ବଢ଼ିଲା #covid19 ଲକ୍‌ଡାଉନ୍‌: ୫ ନୁହେଁ ୧୪ ଜିଲ୍ଲାରେ ତାଲାବନ୍ଦୀ

ଭୁବନେଶ୍ଵର, (ଓଟି): #corona  ଭୁତାଣୁକୁ ଓଡ଼ିଶାରେ ତାଲାବନ୍ଦୀ କରିବା ଲାଗି ରାଜ୍ୟ ସରକାର ରାଜ୍ରଣ ଆହୁରି ୯ ଜିଲ୍ଲାରେ ସମ୍ପୂଣ୍ଣ ଲକ୍‌ଡାଉନ୍‌ ଷଘାଷଣା କରିଛନ୍ତି। ଏହା ବାଦ୍‌ ସମସ୍ତ ପ୍ରକାରର ଆଭ୍ୟନ୍ତରୀଣ ଯାତାୟାତ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି। ଅର୍ଥାତ୍‌ ଏବେ ୧୪ ଜିଲ୍ଲାରେ ଲୋକେ କେବଳ ଘରେ ରହିବେ ଏବଂ ୨୯ ତାରିଖ ଯାଏ ଘରୁ ବାହାରିବେ ନାହିଁ କି ଭୁତାଣୁ ସଂକ୍ରମଣର ବାହକ ହେବେ ନାହିଁ।

ଯେଉଁ ୯ଟି ଜିଲ୍ଲାକୁ ନୂଆକରି ତାଲାବନ୍ଦୀ ଆଦେଶରେ ଯୋଗ କରାଯାଇଛି ସେଗୁଡ଼ିକ ହେଲା: ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକଳ ବାଲେଶ୍ଵର, ଢେଙ୍କାନାଳ, ସମ୍ବଲପୁର, ଏବଂ ଝାରସୁଗୁଡ଼ା। ପୁର୍ବରୁ ଏହି ନୟାଗଡ଼ ଏବଂ ଜଗତସିଂହପୁର ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲାମାନଙ୍କ ସଦର ମହକୁମାରେ ଲକ୍‌ଡାଉନ୍‌ ଆଦେଶ ଲାଗିଥିଲା। 

 

୨୪ତାରିଖ ମଙ୍ଗଳବାର ସକାଳୁ ଏହି ଆଦେଶ ଲାଗୁ ହେବ। 

ପୂର୍ବରୁ ୫ଟି ଜିଲ୍ଲାରେ ସମ୍ପୂଣ୍ଣ ଲକ୍‌ଡାଉନ୍‌ ଆଦେଶ ଜାରି ହୋଇଥିଲା। ସେଥିରେ ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନଗୁଲ ଜିଲ୍ଲାର ସମ୍ଗ୍ର ଅଞ୍ଚଳ ଏବଂ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ଵର, ଯାଜପୁରରୋଡ୍‌, ଯାଜପୁର ଟାଉନ୍‌ ଏବଂ ଭଦ୍ରକ ସହରକୁ ତାଲାବନ୍ଦୀ ତାଲିକାଭୁକ୍ତ କରାଯାଇଥିଲା। 

ଲକ୍‌ଡାଉନ୍‌ ଆଦେଶ ତାଲିକାରେ ଯେଉଁ ସେବାକୁ ଅତ୍ୟାବଶ୍ୟକୀୟ ସେବା ଭୋବେ ଘୋଷଣା କରି ତାହାକୁ ସ୍ଵଭାବିକ କରାଯାଇଥିଲା ଏବେ ସେହି ତାଲିକାରୁ ରେଳବାଇ ଓ ବସ୍‌ଷ୍ଟାଣ୍ଡକୁ ବାହାର କରି ନିଆଯାଇଛି। ଅଥାତ୍‌ ରେଳଷ୍ଟେସନ୍‌ ବା ବସ୍‌ଷ୍ଟାଣ୍ଡକୁ ବା ଏଠାରୁ ଏବେ ଆଉ ଆପଣ କୌଣସି ଯାତାୟାତ ଗାଡ଼ି ପାଇବେ ନାହିଁ। ରେଳବାଇ ଓ ବସ୍‌ ସେବାକୁ ସମ୍ପୂଣ୍ଣ ଭାବେ ରାଜ୍ୟରେ ବନ୍ଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। 

Leave a Reply

Your email address will not be published.