ସର୍ବଭାରତୀୟ ଚାକିରିରେ ଲ୍ୟାଟେରାଲ୍‌ ଏଣ୍ଟ୍ରି ସୁବିଧା କରିବ କଂଗ୍ରେସ

ଭୁବନେଶ୍ଵର, (ଓଟି): ଘରୋଇ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରଫେସନାଲ୍‌ଙ୍କୁ ଲ୍ୟାଟେରାଲ୍‌ ଏଣ୍ଟ୍ରି ମାଧ୍ୟମରେ ଯୁଗ୍ମ ପାହ୍ୟା ଦେବାପାଇଁ ଦ୍ଵାର ଉନ୍ମୁକ୍ତ କରିଥିବା ଏନ୍‌ଡିଏ ସୀରକାରଙ୍କ ଯୋଜନାକୁ ଆଉ ପାଦେ ଆଗକୁ ନେବାକୁ ଘୋଷଣା କରିଛି କଂଗ୍ରେସ। ପାର୍ଟିର ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଆସିବ ତେବେ ସର୍ବଭାରତୀୟ ସେବା କ୍ଷେତ୍ରରେ ଲ୍ୟାଟେରାଲ୍‌ ଏଣ୍ଟ୍ରି ସୁବିଧା ରହିବ। ଏହି ସୁବିଧା କେବଳ ସେନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ହେବ। ଯେଉଁ ବିଚକ୍ଷଣ ପଅତିଭାଧାରୀ ସେନା କର୍ମଚାରୀମାନେ ୪୦ ବର୍ଷ ପୂର୍ବରୁ ଅବସର ନେଉଛନ୍ତି ସେମାନଙ୍କ ପାଇଁ ଏହି ଦ୍ଵାର ଖୋଲା ହେବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି।

ସେନାରେ କାମ କରି ଫେରିଥିବା ଆମ ଭାଇଭଉଣିମାନେ ହେଉଛନ୍ତି ଭାରତର ସମ୍ପଦ। ସେମାନଙ୍କ ମର୍ଯ୍ୟାଦା ରକ୍ଷା ତଥା ସେମାନଙ୍କୁ ଆବଶ୍ୟକ ସମ୍ମାନ ସୁଯୋଗ ପ୍ରଦାନ କରିବା ଆମ କର୍ତ୍ତବ୍ୟ। ଏଣୁ କଂଗ୍ରେସ ଏହି କ୍ରମରେ ସେମାନଙ୍କ ଲାଗି ଲ୍ୟାଟେରାଲ୍‌ ଏଣ୍ଟ୍ରି ବ୍ୟବସ୍ଥା ଉନ୍ମୁକ୍ତ କରିବ।

ଜୁନ୍‌ ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵାଧୀନ ଏନ୍‌ଡିଏ ସରକାର ପ୍ରଥମେ ୧୦ ଜଣ ପ୍ରତିଭାଧାରୀ ଦକ୍ଷ ପ୍ରଫେସନାଲ୍‌ଙ୍କୁ ସର୍ବ ଭାରତୀୟ ସେବାରେ ନିଯୁକ୍ତ ଦେଇଥିଲେ। ଏହା ଲ୍ୟାଟେରାଲ୍‌ ଏଣ୍ଟ୍ରି ଥିଲା। ଏହି ପ୍ରଫେସନାଲ୍‌ମାନେ ସରକାରଙ୍କ ପାଖରେ ଯୁଗ୍ମ ସଚିବ ଭାବେ କାମ କରିବା ଆରମ୍ଭ କରିଥିଲେ।

ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେଡି ଟିକଟ : ପ୍ରତାପ ଷଡଙ୍ଗୀ

Leave a Reply

Your email address will not be published. Required fields are marked *