କରୋନା: ସି’ ଏବଂ ଡି’ ଶ୍ରେଣୀ କର୍ମଚାରୀଙ୍କୁ ଛୁଟି, ଘରୋଇ କମ୍ପାନୀଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ପରାମର୍ଶ
ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର କରୋନା ସହ ମୁକାବିଲାର ଲାଗି ଆଉ ଏକ ନୂଆ ନିର୍ଦେଶନାମା ଜାରି କରିଛନ୍ତି। ହି ନିର୍ଦେଶନାମାରେ ରାଜ୍ୟ ସରକାରଙ୍କ ସି’ ଏବଂ ଡି’ ଶ୍ରେଣୀ କର୍ମଚାରୀଙ୍କୁ ଅଫିସ ନଆସିବାକୁ କୁହାଯାଇଛି। ୨୦ରୁ ୩୧ ମାର୍ଚ ଯାଏ ସେମାନଙ୍କୁ ଘରେ ରହିବାକୁ ହେବ। ଏହି ସମୟରେ ସେମାନେ ବାହାରକୁ ବାହାରିବେ ନାହିଁ କି କୌଣସି ପ୍ରତିବନ୍ଧକ ଲାଗିଥିବା ସ୍ଥଳକୁ ଯିବେ ନାହିଁ। ଯଦି ଯାଇ ଥାଆନ୍ତି ତେବେ ତାଙ୍କର ଛୁଟିକୁ ବେତନ ବିହୀନ ଛୁଟି ଭାବେ ଗ୍ରହଣ କରାଯିବ। ଏହି ନିୟମ କିନ୍ତୁ ରାଜୃ ସଚିବାଳ୍ର ଓ ନିର୍ଦେଶାଳୟର ଚିହ୍ନିତ କିଛି କର୍ମଚାରୀଙ୍କ ପାଇଁ ଲାଗୁ ହେବ ନାହିଁ।
ଯେତେ ସମ୍ବଭବ କମ୍ କର୍ମଚାରୀରେ ଅଫିସ କାମ ପରିଚାଳନା ଲାଗି ସରକାରୀ ଅଧିକାରୀମାନେ ଚେଷ୍ଟା କରିବେ। ଏଥିଲାଗି ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ, ନିର୍ଦେଶକ, ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି। ସେମାନେ ଚାହିଁଲେ କର୍ମଚାରୀଙ୍କ ସଂଖ୍ୟା ସୀମୀତ କରିପାରିବେ ବା ରୋଷ୍ଟର ଡ୍ୟୁଟିରେ ଲଗାଇପାରିବେ।
ପୁଲିସ, ଡାକ୍ତରଖାନା, ଅଗ୍ନଶମ ବିଭାଗରେ ଏହି ନିୟମ ଲାଗୁ ହେବ ନାହିଁ।
ସରକାର ଘରୋଇ ସଂସ୍ଥାଗୁଡ଼ିକୁ ଏହି ନିୟମ କାର୍ଯ୍ୟକରିବାକୁ ପରାମର୍ଶ ଦେବା ସହ ଯଥାସମ୍ଭବ କମ୍ ସଂଖ୍ୟାରେ ଲୋକଙ୍କୁ ନେଇ କାର୍ଯ୍ୟ କରିବାକୁ କହିଛନ୍ତି। ଘରୋଇ କର୍ମଚାରୀମାନଙ୍କୁ ଘରୁ ଥାଇ କାର୍ଯ୍ୟ କରିବାକୁ ପରାମଶ; ଦିଆଯାଇଛି। ଏଥିଲାଗି ପ୍ରୋତ୍ସାହନ ଦେବାକୁ ବି କୁହାଯାଇଛି।