କରୋନା ପ୍ରହାର: ପ୍ରତିରକ୍ଷା କିଣାକିଣି ଉପରେ ରୋକ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କେନ୍ଦ୍ର ସରକାର କରୋନା ଖର୍ଚକୁ ଆଖିରେ ରଖି ଦେଶର ପ୍ରତିରକ୍ଷା ସମ୍ବନ୍ଧୀୟ ଅସ୍ତ୍ରଶସ୍ତ୍ର କିଣାକିଣି ଉପରେ ରୋକ୍ ଲଗାଇଛନ୍ତି। ଏହାଦ୍ଵାରା ପ୍ରତିରାକ୍ଷାର ପ୍ରତିଟି ବିଭାଗର ନୂଆ ଯୋଜନା ଠପ୍ ହେବା ଆଶଙ୍କା ରହିଛି। ବିଶେଷକରି ବିଭିନ୍ନ ଦେଶରୁ କିଣାଯିବାକୁ ଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବେ ନ କିଣିବାକୁ ସରକାର ନିଷ୍ପତ୍ତି ନେଇଥିବା ବିୋଷ ସୂତ୍ରରୁ ଜଣାପଡ଼ିଛି।
ଏହିକ୍ରମରେ ବାୟୁସେନାର ରାଫାଲେ, ନୌସେନାର ମଲ୍ଟିରୋଲ୍ ହେଲିକପ୍ଟର, ସ୍ଥଳସେନାର ଆର୍ଟିଲେରୀ ଗନ୍ ଏବଂ ଋଷର ଏସ୍ ୪୦୦ ବାୟୁରକ୍ଷା ପ୍ରଣାଳୀ ସମସ୍ତ ଖରିଦ୍ ହୋଇପାରିବ ନାହିଁ। ଅର୍ଥାତ୍ ସେନା ବାହିନୀ ଏହିଭଳି ଅତ୍ୟାଧୁନି ଅସ୍ତ୍ରଶସ୍ତ୍ର ପାଇବା ଲାଗି ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ।
ଯେହେତୁ ଦେଶରେ ଖାଦ୍ୟ ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଜନସାଧାରଣଙ୍କ ପାଇଁ ଅନେକ ଅଥ ଦରକାର ହେଉଛି। ଏଣୁ ଏଭଳି ପରିସ୍ଥିତିରେ ଅସ୍ତ୍ରଶସ୍ତ୍ର କିଣିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି।
କେବଳ ପ୍ରତିରକ୍ଷା ନୁହେଁ ଦେଶର ସବୁ ମନ୍ତ୍ରଣାଳୟକୁ ବ୍ୟୟବରାଦ ହ୍ରାସ କରାଯାଇଥିବା ସୂଚନା ମିଳିଛି।