#Corona: ଓଡ଼ିଶାରେ ୫ ନୂଆ କରୋନା ରୋଗୀ, ସମୁଦାୟ ସଂଖ୍ୟା ୬୦
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୬୪ଟି ନମୁନା ପରୀକ୍ଷଣ କରାଯାଇଛି। ଏଥିରୁ ୫ଟି ନମୁନାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏଥିରୁ ଜଣେ ଯାଜପୁରର ହୋଇଥିବା ବେଳେ ୪ଜଣ ଭୁବନେଶ୍ଵରର ବୋଲି ସ୍ଵାସ୍ଥ୍ୟ ବିଭାଗ ନିର୍ଦେଶକ ବିଜୟ ମହାପାତ୍ର। ଏହାଦ୍ଵାରା ରାଜ୍ୟରେ ସମୁଦାୟ ସଂଖ୍ୟା ୬୦ରେ ପହଞ୍ଚିଛି।
ସମୁଦାୟ ସଂଖ୍ୟାରୁ ୪୬ଜଣ ହେଉଛନ୍ତି ଭୁବନେଶ୍ଵରର ବୋଲି ଜଣାପଡ଼ିଛି। ଏଥିରୁ ୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ବମିଖାଲ, ଝାରପଡ଼ା, ସତ୍ୟନଗର, ସୂର୍ଯ୍ୟନଗରକୁ ହଟ୍ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି।
ଯାଜପୁରର ଚିହ୍ନିତ ରୋଗୀ ଜଣେ ପୁରୁଷ କରୋନା ପଜିଟିଭ୍। ତାଙ୍କ ବୟସ ୬୧ ବର୍ଷ। ଠିକ୍ ସେହିପରି ଭୁବନେଶ୍ଵରରୁ ଯେଉଁ ୪ଜଣଙ୍କୁ ଚିହ୍ନିତ କରାଯାଇଛି ସେମାନଙ୍କ ଭିତରେ ତିନିଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ରହିଛନ୍ତି। ସେଥିରେ ଝାରପଡ଼ାର ଜଣେ ୪୨ବର୍ଷୀୟ ପୁରୁଷ ରୋଗୀ ରହିଛନ୍ତି। ସେ ୪୨ ନମ୍ବର କରୋନା ରୋଗୀଙ୍କ ସମ୍ପର୍କୀୟ ବୋଲି ବିଭାଗ କହିଛି।
ଠିକ୍ ସେହିପରି ବମିଖାଲରୁ ଚିହ୍ନିତ ଦୁଇ ପୁରୁଷ ରୋଗୀଙ୍କ ଭିତରେ ଜଣଙ୍କ ବୟସ ୫୧ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୭୦ ବର୍ଷ ରହିଛି। ଆଉ ଜଣେ ୫୧ ବର୍ଷୀୟ ମହିଳାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।
ରାଜ୍ୟ କୋଭିଡ୍ ମୁଖ୍ୟମୁଖପାତ୍ର କହିଛନ୍ତି, ଆସନ୍ତା ଦିନମାନଙ୍କରେ ଅଧିକ ପରୀକ୍ଷାରେ ଟେଷ୍ଟିଂ ହେବ। ଅବରୋଧ ଅଞ୍ଚଳରେ ଅଧିକ ହେବ। ୯୦ ପ୍ରତିଶତ ଲୋକେ ସହଯୋଗ କରୁଛନ୍ତ। ୧୦ ପ୍ରତିଶତ ସହଯୋଗ କରୁନାହାନ୍ତି। ଏମାନେ ବିପଦକୁ ଠେଲିବା ସହ ସମାଜକୁ ବିପଦଗ୍ରସ୍ତ କରୁଛନ୍ତି। ଯଦି କେହି ଏହିଭଳି ଆଚରଣ କରିବେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।