ଜାଣନ୍ତୁ କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ତମ୍ବା ମୁଦି
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ତମ୍ବା ଧାତୁର ଏକ ବିଶେଷ ମହତ୍ୱ ଓ ଗୁରୁତ୍ୱ ରହିଛି । ପୂଜାସ୍ଥଳରେ ଅଧିକ ବ୍ୟବହାର ହେଉଥିବା ତମ୍ବା ଆର୍ୟୁବେଦ କ୍ଷେତ୍ରରେ ମଧ୍ୟ ଅଧିକ ପ୍ରଭାବଶାଳୀ । ଆର୍ୟୁବେଦ ଅନୁଯାୟୀ ବିଭିନ୍ନ ରୋଗର ଉପଚାର ପାଇଁ ମୁଖ୍ୟତଃ ତମ୍ବା ଧାତୁର ପ୍ରୟୋଗ ହୋଇଥାଏ । ସାଧାରଣ ଭାବେ ତମ୍ବାର ଏକ ମୁଦି ପିନ୍ଧିବା ଦ୍ୱାରା ଅନେକ ରୋଗର ନିରାକରଣ ସମ୍ଭବ ହୋଇଥାଏ ।
ଅନାମିକା ବା ରିଙ୍ଗ୍ ଫିଙ୍ଗରରେ ତମ୍ବା ମୁଦି ପିନ୍ଧିବା ଉଚିତ୍ । କେଉଁସବୁ ରୋଗରୁ ମୁକ୍ତି ଦେଇଥାଏ ଏହି ତମ୍ବା ମୁଦି? ଆସନ୍ତୁ ଜାଣିବା –
୧- ତମ୍ବା ପାତ୍ରରେ ଖାଇବା କିମ୍ବା ତମ୍ବା ମୁଦି ଧାରଣ କରିବା ଦ୍ୱାରା ଉଚ୍ଚ ରକ୍ତଚାପ କିମ୍ବା ନିମ୍ନ ରକ୍ତଚାପ ସମସ୍ୟାର ସମାଧାନ ହୋଇଥାଏ ।
୨- ତମ୍ବା ମୁଦି ପିନ୍ଧିବା ଦ୍ୱାରା ସେଥିରେ ଥିବା ଔଷଧିୟ ଗୁଣ ଶରୀରର ସଂସ୍ପର୍ଶରେ ଆସିଥାଏ । ଫଳରେ ହଜମ ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ରକ୍ତ ସଫା ହୋଇଥାଏ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ ।
୩- ଏହା ବିଭିନ୍ନ ପ୍ରକାର ତ୍ୱଚା ଏଲର୍ଜି ସମସ୍ୟାକୁ ଦୂର କରିବା ସହିତ ଡିପ୍ରେସନରୁ ଦୂରେଇ ରଖିଥାଏ । ଅନେକ ସମୟରେ ଅତ୍ୟଧିକ କ୍ରୋଧ ଶାନ୍ତ କରିବା ପାଇଁ ତମ୍ବା ମୁଦି ଧାରଣ କରିବାକୁ ଚିକିତ୍ସକମାନେ ଉପଦେଶ ଦେଇଥାନ୍ତି ।