ପୋଡ଼ା ତେଲରେ ଉଡ଼ିବ ଜାହାଜ

ଏଣିକି ରୋଷେଇଘରର ପୋଡ଼ା ତେଲ ଆଉ ଅଲୋଡ଼ା ହେବ ନାହିଁ କି ଆପଣଙ୍କୁ ଲୋଭରେ ଆଉଥରେ ବ୍ୟବହାର କରିବାକୁ ବାଧ୍ୟ କରାଇବ ନାହିଁ। କାରଣ ହେଉଛି ଏହି ତେଲରେ ଯାହାଜ ଉଡ଼ିପାରିବ!, ଅର୍ଥାତ୍‌ ଆପଣଙ୍କ ଉଡ଼ାଯାହାଜ ଯାତ୍ରା ଏଣିକି ରୋଷେଇଘରର ପୋଡ଼ା ତେଲରେ ହୋଇପାରିବ। ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଡେରାଡୁନ୍‌ଠାରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ପେଟ୍ରୋଲିୟମ୍‌ର ବୈଜ୍ଞାନିକମାନେ ଏହାକୁ ପ୍ରମାଣିତ କରିଛନ୍ତି। ଆଉ ଏନେଇ ବିଶେଷ ଉତ୍ସାହିତ ବି ଅଛନ୍ତି।

ପ୍ରତିଷ୍ଠାନର ବିଜ୍ଞାନୀ ସଲିମ୍‌ ଅଖତାର ଫାରୁକି କହିଛନ୍ତି, ଜାଟ୍ରୋଫାରୁ ବାହାରୁଥିବା ଉଡ଼ାଯାହାଜ ପାଇଁ ଉଦ୍ଦିଷ୍ଟ ଜୈବିକ ତେଲରେ ଯାହା ଉପାଦାନ ରହିଛି ତାହା ରୋଷେଇଘରର ପୋଡ଼ା ତେଲରେ ରହିଛି। ଏହା ପରୀକ୍ଷା ଦ୍ଵାରା ସିଦ୍ଧ ହୋଇଛି। କେବଳ ବାକି ରହିଛି ଏହାଦ୍ଵାରା ଉଡ଼ା ଯାହାଜରେ ଚାଳନା । ଏଥିଲାଗି ଆମ ପାଖରେ ଏବେ ଆବଶ୍ୟକ ପରିମାଣରେ ପୋଡ଼ା ତେଲ ନାହିଁ। କିନ୍ତୁ ଆସନ୍ତା ମାସ ଶେଷ ବେଳକୁ ଆମେ ଏଥଇନେଇ କ୍ଷମତାପନ୍ନ ହେବୁ ଏବଂ ତାହାକୁ ପରୀକ୍ଷା କରାଇପାରିବୁ।

ପୋଡ଼ା ତେଲ ଏବେ ଜନସ୍ଵାସ୍ଥ୍ୟ ପାଇଁ ଏକ ବିଶେଷ ଉଦ୍‌ବେଗର କାରଣ। ଏହାଦ୍ଵାରା କୋଲେଷ୍ଟରଲ୍‌ ବୃଦ୍ଧି, ଗ୍ୟାସ୍‌ ଆସିଡିଟି ଭଳି ସମସ୍ୟା ସହ ହୃଦ୍‌ଘାତ ହେବାର ଆଶଙ୍କା ରହିଛି। ଏଣୁ ଏହି ଉଦ୍‌ବେଗକୁ କିପରି କମାଯାଇପାରିବ ସେଥିଲାଗି ଖାଦ୍ୟ ନିରାପତ୍ତା ଓ ମାନକ ଅଥରିଟି ( ଏଫ୍‌ଏସ୍‌ଏସ୍‌ଏଆଇ) ଚିନ୍ତା କରୁଛନ୍ତି। ଆଉ ଏଥିଲାଗି ପୋଡ଼ା ତେଲର ପୁନଃ ବ୍ୟବହାର ପାଇଁ ବିଭିନ୍ନ ଘରୋଇ କମ୍ପାନୀ ସହ ହାତ ମିଳିଛନ୍ତି।

ଖାଦ୍ୟ ନିରାପତ୍ତା ଓ ମାନକ ଅଥରିଟି ଦ୍ଵାରା ଚିହ୍ନଟ ଦେଶର ୧୦୧ ସ୍ଥାନରେ ୬୪ଟି କମ୍ପାନୀ ଏହିଭଳି ପୋଡ଼ାତେଲ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି। ଦୁଆର ଦୁଆର ବୁଲି ପୋଡ଼ା ଦେଲ ସଂଗ୍ରହ କରିବା ପାଇଁ କୁହାଯାଇଛି। ଉଦ୍ଦେଶ୍ୟ ହେଉଛି ଏହି ପୋଡ଼ାତେଲ ଖାଇବା ଜନିଜ ଜନସ୍ଵାସ୍ଥ୍ୟ ସମସ୍ୟାକୁ ଲାଘବ କରିବା। ଯେତେବେଳେ ଏହି ଡେରାଡୁନ୍‌ର ବୈଜ୍ଞାନିକମାନେ ଏହିଭଳି ଏକ ଶୁଭ ସୂଚନା ଆଣିଛନ୍ତି ସେଥିରେ ଏହିପ୍ରକାର କାର୍ଯ୍ୟକ୍ରମ ଅଧିକ ଉତ୍ସାହିତ ହେବ ବୋଲି ଆଶା କରାଯାଉଛି ।

ଏବେ ଦେଶରେ ପ୍ରତିବର୍ଷ ପାଖପାଖି ୧୦୦୦ ଲିଟର ବିମାନ ଇନ୍ଧନ ବିଭିନ୍ନ ଉଡ଼ାଯାହାଜ ଚାଳନାରେ ବ୍ୟବହାର କରାଯାଉଛି। ସେଥିରୁ ସାମରିକ ବାହିନୀରେ ୧୦୦ ଲିଟର ବିମାନ ଇନ୍ଧନ ଖର୍ଚ କରାଯାଉଛି। ଯଦି ବୈଜ୍ଞାନିକଙ୍କ ଦ୍ଵାରା ଉଡ଼ାଣ ସଫଳ ହୁଏ ତେବେ ତାହା ଇନ୍ଧନ ସମସ୍ୟା ଦୂର ତଥା କାର୍ବନ୍‌ ଫୁଟ୍‌ପ୍ରିଣ୍ଟ ହ୍ରାସରେ ସହାୟକ ହୋଇପାରିବ ବୋଲି ଆଶଶ କରାଯାଉଛି ।

ଜଗତ୍‍ସିଂହପୁର ଲୋକସଭା:ବିଜେଡି ଖୋଜୁଛି ନୂଆ ମୁହଁ 

ମ୍ୟାଡାମ୍‌ରୁ ଅପା ହେଲେଣି ଅପରାଜିତା 

Leave a Reply

Your email address will not be published. Required fields are marked *