କଂଗ୍ରେସ ଦଳର ରେଳ ବିଭାଗକୁ ଅନୁରୋଧ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଦୀର୍ଘ ଦିନ ଧରି ତାଲା ବନ୍ଦ ହେବା ଯୋଗୁଁ ଓଡିଶାର ବହୁ ସଂଖ୍ୟାର ଶ୍ରମଜୀବୀ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ସେମାନେ କାମଧନ୍ଦା ହରାଇ ନିଜ ନିଜ ଭିଟା ମାଟିକୁ ଫେରିବାକୁ ବହୁ ସଂଖ୍ୟାରେ ନିବେଦନ କରୁଛନ୍ତି । ଏହି ଶ୍ରମିକମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଚଳାଇବା ପାଇଁ କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ରେଳମନ୍ତ୍ରୀ ପିୟୁଷ ଗୋୟେଲ ଓ ରେଳ ବିଭାଗ ବୋର୍ଡର ଚେୟାରମ୍ୟାନଙ୍କୁ ପତ୍ର ଲେଖିଛନ୍ତି ।

ଶ୍ରୀ ସିଂ ଜଣାଇଛନ୍ତି ଯେ, ଏହି ଶ୍ରମିକମାନେ ତାଲାବନ୍ଦ ପରେ ବହୁ ଅଭାବ ଅସୁବିଧାରେ ଥିବାରୁ ସେମାନଙ୍କ ଟ୍ରେନ୍ ଭଡା କଂଗ୍ରେସ ଦଳ ପକ୍ଷରୁ ବହନ କରାଯିବ । ତେଣୁ ଅଧିକରୁ ଅଧିକ ଟ୍ରେନ୍ ଚଳାଇ ଓଡିଶାର ସବୁ ସ୍ଥାନରେ ଶ୍ରମିକମାନଙ୍କର ପହଂଚିବାରେ ଯେପରି ଅସୁବିଧା ନ’ ହେବ, ସେଥିପାଇଁ ରେଳମନ୍ତ୍ରାଳୟ ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି ।ଏହା ହିଁ ଆଜିର ପ୍ରେସବାର୍ତ୍ତା ଜରିଆରେ ପିସିସି ସଭାପତ  ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *