କଂଗ୍ରେସର ଲୋକସଭା ପ୍ରାର୍ଥୀ ତାଲିକା

ରାୟବରେଲୀରୁ ସୋନିଆ,

ଆମେଠିରୁ ରାହୁଲ

ତାଲିକାରେ ପ୍ରିୟଙ୍କାଙ୍କ ନାଁ ନାହିଁ

ମହାମେଣ୍ଟ ପାଇଁ ଏସ୍‌ପି-ବିଏସ୍‌ପିଙ୍କ ଦୂଆର ବନ୍ଦ ପରେ ‘ଏକ୍‌ଲା ଚଲୋ’ ନୀତି ଆପଣାଇଛି କଂଗ୍ରେସ। ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ୧୫ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପ୍ରର୍ଯ୍ୟାୟର ତାଲିକାରେ ବର୍ଷ ବର୍ଷ ଧରି ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଥିବା ଉତ୍ତରପ୍ରଦେଶ ଏବଂ ଗୁଜୁରାଟର ୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ରହିଛି। ଏହି ତାଲିକାରେ କୁହାଯାଇଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ଆମେଥିରୁ ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ନିଜ ଗଡ଼ ରାଏବରେଲୀରୁ ହିଁ ଲଢ଼ିବେ। ଏହି ଆସନରୁ ସୋନିଆ ଗତ ୫ଥର ଜିତିଆସିଛନ୍ତି।

ଅଳ୍ପଦିନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ଉତ୍ତରପ୍ରଦେଶରେ ସାଧାରଣ ସମ୍ପାଦକର ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ମା’ଙ୍କ ଆସନ ରାଏବରେଲୀରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ପ୍ରିୟଙ୍କା ଏଥର ନିର୍ବାଚନରେ ପ୍ରାର୍ଥୀ ହେବେ କି ନାହିଁ ଏବଂ ଯଦି ହେବେ ସେ କେଉଁଠୁ ଲଢ଼ିବେ, ତାହା ଏ ଯାଏ ଜଣାପଡ଼ି ନାହିଁ।

ଉତ୍ତରପ୍ରଦେଶର ସାହାରାନପୁର ଲୋକସଭା ଆସନରୁ ଇମ୍ରାନ ମାସୁଦ, ବଦାଉନରୁ ସଲିମ ଇକବାଲ ଶେରବନୀ, ଧଉରାହରାରୁ ଯତୀନ ପ୍ରସାଦ, ଉନାଉରୁ ଅନୁ ଟଣ୍ଡନ, ଫରୁକାବାଦରୁ ସଲମାନ ଖୁସିଦ୍‌, ଆକବରପୁରରୁ ରାଜାରାମ ପାଲ, ଜଲାଉନ -(ଏସ୍‌)ରୁ ବ୍ରଜଲାଲ ଖାବରୀ, ଫଇଜାବାଦରୁ ନିର୍ମଲ ଖାତ୍ରୀ ଓ କୁଶୀନଗରରୁ ଆରପିଏନ ସିଂହ ନିର୍ବାଚନ ଲଢ଼ିବେ।

ଗୁଜୁରାଟର ଅହମଦାବାଦ୍‌ (ପଶ୍ଚିମ-ଅନୁସୂଚିତ ଜାତି) ଆସନରୁ ରାଜୁ ପରମାର, ଆନନ୍ଦରୁ ଭାରତ ସିଂହ ଏମ୍‌ ସୋଲାଙ୍କୀ, ଭଦୋଦରାରୁ ପ୍ରଶାନ୍ତ ପଟେଲ ଓ ଛୋଟ ଉଦୟପୁରରୁ ରଣଜିତ ମୋହନସିଂହ ରାଥଓ୍ଵା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସରୁ ଟିକେଟ ପାଇଛନ୍ତି।

Leave a Reply

Your email address will not be published. Required fields are marked *