ଲକ୍ଷ୍ୟ ହୀନ ଏନଜିଓରେ ପରିବର୍ତ୍ତନ ହେବାକୁ ଯାଉଛି ରାହୁଲଙ୍କ କଂଗ୍ରେସ
୨୦୧୯ ନିର୍ବାଚନର ପ୍ରଥମ ଚରଣ ମତଦାନ ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ। ଏବେ ଆସନ୍ତୁ ଦେଖିବା ଏହି ନିର୍ବାଚନୀ ମହାସମର ପାଇଁ କଂଗ୍ରେସ ପାର୍ଟି କେତେ ଦୂର ପ୍ରସ୍ତୁତ ହୋଇଛି। ଏହାର ସେନାପତି, ପଦାତିକ ସୈନିକ କେତେ ଜୋଶରେ ଅଛନ୍ତି? ଏହାର ସେନାପତି ଭୂମିକାରେ କିଏ କିଏ ଅଛନ୍ତି? କଂଗ୍ରେସ ସବୁବେଳେ କହି ଆସୁଛି ମୋଦି ସରକାର ଦୁର୍ନୀତିଗ୍ରସ୍ତ, ନିକ୍କମା, ସମାଜକୁ ବିଭାଜନକାରୀ ଓ ଭାରତୀୟ ଇତିହାସରେ ସବୁଠାରୁଖରାପ ସରକାର। କିନ୍ତୁ ଏହି ସରକାରକୁ ପରାଜିତ କରିବା ପାଇଁ କଂଗ୍ରେସ କ’ଣ କରୁଛି ତାହା କହୁନାହିଁ। ଚଳିତ ନିର୍ବାଚନରେ ଯାହା ପ୍ରମୁଖ ପ୍ରସଙ୍ଗ ରହିଛି ତାହା ହେଲା ବେକାରୀ, ଅର୍ଥବ୍ୟବସ୍ଥା, ରାଷ୍ଟ୍ରବାଦ, ସାମାଜିକ ସମରସତା ଏ ସମ୍ପର୍କରେ କଂଗ୍ରେସର ବିଚାର କ’ଣ ରହିଛି।
ଲୋକଙ୍କ ବିଚାରରେ କଂଗ୍ରେସ ଆଜି କ’ଣ? କଂଗ୍ରେସ କ’ଣ ଏକ ରାଜନୈତିକ ଦଳ, ଯିଏକି ନିଜର ଜୀବନ ମରଣ ଲଢ଼େଇ କରିବାକୁ ଯାଉଛି। ନା ଏହା ଏକ ଏନଜିଓ, ଯିଏ କେବଳ ନିଜର ଦାୟିତ୍ୱ ପୂରଣ କରୁଛି ଓ ଚିନ୍ତା କରୁଛି ଏତିକିରେ ଦୁନିଆଁ ବଦଳି ଯିବ?
ଏହିସବୁ ପ୍ରଶ୍ନରେ କଂଗ୍ରେସ ସମର୍ଥକମାନେ ରାଗିଯାଇ ପାରନ୍ତି। କିନ୍ତୁ ଏହା ଆଲୋଚନା କରିବା ଜରୁରୀ। ଗତ ପାଞ୍ଚ ବର୍ଷ ହେଲା କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସକୁ ପରାଜିତ କରିବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛି। ଏପରିକି କଂଗ୍ରେସର ନାମ ରାଜନୀତିରୁ ହଟାଇବାକୁ ଯୋଜନା ମଧ୍ୟ କରିସାରିଛି। ଯଦି ଚଳିତ ନିର୍ବାଚନରେ କଂଗ୍ରେସର ଅବସ୍ଥା ଖରାପ ହୁଏ, ତେବେ ଏହାର ଯୁବା ସଦସ୍ୟମାନେ ନିଜର ଭବିଷ୍ୟତ ପାଇଁ ଅନ୍ୟ ଦଳରେ ସାମିଲ ହୋଇପାରନ୍ତି। ଏପରିକି କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ନିକଟରେ ଗଠିତ ସରକାରକୁ ଭାଙ୍ଗି ଦିଆଯାଇପାରେ। କେବଳ ରାଜସ୍ଥାନରେ କଂଗ୍ରେସ ସରକାର ଭାଗ୍ୟ ଭରଷାରେ ରହିଯିବ।
ଏଭଳି ସ୍ଥିତିରେ କଂଗ୍ରେସର କ’ଣ ସ୍ଥିତି ରହିବ। କେବଳ ନିର୍ବାଚନ ଲଢ଼ି ନଥିବା ଓ ଲଢ଼ିବାକୁ ଇଛା କରୁନଥିବା ନେତାମାନଙ୍କ ପାଇଁ କଂଗ୍ରେସ ରହିବ।
ଯେ କୌଣସି ରାଜନୈତିକ ଦଳର ଲକ୍ଷ୍ୟ ଓ ସ୍ଲୋଗାନ ହେଉଛି, ‘ନିର୍ବାଚନ ଜିତିବା’। ଏଥିପାଇଁ କଠିନ ପରିଶ୍ରମ ଓ ନିଷ୍ଠାର ଆବଶ୍ୟକତା ରହିଛି। ସଫଳ ହେଲେ ବହୁ ପୁରସ୍କାର ମିଳିବ, ବିଫଳ ହେଲେ ଅନେକ କ୍ଷତି ସହିବାକୁ ପଡ଼ିବ। ଏବେ ଆମେ କହିପାରିବା କି କଂଗ୍ରେସରେ ଏଭଳି କିଛି ପ୍ରୟାସ ହେଉଛି କି? ଏହି ପ୍ରଶ୍ନର ଉତ୍ତର ନାଁ ବୋଲି ହେଲେ ତେବେ କଂଗ୍ରେସ ଏବେ ଏନଜିଓ ଭଳି ପ୍ରତୀୟମାନ ହେଉଛି। କିନ୍ତୁ ଏହାର ଲକ୍ଷ୍ୟ, ଚିନ୍ତାଧାରା ବଜାରର ମୁଡ ଭଳି ପରିବର୍ତ୍ତନ ହେବାରେ ଲାଗିଛି। ଏହାର ମୂଳ ପୁଞ୍ଜି ସରକାରୀ ହୋଇଥାଏ। ତୁଳନାତ୍ମକ ଭାବେ ଏହା ସଦାଚାରୀ ଓ କୁଶଳୀ ଦେଖାଯାଆନ୍ତି। କିନ୍ତୁ ଉତ୍ତରଦାୟୀ ନୁହଁନ୍ତି। ସାଧାରଣତଃ ଏମାନଙ୍କର ଚିନ୍ତାଧାରା ବ୍ୟବସ୍ଥା ବିରୋଧି ହୋଇଥାଏ।
ଏତେ ବର୍ଷ ଧରି କ୍ଷମତାରୁ ରହିବାରୁ କଂଗ୍ରେସ ଏବେ ସାମନ୍ତବାଦୀ ହୋଇଯାଇଛି। ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ଏବେ କଂଗ୍ରେସରେ ହ୍ରାସ ପାଇବାରେ ଲାଗିଛି। ଏବେ କଂଗ୍ରେସରେ ସଂଗ୍ରାମୀ ଓ ନିର୍ବାଚନ ଜିତି ପାରିବା ନେତା ବହୁତ କମ୍ ଅଛନ୍ତି। ଗାନ୍ଧୀ ପରିବାର ସହିତ କିଛି ପୁରୁଣା ବଂଶବାଦୀ ନେତା ନିଜ ଜାଗୀର ସୁରକ୍ଷା ପାଇଁ ନିଜ ଅଞ୍ଚଳରେ ଦଳକୁ ବଞ୍ଚାଇବାରେ ବିଫଳ ହେବା ସହିତ ନୂଆ ପୀଢ଼ି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ନାରାଜ। ଏଭଳି ନେତାମାନେ ନିଜ ସମ୍ପତ୍ତିକୁ ଅଯଥାରେ ଖର୍ଚ୍ଚ କରିବାକୁ ଚାହୁଁନଥିବାବେଳେ ଖରାରେ ନ ବୁଲିବା ନିର୍ବାଚନ ମଧ୍ୟ ଲଢ଼ୁନାହାଁନ୍ତି। ସମଗ୍ର ଦେଶରେ କଂଗ୍ରେସର ୫୦ଜଣ ଶୀର୍ଷ ନେତାଙ୍କ ତାଲିକା ପ୍ରସ୍ତୁତ କଲେ ଏଭଳି ନେତାଙ୍କ ସମ୍ପର୍କରେ ସୂଚନା ଆପେ ଆପେ ମିଳିଯିବ।

ଏହାର ବିପରୀତ, ଯେଭଳି ଦରବାର ବା ଉତ୍ତରଦାୟିତ୍ୱ ନଥିବା ଏନଜିଓ ବା ପରିବାର ନିୟନ୍ତ୍ରିତ ବ୍ୟବସାୟରେ ଯେଭଳି ଚାଟୁକାରମାନେ ବିପଦ ସମୟରେ ଦେଖା ଦିଅନ୍ତି ନାହିଁ ସେହିଭଳି ଅବସ୍ଥା ଏବେ କଂଗ୍ରେସରେ ଦେଖାଦେଇଛି। ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି, ଛଦ୍ମ ସମାଜବାଦୀ ନେତା ମୋହନ ପ୍ରକାଶ। ସେ ରାହୁଲ ଗାନ୍ଧୀଙ୍କ ବିଶ୍ୱାସ ଭାଜନ ହେବା ପରେ ତାଙ୍କୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ବଡ ବଡ ରାଜ୍ୟର ପ୍ରଭାରୀ ଦାୟିତ୍ୱ ମିଳିଥିଲା। ସେ ରାହୁଲ ଗାନ୍ଧୀଙ୍କୁ ଆଧୁନିକ ଜୟପ୍ରକାଶ ବୋଲି ଚିତ୍ରଣ କରି ନିଜର ବିଫଳତା ସତ୍ତ୍ୱେ ବଡ ନେତା ହୋଇଥିଲେ। ଏବେ ସେ କେଉଁଠି ଅଛନ୍ତି କେହି କହିପାରିବେ ନାହିଁ। ଏହି ତାଲିକାରେ ସି.ପି. ଯୋଶୀ ମଧ୍ୟ ଅଛନ୍ତି। ସେ ଯେଉଁ ଦାୟିତ୍ୱ ନେବେ ତାକୁ ଠିକରେ ତୁଲାଇବା ପରିବର୍ତ୍ତେ ନଷ୍ଟ କରିଦେବେ। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକର ଦାୟିତ୍ୱ ନେବା ପରେ ସେଠାରେ କଂଗ୍ରେସ ସଫା ହୋଇଯାଇଛି।

ଏବେ ରାହୁଲଙ୍କ ଟିମରେ ପରାଜିତ ନେତାମାନଙ୍କର ଭିଡ ଲାଗିଛି। ଉତ୍ତରପ୍ରଦେଶରେ ରାଜବବର ପ୍ରଦେଶ କଂଗ୍ରେସ କମିଟିର ସଭାପତି ଅଛନ୍ତି। ସେଠାରେ କଂଗ୍ରେସର ସ୍ଥିତି ଟଳମଳ ଅବସ୍ଥାରେ ରହିଛି। ହରିଆନାରେ ଯୁବ ଦଳିତ ନେତା ଅଶୋକ ତଓଁର, ରଣଦୀପ ସିଂହ ସୁରେଜୱାଲା ବଡ ନେତା ଅଛନ୍ତି। କିନ୍ତୁ ଉପନିର୍ବାଚନରେ ରଣଦୀପ ସିଂହ ସୁରେଜୱାଲା ତୃତୀୟ ସ୍ଥାନରେ ଥିଲେ। ଦଳର ଅମ୍ୱିକା ସୋନୀ ଓ ମୁକୁଲ ୱାସନିକ ନିର୍ବାଚନ ରାଜନୀତିରେ ପ୍ରଭାବଶାଳୀ ନେତା ନୁହଁନ୍ତି। କିନ୍ତୁ ଅମ୍ୱିକା ସେରନୀ ଜମ୍ମୁ-କାଶ୍ମୀର, ମୁକୁଲ ୱାସନିକ କେରଳ ଓ ତାମିଲନାଡୁର ପ୍ରଭାରୀ ହୋଇଛନ୍ତି। କେବେ ନିର୍ବାଚନ ଲଢ଼ିନଥିବା ଦିପକ ବାବରିଆ ମଧ୍ୟପ୍ରଦେଶ ପ୍ରଭାରୀ ଅଛନ୍ତି। କଂଗ୍ରେସର ବଡ ନେତା କୁହାଯାଉଥିବା ଆନନ୍ଦ ଶର୍ମା ଓ ଜୟରାମ ରମେଶଙ୍କ ଅବସ୍ଥା ମଧ୍ୟ ଏକାଭଳି।

କୋରଗ୍ରୁପ ସଦସ୍ୟ ଏକେ ଆଣ୍ଟୋନୀ ୨୦୦୧ରୁ ନିର୍ବାଚନ ଲଢ଼ିନାହାନ୍ତି। ଯଦି ଆମେ ଦେଖିବା ରାହୁଲଙ୍କ ସମସ୍ତ ପରାମର୍ଶଦାତାମାନେ ବହୁତ ପାଠ ପଢ଼ିଛନ୍ତି। ଏମାନଙ୍କ ମଧ୍ୟରେ ରାହୁଲଙ୍କ ସହାୟକ କନିଷ୍କ ସିଂହ, ଟ୍ୱିଟ ଲେଖକ ନିଖିଲ ଆଲଭା,ଅବସରପ୍ରାପ୍ତ ଅଫିସର ରାଜୁ, ପରିସଂଖାନ ବିଶେଷଜ୍ଞ ପ୍ରବୀଣ ଚକ୍ରବର୍ତ୍ତୀ, ମୁଖ୍ୟ ବିଚାର ପ୍ରଶିକ୍ଷକ ସଚିନ ରାଓ, ପୂର୍ବ ବ୍ୟାଙ୍କର ଅଳଙ୍କା ସବାଇ ହୁଅନ୍ତୁ କି ସୋସାଲ ମିଡ଼ିଆ ପ୍ରମୁଖ ଦବ୍ୟା ସ୍ପନ୍ଦନା ଏମାନଙ୍କ ମଧ୍ୟରେ ବହୁତ ସମାନତା ରହିଛି। କେବଳ ସ୍ପନ୍ଦନା କେବଳ ରାଜନୀତିରେ ଅଛନ୍ତି। ରାହୁଲଙ୍କ ଟିମରେ ଆଉ ଜଣେ ନେତା ଅଛନ୍ତି ସେ ହେଲେ ସନ୍ଦିପ ସିଂହ। ସନ୍ଦିପ ଜଣେ ବାମପନ୍ଥୀ ଚିନ୍ତାଧାରା ଆଇସାର ସଦସ୍ୟ। ସେ ଏବେ ରାହୁଲଙ୍କ ଭାଷଣ ଲେଖିବା ଦାୟିତ୍ୱରେ ଅଛନ୍ତି। ଯଦି ଆମେ ରାହୁଲଙ୍କ କୋର ଗ୍ରୁପ ଓ ପ୍ରମୁଖ ପରାମର୍ଶଦାତାଙ୍କ ମଧ୍ୟରୁ ବହୁତ କମ୍ ଲୋକଙ୍କର ରାଜନୈତିକ ଦୃଷ୍ଟିକୋଣ ରହିଛି। ଏମାନଙ୍କ ମଧ୍ୟରୁ ସବୁଠାରୁ ଚତୁର ଅହମ୍ମଦ ପଟେଲ ଏବେ ପ୍ରଭାବହୀନ।
କଂଗ୍ରେସ ଏବେ ଦେଶର ପ୍ରମୁଖ ସମସ୍ୟାକୁ ଗୌଣ କରି କେବଳ ବେକାରୀ, ଅର୍ଥବ୍ୟବସ୍ଥା ଓ କୃଷକ ସମସ୍ୟା ନେଇ ମୋଦିଙ୍କୁ ଟାର୍ଗଟ କରିବାରେ ଲାଗିଛି। କିନ୍ତୁ ଏହିସବୁ ସମସ୍ୟାର ସମାଧାନ କିପରି ହେବ ତାହା କହୁନାହିଁ। ଯାହାକି ଗୋଟିଏ ରାଜନୈତିକ ଦଳ ଲୋକମାନଙ୍କ ପାଖରେ ଲୋକପ୍ରିୟ ହେବା ପାଇଁ ନିହାତି ଆବଶ୍ୟକ। କଂଗ୍ରେସ ଅଧ୍ୟକ୍ଷ ଏବେ ଯେଉଁ ଚିନ୍ତାଧାରାରେ ଚାଲୁଛନ୍ତି ତାହା କିଛି ଲୋକଙ୍କୁ ପ୍ରଭାବିତ କରିଥାଇପାରେ କିନ୍ତୁ ଉତ୍ତରଦାୟିତ୍ୱ ଆସିଲେ କେହି ଧରାଛୁଆଁ ଦେବେନାହିଁ।

ଋାଷ୍ଟ୍ରବାଦ, ସୁରକ୍ଷା, ଆତଙ୍କବାଦ ମୁକାବିଲ୍ଲା, ବିଦେଶନୀତି ପ୍ରସଙ୍ଗରେ ସାମ ପିଟ୍ରୋଡାଙ୍କ ଭଳି ନେତାଙ୍କଠାରୁ ପରାମର୍ଶ ନ ମିଳିବା ଯାଏ କୌଣସି ପ୍ରତିକ୍ରିୟା ଆସେନାହିଁ। ବର୍ତ୍ତମାନର ସରକାର ଯେଉଁ ହତିଆର ସାହାଯ୍ୟରେ ଶତ୍ରୁ ସହିତ ଲଢ଼ୁଛି ତାହା ନିର୍ମାଣ କରିବାକୁ ଇନ୍ଦିରା ଗାନ୍ଧୀଙ୍କ ସରକାର କିଣିଥିଲେ ବୋଲି କେହି କହିପାରୁନାହାଁନ୍ତି।
ରାଜନୀତିରେ ସଫଳ ହେବାକୁ ହେଲେ ବହୁ ପରିଶ୍ରମ ଆବଶ୍ୟକ। କେବଳ ନେତାଙ୍କ ମନ୍ତବ୍ୟକୁ ରିଟ୍ୱିଟ୍ କଲେ କିଛି ହେବ ନାହିଁ। ସାମାଜିକ ସମରସତା ପ୍ରସଙ୍ଗରେ ପ୍ରେମ ସ ସହିଷ୍ଣୁତା କଥା କହିବା ବହୁତ ଭଲ ଲାଗିପାରେ, କିନ୍ତୁ ସାବରୀମାଳା, ତିନ ତଲାକ୍, ରାମ ମନ୍ଦିର ପ୍ରସଙ୍ଗର ଦୃଷ୍ଟିଭଙ୍ଗୀ ବିଜେପି ସହିତ ସମାନ ହେଲେ କଂଗ୍ରେସର ତଫାତ୍୍ କଣ ରହିଲା। ଏବେ କଂଗ୍ରେସ ଏହିସବୁ ପ୍ରସଙ୍ଗରେ ଚିନ୍ତା କରିବା ଆବଶ୍ୟକ। ଯଦି ଚିନ୍ତା ନ କରେ ତେବେ କଂଗ୍ରେସ ଏକ ରାଜନୈତିକ ଦଳ ନା ଏନଜିଓ। କାରଣ ଏନଜିଓକୁ ବ୍ୟବସ୍ଥା ବିରୋଧି ସଂଗଠନ ବୋଲି ଚିନ୍ତା କରାଯାଏ।
ପଢ଼ନ୍ତୁ ଅନ୍ୟ ଖବର: