ଅନ୍ୟରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର (ଓଟି): ମହାମାହାରୀ କରୋନା ପାଇଁ ସାରା ଦେଶ ଲକ୍ ଡ଼ାଉନ। ବିଭିନ୍ନ ସମସ୍ୟା ଭିତରେ ଅନେକ ଲୋକ ନିଜ ଘରଠୁ ବହୁ ଦୂରରେ ରହିଯାଇଛନ୍ତି। ଏପରିକି ଅନେକ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ହେଉଛନ୍ତି। ଏହିକ୍ରମରେ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ସୁବିଧା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେହିପରି ରାଜ୍ୟ ସରକାର ମଧ୍ୟ ଏ ଦିଗରେ ତତ୍ପରତା ଦେଖାଇଛନ୍ତି। ବାହାରେ ଫସିଥିବା ଶହଶହ ଓଡ଼ିଆଙ୍କ ସହାୟତା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତି ହୋଇଛନ୍ତି ଏବଂ ଏଥିପାଇଁ ସ୍ଵତନ୍ତ୍ର ନମ୍ବର ମଧ୍ୟ ଜାରି କରାଯାଇଛି।

ସୂଚନା ଅନୁସାରେ ଗୃହ ବିଭାଗ ତରଫରୁ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ବାହାରେ ଫସି ରହିଥିବା ଲୋକେ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୪-୨୩୯୨୧୧୫ ବା ମୋବାଇଲ ନମ୍ବର ୯୪୩୮୯୧୫୯୮୬ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି। ସେହିପରି ରାଜ୍ୟରେ ଥିବା ସେମାନଙ୍କ ଆତ୍ମୀୟ ସ୍ୱଜନ ମଧ୍ୟ ଆବଶ୍ୟକ ସୂଚନା ଦେଇପାରିବେ ବୋଲି ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *