କେନ୍ଦ୍ରାପଡ଼ାରେ ୫୮ ପ୍ରବାସୀ ଶ୍ରମିକଙ୍କ ନମୁନା କରୋନା ନେଗେଟିଭ, ୮ ଆକ୍ରାନ୍ତ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :ଏହା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ କେରଳରୁ ଫେରିଥିବା ୫୮ ଜଣ ଶ୍ରମିକଙ୍କ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରତିଦିନ କେନ୍ଦ୍ରାପଡ଼ା ଜିଲ୍ଲାକୁ ଶହ ଶହ ସଂଖ୍ୟାର ପ୍ରବାସୀ ଶ୍ରମିକଙ୍କର ଘରବାହୁଡ଼ା ହେଉଛି । ଘରବାହୁଡ଼ା ହେଉଥିବା ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତରେ ହୋଇଥିବା ଅସ୍ଥାୟୀ ସଙ୍ଗରୋଧ ଗୃହରେ ରଖାଯାଉଛି । ସଙ୍ଗରୋଧ ଗୃହରେ ରହୁଥିବା ଶ୍ରମିକଙ୍କର ରକ୍ତ ଓ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି । ଏ ଭିତରେ ଜିଲ୍ଲାର ୮ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ସୁଦ୍ଧା ଏହି ସଂଖ୍ୟା ୩ ଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମେ ମାସ ୪ତାରିଖଖରୁ ୬ ତାରିଖ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ମୋଟ ୭୧୨ଜଣ ପ୍ରବାସୀ ଶ୍ରମିକ ଦେଶର ବିଭିନ୍ନ ସ୍ଥାନରୁ ଫେରିଛନ୍ତି ଓ ସେମାନଙ୍କୁ ପଂଚାୟତ ସ୍ଥରୀୟ ସଙ୍ଗରୋଧ ଗୃହରେ ରଖାଯାଉଛି । ଘରବାହୁଡ଼ା ହୋଇଥିବା ଏହି ୭୧୨ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକକୁ ୭୨ ଜଣ, ପଟାମୁଣ୍ଡାଇ ବ୍ଲକକୁ ୧୨୮, ମହାକଳପଡ଼ା ବ୍ଲକକୁ ୨୧୮, ମାର୍ଶାଘାଇ ବ୍ଲକକୁ, ୬୫ ଜଣ ରାଜନଗର ବ୍ଲକୁକୁ ୧୧୬, ରାଜକନିକା ବ୍ଲକକୁ ୫୭, ଆଳି ବ୍ଲକକୁ ୨୪ , ଡେରାବବିଶ ବ୍ଲକୁକୁ ୩୨, ଗରଦପୁର ବ୍ଲକୁ ୧୫ ଜଣ ଯାଇଛନ୍ତି । ତେବେ ଏହା ମଧ୍ୟରେ କେରଳରୁ କେନ୍ଦ୍ରଆପଡ଼ା ଜିଲ୍ଲାକୁ ଫେରିଥିବା ୫୮ ଜଣ ପ୍ରବାସୀ ଶ୍ରମିକଙ୍କ ରକ୍ତ ଓ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ସମସ୍ତ ନମୂନା କରୋନା ମୁକ୍ତ ଥିବା ରିପୋର୍ଟ ଜିଲଲ୍ଲା ପ୍ରଶାସନର ହସ୍ତଗତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ଅଂଚଳରୁ ଏ ପର୍ଯ୍ୟନ୍ତ ମୋଟ ୧୫୧୪ ଜଣଙ୍କ ରକ୍ତ ଓ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ଓ ସେଥିମଧ୍ୟରୁ ୧୪୪୭ଟି ନମୂନାର ପରୀକ୍ଷା ରିପୋର୍ଟ ତ୍ଲ୍‌ା ପ୍ରଶାସନର ହସ୍ତଗତ ହୋଇଛି ।ସେଥିମଧ୍ୟରୁ ୨ଟି ନମୂନାର ରିପୋର୍ଟ କରୋନ ପଜିଟିଭ ଆସିଥିବା ବେଳେ ଅନ୍ୟ ସମସ୍ତ ନମୂନା କରୋନା ନେଗେଟିଭ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *