ବିଜୟଙ୍କୁ ରୋକିବା ପାଇଁ ଧର୍ମେନ୍ଦ୍ର ଅନୁଗତଙ୍କ ଫ୍ଲପ ଶୋ

ବିଜୟଙ୍କ ରାସ୍ତା ରୋକିବାକୁ ଧର୍ମେନ୍ଦ୍ର-ଭୁବନଙ୍କ ଷଡ଼ଯନ୍ତ୍ର ଫେଲ ମାରିଲା

ବିଜେପି ନେତା ବିଜୟ ମହାପାତ୍ର ମଇଦାନକୁ ଆସିବା ପୂର୍ବରୁ ଗତକାଲି ଭୁବନ ଜେନା ଦଳ ପକ୍ଷରୁ ବିଜୟ ସଂକଳ୍ପ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏଥିରେ ସେ ବିଜୟଙ୍କୁ ନିଜ ଶକ୍ତି ଦେଖାଇବା ପ୍ରଚେଷ୍ଟା କରିଥିଲେ। କିନ୍ତୁ ଏହା ଏକ ଫ୍ଲପ ଶୋ’ରେ ପରିଣତ ହୋଇଥିଲା। ମହାକାଳପଡ଼ାରେ ବିଜୟଙ୍କୁ ବିରୋଧ କରିବା ପାଇଁ ବିଜେଡି ବିଧାୟକ ଅତନୁ ସବ୍ୟସାଚୀଙ୍କ ସହ ତାଙ୍କର ଭିତିରି ବୁଝାମଣା ପଦାରେ ପଡ଼ିଯାଇଥିଲା।

ବିଜୟଙ୍କୁ ନେଇ ଗତ କିଛି ଦିନ ହେବ ଆଲୋଚନା ଲାଗି ରହିଛି। ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଦଳର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱ ଭରପୁର ଉଦ୍ୟମ ଚଳାଇଥିଲେ। ଆଜି ବିଜୟ ପୁନର୍ବାର ବିଜେପି ମଇଦାନକୁ ପ୍ରବେଶ କରୁଛନ୍ତି। ଠିକ ଏହାର ଗୋଟିଏ ଦିନ ପୂର୍ବରୁ କାହା ନିର୍ଦ୍ଦେଶରେ ଏବଂ କେଉଁ ଉଦ୍ଦେଶ୍ୟ ରଖି ଟିଟୋ ଗ୍ୟାଙ୍ଗ ସହ ସମ୍ପର୍କ ରଖିଥିବା ଭୁବନ ଜେନା ବୁଧବାର ବିଜୟ ସଂକଳ୍ପ ସମାବେଶ ଆୟୋଜନ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଧର୍ମେନ୍ଦ୍ରଙ୍କ ଅନୁଗତ ଭୁବନ ଅତ୍ୟନ୍ତ ବିବାଦୀୟ। ତା ଛଡ଼ା ବିଧାୟକ ଅତନୁଙ୍କ ସହ ତାଙ୍କ ସମ୍ପର୍କ ସମସ୍ତେ ଜାଣନ୍ତି । କିନ୍ତୁ ଗତକାଲି ବିଜେପିର ଶକ୍ତିକୁ ପଦାରେ ପକାଇଦେଇଛନ୍ତି। ନିଜ ଢ଼ୋଲ ନିଜେ ପିଟୁଥିଲେ ଭୁବନ । ବହୁ ଆଡମ୍ୱରରେ ଲଘୁକ୍ରିୟା କରି ସେ ଯେପରି ବିଜୟ ସଂକଳ୍ପ ସମାବେଶ ଆୟୋଜନ କଲେ ତାହା ପ୍ରମାଣିତ କରି ଦେଉଛି ଯେ, ବିଜୟଙ୍କ ବିରୋଧରେ କାର୍ଯ୍ୟକ୍ରମ କରିବାକୁ ତାଙ୍କୁ କେହି ଫିଟ‍୍‌ କରିଛି।

ଭୁବନଙ୍କ ବିଜୟ ସଂକଳ୍ପ ସମାବେଶରେ ଲୋକ ସଂଖ୍ୟା ବହୁତ କମଥିଲା। ଏଥିରୁ ଜାଣି ହେଉନଥିଲା ଯେ, ଏହା ବିଜେପିର ବିଜୟ ସଂକଳ୍ପ ସମାବେଶ ନା ଭୁବନଙ୍କର ଘରଭେଦୀ ସମାବେଶ।

ମାର୍ଶାଘାଇ କ୍ରସିଂଠାରୁ ଏକ ବାଇକ ର୍ୟାଲିରେ ନିଜ ସମର୍ଥକମାନଙ୍କ ସହ ଯାଇ ଭୁବନ ପ୍ରସିଦ୍ଧ ରାମଚଣ୍ଡୀ ପୀଠରେ ପହଞ୍ଚିଥିଲେ। ବିଜୟଙ୍କ ଘରବାହୁଡ଼ା ଠିକ ପୂର୍ବରୁ ଭୁବନଙ୍କ ଏହି ବାଇକ ର୍ୟାଲି ବିଜୟଙ୍କ ବାଟ ଓଗାଳିବାକୁ ବୋଲି କୁହାଯାଉଛି। ଧର୍ମେନ୍ଦ୍ରଙ୍କ ଅନୁଗତ ଭୁବନ ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ମଧ୍ୟରେ ଭିତିରି ସମ୍ପର୍କ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି।

ମହାକାଳପଡ଼ାରେ ବିଜେଡି ଏଥର ସିବିଆଇ ନୋଟିସ ପାଇଥିବା ଅତନୁ ସବ୍ୟସାଚୀଙ୍କୁ ମଇଦାନକୁ ଓହ୍ଲାଇଛି। ବିଜୟ ପୁଣି ଫେରୁଥିବାରୁ ଏବେ ଅତନୁ ଓ ଭୁବନଙ୍କୁ ଚିନ୍ତା ଘାରିଛି। ତେଣୁ ସେମାନେ ପରସ୍ପରର ହାତ ମିଳାଇଛନ୍ତି। ବିଜୟଙ୍କ ମଇଦାନ ଓହ୍ଲାଇବା ପୂର୍ବରୁ ଅତନୁଙ୍କ ଆର୍ଥିକ ସହାୟତାରେ ଭୁବନ ଏଭଳି ରୋଡ଼ ଶୋ’ର ଆୟୋଜନ କରିଥିଲାବେଳେ ନଗଣ୍ୟ ସଂଖ୍ୟା ଦୃଷ୍ଟିରୁ ଏହି ବାଇକ ରାଲି ଫ୍ଲପ ହୋଇଛି।

ଭୁବନ ଜିଲ୍ଲାର ବିଭିନ୍ନ ନିର୍ବାଚନୀମଣ୍ଡଳୀରୁ ଲୋକଙ୍କୁ ବୁହାଇଆଣି ରାଲିରେ ସାମିଲ କରିବାର ଲକ୍ଷ୍ୟ ରଖିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହି। ଶେଷରେ ଭୁବନଙ୍କୁ ନି ଝାଞ୍ଜ ନିଜେ ପିଟିବାକୁ ପଡିଥିଲା। ମନ୍ଦିର ପ୍ରବେଶ କରିବା ପୂର୍ବରୁ ଏହି ନଗଣ୍ୟ କର୍ମୀଙ୍କୁ ଦେଖି ଭୁବନ ବିରକ୍ତିକର ମୁହଁ କରିଥିବାର ଦେଖିବାକୁ ମିଳିଥିଲା । ଆଉ ସେ ନିଜେ ଝାଞ୍ଜ ପିଟି ମନ୍ଦିରରେ ପଶିଥିଲେ ।

ତେବେ ଏହି ବିଜୟ ସଂକଳ୍ପ ଯାତ୍ରାରେ ସାଂସଦ ପ୍ରାର୍ଥୀ ହୋଇଥିବା ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ତାଙ୍କ ସମର୍ଥକମାନଙ୍କୁ ଏଥିରେ ସାମିଲ କରାନଯିବା ଭୁବନ ଓ ଅତନୁଙ୍କ ମଧ୍ୟରେ ଡିଲ ହୋଇଥିବାର ସନ୍ଦେହକୁ ଦୃଢ଼ୀଭୂତ କରିଛି । ଏହି ସଂକଳ୍ପ ଯାତ୍ରାରେ ଭୁବନ କହିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ଏଥର ପରିବର୍ତ୍ତନ ସୁନିଶ୍ଚିତ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published. Required fields are marked *