କରୋନା ମୁକାବିଲା ପାଇଁ ଟିକ୍ଟକ୍ ଦେଲା ୧୦୦କୋଟି
ଭୁବନେଶ୍ଵର, (ଓଟି) :ଭାରତରେ କରୋନା ମୁକାବିଲା ପାଇଁ ଟିକ୍ଟକ୍ କମ୍ପାନୀ ସାହାଯ୍ୟର ହାତ ବଢାଇଛି । ଟକ୍ଟକ୍ କମ୍ପାନୀ ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କାର ମେଡ଼ିକାଲ ଉପକରଣ ପ୍ରଦାନ କରିଛି । ଏହି ଉପକରଣ ମଧ୍ୟରେ ରହିଛି ୪ଲକ୍ଷ ପ୍ରତିରକ୍ଷା ସୁଟ ଓ ୨ ଲକ୍ଷ ମାସ୍କ । କରୋନା ରୋଗିଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତିରକ୍ଷା ସୁଟ ଓ ମାସ୍କ ପ୍ରଦାନ କରାଯାଇଥିବା ଟିକ୍ଟକ୍ କମ୍ପାନୀ ପକ୍ଷରୁ କୁହାଯାଇଛି । କରୋନା ରୋଗିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ କରୋନା ଭୂତତାଣୁ ସଂସ୍ପର୍ଷରେ ଆସି ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ କମ୍ପାନୀ ପକ୍ଷରୁ ତାଙ୍କ ପାଇଁ ପ୍ରତିରକ୍ଷା ସୁଟ ଓ ମାସ୍କ ପ୍ରଦାନ କରାଯାଇଛି । କମ୍ପାନୀର କହିବା କଥା ହେଲା, ‘ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସୁରକ୍ଷିତ ରହିପାରିଲେ ଲୋକଙ୍କ ଅଧିକ ସୁରକ୍ଷା ଯୋଗାଇ ଦେଇପାରିବେ’ ।