ୦୧ ୦୧ ୦୧ ୦୦ ୦୦
କଟକ ୦୨ ୦୨ ୦୧ ୦୧ ୦୧ ୦୧
ଢେଙ୍କାନାଳ ୦୧ ୦୧ ୦୧ ୦୧ ୦୦ ୦୦
କୋରାପୁଟ ୦୧ ୦୧ ୦୦ ୦୦ ୦୧ ୦୧
ଝାରସୁଗୁଡ଼ା ୦୨ ୦୨ ୦୦ ୦୦ ୦୨ ୦୨
ଦେବଗଡ଼ ୦୧ ୦୧ ୦୦ ୦୦ ୦୧ ୦୧
କେନ୍ଦୁଝର ୦୨ ୦୨ ୦୦ ୦୦ ୦୨ ୦୨
ବଲାଙ୍ଗୀର ୦୨ ୦୨ ୦୦ ୦୦ ୦୨ ୦୨
ଗଞ୍ଜାମ ୨୧ ୪୭ ୦୦ ୦୦ ୨୧ ୪୭
ଜଗତସିଂହପୁର ୦୪ ୦୫ ୦୦ ୦୦ ୦୪ ୦୫
ମୟୁରଭଞ୍ଜ ୦୪ ୦୩ ୦୦ ୦୦ ୦୩ ୦୪
ସମୁଦାୟ ୨୦୫ ୨୪୫ ୬୧ ୬୨ ୧୪୨ ୧୮୧

 

 

Leave a Reply

Your email address will not be published. Required fields are marked *