#corona ପ୍ରଭାବ: ଜୁନ୍ ୧୭ ପରେ ପରୀକ୍ଷା ଚିନ୍ତା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଏ ବର୍ଷର ଶିକ୍ଷାବର୍ଷ କେଉଁ ମାସରେ ଆରମ୍ଭ ହେବ? ପରୀକ୍ଷା କେବେ ହେବ? ଦେଇଥିବା ପରୀକ୍ଷାର ଫଳାଫଳ କେବେ ବାହାରିବ? ଏସବୁ ପ୍ରଶ୍ନର ଉତ୍ତର ଏବେ ଖୋଦ୍ ସରକାରଙ୍କ ପାଖରେ ବି ନାହିଁ। ମହାମାରୀ କରୋନା ମାଡ଼ରେ ଏବେ ସମଗ୍ର ଭାରତର ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ଆଉ ଏଥିରେ ଓଡ଼ିଶା ବି ପ୍ରଭାବିତ ବୋଳି କହିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ। କେବେ ପରୀକ୍ଷା ହେବ ସେ ବିଷୟରେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ। ହେଲେ ସେଥିନେଇ କୌଣସି ପ୍ରସ୍ତୁତି ହୋଇନାହିଁ। କିନ୍ତୁ ଛଝାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢ଼ା ଜାରି ରଖନ୍ତୁ ବୋଲି ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ସାହୁ କହିଛନ୍ତି, ସାରା ଭାରତବର୍ଷ ଏବେ ଗୋଟିଏ ଚିନ୍ତାରେ ରହିଛି। ଏଥିନେଇ ୟୁଜିସିଙ୍କ ପକ୍ଷରୁ ମଧ୍ୟ ଉଦ୍ବେଗ ପ୍ରକାଶ କରାଯାଇଛି ୭ ବିଶେଷଜ୍ଞଙ୍କ ଏକ କମିଟିକୁ ପରିସ୍ଥିତି ଅନୁଧ୍ୟାନ ପାଇଁ କୁହାଯାଇଛି। ଏହି କମିଟି ରିପୋର୍ଟ ଦେବା ପରେ ତାହାକୁ ବିଚାର କରାଯାଇ ବକ୍ରୋ ପଡ଼ିଥିବା ସମସ୍ତ ଆଡ୍ମିଶନ୍ ଏଣ୍ଟ୍ରାନ୍ସ ଟେଷ୍ଟ ବାବଦରେ ସରକାର ନିଷ୍ପତ୍ତି ନେବେ। ଆଉ ସେହି ଅନୁସାରେ ଓଡ଼ିଶା ସରକାର ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି।
‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଜୁନ୍ ୧୭ ଯାଏ ଶିକ୍ଷନେୁଷ୍ଠାନ ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି। ଏଣୁ ଏହା ପରେ କିପରି ଶିକ୍ଷାବର୍ଷକୁ ପରିଚଳନା କରାଯିବ ସେଥିନେଇ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ସହ ବିଭାଗର ଏକ ଆବଶ୍ୟକୀୟ ବୈଠକ ଅନୁଷ୍ଠିତ ହେବ । ସେହି ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।