ଓଡ଼ିଶାରେ କରୋନା ସମସ୍ୟା ସଂଘାତିକ ହୋଇପାରେ:୨୮୫୬ ବିଦେଶ ଫେରନ୍ତାଙ୍କ ପତା ମିଳୁନି
ଭୁବନେଶ୍ଵର, (ଓଟି): କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିବା ପରେ ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟ ଭୟଭୀତ ହୋଇ ଦେଶକୁ ଚାଲିଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କରୋନା ଭୂତତାଣୁ ଦ୍ୱାରା ସଂକ୍ରମିତ ହୋଇ ଦେଶକୁ ଆସି ଅନ୍ୟମାନଙ୍କ ସହ ଅବାଧ ମିଳାମିଶା କରିବା ଫଳରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂହଖ୍ୟା ମଧ୍ୟ ବଢିବାରେ ଲାଗିଛି । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଅନେକ ଲୋକ ଓଡ଼ିଶାର ଥିଲେ ଓ ସେହି ବିଦେଶ ଫେରନ୍ତା ଓଡ଼ିଆମାନେ ଓଡ଼ିଶରେ ପହଂଚିଛନ୍ତି । ସିମସ୍ତ ବିଦେଶ ଫେରନ୍ତାମାନେ ବିମାନ ବନ୍ଦରରେ ପହଂଚିବା ପରେ ସେମାନଙ୍କୁ ଯାଂଚ କରାଯାଇ ଛଡ଼ା ଯିବା ସହ ସେମାନେ ନିଜକୁ ପଂଜିକରଣ କରି ଏକାନ୍ତରେ ରହିବାକୁ ବା ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ବିଦେଶ ଫେରନ୍ତାମାନଙ୍କୁ ଚିହ୍ନଟ କରି ତାଙ୍କୁ ଏକାନ୍ତରେ ଣଖିବାକୁ ବ୍ୟବସ୍ଥା କରିବାକୁ ସରକାରୀ କଳକୁ ମଧ୍ୟ ସସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ଏହି ବିଦେଶ ଫେରନ୍ତାମାନେ ସରକାରଙ୍କ ନିର୍ଦ୍ଦେଶକୁ ଫୁରେ ଉଡ଼ାଇ ଦେଇ ନିଜକୁ ଲୁଚାଇ ରଖି ଅବାଧରେ ମିଳାମିଶା କରୁଛନ୍ତି । ଯେଉଁଥିପାଇଁ ସମଗ୍ର ରାଜ୍ୟରେ କରୋନା ଭୂତାଣୁ ଗଣସଂକ୍ରମଣର ରୂପ ନେଇଥିବା ନେଇ ସନ୍ଦେହ ସୃଷ୍ଟ ହେଉଛି । ତେବେ ଏ ନେଇ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ତଥ୍ୟ ଦେବା ପରେ ସମଗ୍ର ରାଜ୍ୟବାସୀଙ୍କ ଚିନ୍ତା ବଢି ଯାଇଛି । ସୁବ୍ରତ ବାଗଚୀ ଗଣମାଧ୍ୟମ ପ୍ରତିନିଧୀଙ୍କ କହିଛନ୍ତି ଯେ, “ରାଜ୍ୟକୁ ଫେରିଥିବା ୨୮୫୬ ଜଣ ବିଦେଶ ଫେରନ୍ତାଙ୍କ ସହ ଏ ପର୍ଯ୍ୟନ୍ତ ସରକାର ଯୋଗାଯୋଗ କରିପାରି ନାହଁନ୍ତି” । ଅର୍ଥାତ ଏହି ବିଦେଶ ଫେରନ୍ତାମାନେ ନିଜକୁ ଲୁଚାଇ ରଖିଥିବାରୁ ଜିଲ୍ଲାସ୍ତରୀୟ ସର୍ଭେଇଲାନ୍ସ ଟିମ ତାଙ୍କ ସହ ଯୋଗାଯୋଗ କରିପାରି ନାହିଁ । ବିଦେଶ ଫେରନ୍ତାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଯୋଗା ଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଦେଶ ଫେରନ୍ତାମାନେ ଏବେ କେଉଁଠି ଅଛନ୍ତି, ସେମାନେ କାହା କାହା ସହ ବା କେତେ ଲୋକଙ୍କ ସହ ମିଳାମିଶା କରିଛନ୍ତି, ସେମାନଙ୍କ ସହ ମିଳାମିଶା କରିଥିବା ଲୋକମାନେ ବା ତାଙ୍କ ପରିବାର ଲୋକେ ଅନ୍ୟ କେତେ ଲୋକଙ୍କ ସହ ମିଳାମିଶା କରିଛନ୍ତି ଏ ନେଇ ସରକାରଙ୍କ ନିକଟରେ କିଛି ତଥ୍ୟ ନାହିଁ । ଏହି ବିଦେଶ ଫେରନ୍ତାଙ୍କ ମଧ୍ୟରେ ଯେ କେହି କରୋନା ସଂକ୍ରମିତ ନଥିବେ ତାହା କହିବା ମୁସ୍କିଲ । ଯଦି କୋଣସି କରୋନା ସଂକ୍ରମିତ ବିଦେଶ ଫେରନ୍ତା ସସାମାଜିକ ଦୂରତ୍ୱ ରକ୍ଷା ନକରି ନିଜ ପରିବାର ଲୋକଙ୍କ ସମେତ ଅନ୍ୟମାନଙ୍କ ସହ ମିଳାମିଶା କରିଥିବେ ତେବେ ଆଗକୁ ଓଡ଼ିଶାରେ ପରିସ୍ଥିତି ଯେ ଭୟାନକ ନହେବ ସେକଥା କହି ହେବ ନାହିଁ । ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ସରକାରଙ୍କ ସମସ୍ତ ପ୍ରୟାସ ଓ ନିର୍ଦ୍ଦେଶନାମା ସତ୍ୱେ ବିଦେଶ ଫେରନ୍ତାମାନେ ସରକାରୀ କଳର ଆଖିରେ ଧୂଳି ଦେଇ ନିଜକୁ ଯଦି ଲୁଚାଇ ରଖିପାରୁଛନ୍ତି ତେବେ ଆମ ସରକାରୀ କଳ କେତେ ଦକ୍ଷ ଓ ଦାୟିତ୍ୱ ସମ୍ପନ୍ନ ତଥା କରୋନା ସଂକ୍ରମଣ ଭଳି ଭୟାନକ ସ୍ଥିତିକୁ ସରକାର ମୁକାବିଲା କରିବାରେ କେତେଦୂର ସକ୍ଷମ ହେବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେ କଟକଣା ଭିତରେ କୌଣସି ବିଦେଶ ଫେରନ୍ତା ଯଦି ନିଜକୁ ଲୁଚାଇ ରଖିପାରୁଛି ଓ ସରକାର ବା ସରକାରୀ କଳ ତା’ସହ ଯୋଗାଯୋଗ କରିପାରୁ ନାହଁନ୍ତି ତାହେଲେ ଏହି ବିଦେଶ ଫେରନ୍ତାଙ୍କ ମଧ୍ୟରେ ଯଦି କେହି ଦେଶ ବିରୋଧୀ ତତ୍ୱ ବା ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥାଆନ୍ତି ତେବେ ତାଙ୍କୁ ରାଜ୍ୟ ସରକାର ଧରିବାରେ ସଫଳ ହେବେ କିପରି ଏ ନେଇ ମଧ୍ୟ ସନ୍ଦେ ପ୍ରକାଶ ପାଉଛି । ସେହିପରି ଦେଶର ବିଭିନ୍ନ ରାଜ୍ୟରେ ରହି କାମଧନ୍ଦା କରୁଥିବା ୮୭ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଏଇ ଅଳ୍ପ କେଦେିନ ଭିତରେ ରାଜ୍ୟକୁ ଫେରିଆସିଛନ୍ତି । ରାଜ୍ୟକୁ ଫେରିଥିବା ଏହି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅନେକ ଯଦିଓ ନିଜ ଘରେ ସାମାଜିକ ଦୂରତ୍ୱ ରକ୍ଷା କରି ରହୁଛନ୍ତି ଅନେକ ସାମାଜିକ ଦୂରତ୍ୱ ରକ୍ଷା ନକରି ନିଜ ପରିବାର ଲୋକ, ବନ୍ଧୁ ବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଅବାଧରେ ମିଳାମିଶା କରୁଛନ୍ତି । ଏପରି କି ଅନ୍ୟମାନଙ୍କ ସହ ବସି ତାସ ଖେଳୁଥିବା ମଧ୍ୟ ଦେଖାଯାଉଛି । ଅବଶ୍ୟ ପୋଲିସ ଆଖିରେ ପଡ଼ିଲେ ସେମାନେ ଛେଚା ଖାଉଛନ୍ତି । ରାଜ୍ୟକୁ ଫେରିଥିବା ଏହି ପ୍ରବାସୀ ଓଡ଼ିଆମାନେ ନିଜ ଘରେ ସାମାଜିକ ଦୂରତ୍ୱ ରକ୍ଷା କରି ରହିବାକୁ ତାଙ୍କ ଘର ଆଗରେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ବା ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ପୋଷ୍ଟର ଲଗାଯାଇଥିଲେ ବି ସରକାରଙ୍କ ନିର୍ଦ୍ଦେଶକୁ କେହି ମାନୁନାହାଁନ୍ତି । ପ୍ରବାସୀମାନେ ଗାଁକୁ ଫେରିବା ପରେ ସଙ୍ଗେ ସଙ୍ଗେ ନିଜ ଗାଁରେ, ସାଙ୍ଗ ସାଥୀ ବା ବନ୍ଧୁବାନ୍ଧବଙ୍କ ଘରେ ଦିନେ ଦୁଇ ଦିନ ବୁଲି ଆସିବା ପରେ ସେମାନେ ସାମାଜିକ ଦୂରତ୍ୱ ରକ୍ଷା କରି ରହିବାକୁ ଅଙ୍ଗନୱାଡ଼ି କର୍ମୀ ବା ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ତାଙ୍କ ଆଗରେ ପୋଷ୍ଟର ଳଗା ଯାଉଛି । ଏହି ପରିପ୍ରେକ୍ଷୀରେ ଆଗକୁ ରାଜ୍ୟରେ କରୋନା ସଂକ୍ରମଣ କି ରୂପ ନେବ ତାହା କହିବା ମୁସ୍କିଲ ।