ଠାବ ହେଲା କଣ୍ଟେନର୍, ଆତଙ୍କିତ ନ ହେବାକୁ ପରାମର୍ଶ
ଭଦ୍ରକ(ଓଟି): କଣ୍ଟେନରରେ ଲୋକ ଆସିବା ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ପୁଲିସ୍। କଣ୍ଟେନରଟି ଠାବ ହୋଇଥିବାବେଳେ ବାଲେଶ୍ୱରର ଏକ ପେପର ମିଲ୍ ଡ୍ରାଇଭରମାନଙ୍କୁ ନେଇ ଭଦ୍ରକ ଆସୁଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଏହାକୁ ନେଇ ଆତଙ୍କିତ ନହେବାକୁ ପୁଲିସ୍ କହିଛି। ଏ ସମ୍ପର୍କରେ ଭଦ୍ରକ ଏସପି ସବିଶେଷ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଗଳାବାଟ ଦେଇ ରାଜ୍ୟ ଭିତରକୁ ଲୋକେ ପ୍ରବେଶ କରୁଛନ୍ତି। ଯେତେ କଟକଣା ହେଲେ ମଧ୍ୟ ପଶି ଆସୁଛନ୍ତି। ତେବେ ରାଜ୍ୟ ବାହାରକୁ ଯାଇଥିବା ଲୋକେ ଫେରିବାକୁ ହେଲେ ସ୍ଥାନୀୟ ପ୍ରଶାସନର ନିୟମ ମାନିବାକୁ ପଡ଼ିବ। କିନ୍ତୁ ଏହାର ଉଲ୍ଲଂଘନ ହେଉଛି। ଲୁଚିଛପି ଟ୍ରକ, କଣ୍ଟେନର ଦେଇ ଲୋକେ ଆସିଯାଉଛନ୍ତି। ଏହିକ୍ରମରେ ଆଜି ଭ୍ରଦକ ଜିଲ୍ଲା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ କଣ୍ଟନରକୁ ଅଟକ ରଖିଥିଲେ ଲୋକେ। ସେଥିରେ କିଛି ଲୋକ ଲୁଚିକି ଆସୁଥିବା ଜଣାପଡ଼ିଥିଲା।