ଇୟୁରୋପରେ ସ୍ଥିତି ସଙ୍ଗୀନ: ଆମେରିକାରେ ସର୍ବାଧିକ କରୋନା ସଂକ୍ରମିତ, ଇଟାଲି ମୃତ୍ୟୁ ସଂଖ୍ୟା ସର୍ବାଧିକ
ଭୁବନେଶ୍ଵର, (ଓଟି):ଏବେ ଆମେରିକାରେ ସର୍ବାଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ସ୍ପେନରେ କରୋନା ରୋଗ ଦ୍ୱାରା ମୃତ୍ୟୁ ସଂଖ୍ୟା ସର୍ବାଧିକରେ ପହଂଚିଛି । ଆମେରିକାରେ ଏବେ ସୁଦ୍ଧା ୧ ଲକ୍ଷ ୪୨ହଜାର ୧୭୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ହଜାର ୪୮୪ରେ ପହଂଚିଛି ଓ ୪ ହଜାର ୫୫୯ ଜି ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । କିନ୍ତୁ ଇଟାଲିରେ ୯୭,୬୮୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ ହଜାର ୭୭୯ରେ ପହଂଚିଛି ଓ ଚିକିତ୍ସା ପରେ ୧୩ ହଜାର ୩୦ ଜଣ ଆରୋଗ୍ୟ ହୋଇଛନ୍ତି । ସ୍ପେନରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୮୦ ହଜାର ୧୧୦ରେ ରହିଥିବା ବେଳେ କରୋନାରେ ମୃତ୍ୟୁ ସଂଖ୍ୟା ୬,୮୦୩ରେ ପହଂଚିଛି ଓ ୧୪,୭୦୯ ଜଣ ଆରୋଗ୍ୟ ହୋଇଛନ୍ତି । ଚିନ୍ରେ କରୋନା ଭୂତାଣୁରେ ୮୧,୪୭୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟରା ୩,୩୦୪ରେ ସିମୀତ ରହିଛି ଓ ୭୫,୭୦୦ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଥିବା ଚିନ ପକ୍ଷରୁ କୁହାଯାଉଛି । ସେହିପରି ଜର୍ମାନରେ ୬୨,୪୩୫ ଆକ୍ରାନ୍ତ ହୋଇଥିବା ବେଳେ ୫୪୧ ଜଣ ମୃତ୍ୟୁ ମୁଖରେ ପଡ଼ିଛନ୍ତି ଓ ୯,୨୧୧ ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ଫ୍ରାନ୍ସରେ ୪୦,୧୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨,୬୦୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୭,୨୦୨ ଜଣ ଆରୋଗ୍ୟ ହୋଇଛନ୍ତି । ଇରାନରେ ୩୮,୩୦୯ ଆକ୍ରାନ୍ତ ହୋଇଥିବା ବେଳେ ୨,୬୪୦ ମୃତ ଓ ୧୨,୩୯୧ ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ସୁଇଜରଲ୍ୟାଣ୍ଡରେ ୧୪,୮୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୦୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୧,୫୯୫ ଜଣ ଆରୋଗ୍ୟ ହୋଇଛନ୍ତି । ଭାରତରେ ୧୦୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୯୪ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ଏହି ୯ଟି ଦେଶରେ ଏବେ ସୁଦ୍ଧା ମୋଟ ୭୨୨,୧୯୬ ଜଣ କରୋନାରେ ଆକ୍ରନ୍ତ ହୋଇଥିବା ବେଳେ ୩୩,୯୭୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୫୧,୭୬୬ ଚିକିତ୍ସା ପରେ ଆରୋଗ୍ୟଲାଭ କରିଛନ୍ତି ।