ନିମାପଡା କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତ ପାତ୍ର ଫେରାଇଲେ ଟିକେଟ
ନିମାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇଥିବା ସତ୍ୟବ୍ରତ ପାତ୍ର ମଧ୍ୟ ଆଜି ନିର୍ବାଚନ ଲଢିବି ନାହିଁ ବୋଲି କହି ଟିକେଟ ଫେରାଇଦେଇଛନ୍ତି । ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ସେ ଟିକେଟ ଫେରାଇଥିବା କହିଛନ୍ତି । ଏଥିସହ ସେ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ବଡଚଣା କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ମଧ୍ୟ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରି ପିସିସିକୁ ଚିଠି ଲେଖିଥିଲେ ।
ପୂର୍ବରୁ ମୁକ୍ତିକାନ୍ତ ମଣ୍ଡଳ, ପୃଥ୍ବୀବଲ୍ଲଭ ପଟ୍ଟନାୟକ ଆଦି ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବେ ନାହିଁ ବୋଲି ଟିକେଟ ଫେରାଇଥିଲେ । କଂଗ୍ରେସର ସ୍ଥିତି ବେଳୁବେଳ ଖରାପହେବାରେ ଲାଗିଛି । ଦଳ ମଧ୍ୟରେ ଟିକେଟ ନପାଇ କିଏ ଅସନ୍ତୁଷ୍ଟ ହେଉଥିବାବେଳେ ଟିକେଟ ପାଇଲାପରେ କିଏ ନିର୍ବାଚନ ଲଢିବି ନାହିଁ ବୋଲି ଟିକେଟ ଫେରାଇଦେଉଛି ।