ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ କଂଗ୍ରେସ ସବୁଠାରୁ ଅଧିକ ଭୟ କରେ!
ଅର୍ଣ୍ଣବଙ୍କ ବିରୋଧରେ କଂଗ୍ରେସର ଦେଶବ୍ୟାପି ଏଫଆଇଆର ଦଳର ଦୁର୍ବଳତାକୁ ପ୍ରକାଶ କରୁନାହିଁ ତ?
ଭୁବନେଶ୍ଵର, (ଓଟି): ଗୋଟିଏ ପଟେ ଦେଶ କରୋନା ସହ ସଂଘର୍ଷ କରୁଛି, ଅନ୍ୟ ପଟେ କଂଗ୍ରେସ ଦଳର କର୍ମୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିବାରେ ବ୍ୟସ୍ତ ଅଛନ୍ତି । ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇରେ ରିପବ୍ଲିକ୍ ଟିଭିର ସମ୍ପାଦକ ତଥା ଆଙ୍କର୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଦୁଇ ଜଣ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଏହି ଆକ୍ରମଣରେ ବିଫଳ ହୋଇ ସେମାନେ ଅଫିସରୁ ଷଫରୁଥିବା ଅଣ୍ଣବ ଏବଂ ତାଙ୍କ ପତ୍ନୀଙ୍କ କାର୍ ଉପରକୁ କାଳି ପକାଇବାକୁ ଉଦ୍ୟମ କରିଥିବେ ଅଭିଯୋଗ ହୋଇଛି। । ଅଣ୍ଣବଙ୍କ ଅଭିଯୋଗକୁ ଭିତ୍ତି କରି ଆକ୍ରମଣକାରୀଙ୍କ ବିରୋଧରେ ଏମଏମ ଯୋଶୀ ପୋଲିସ ଷ୍ଟେସନରେ ଆଇପିସିର ଧାରା ୩୪୧, ୫୦୪ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ।
ଆକ୍ରମଣ ପରେ ପୋଷ୍ଟ କରାଯାଇଥିବା ଏକ ଭିଡ଼ିଓରେ ଗୋସ୍ୱାମୀ କହିଛନ୍ତି ଯେ ତାଙ୍କ ସୁରକ୍ଷା କର୍ମୀ ତାଙ୍କୁ କହିଥିଲେ ଯେ ଆକ୍ରମଣକାରୀମାନେ ଯୁବ କଂଗ୍ରେସର ସଦସ୍ୟ ତଥା କର୍ମୀ । ଏହାପରେ କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ଟ୍ୱିଟ୍ଦ୍ୱାରା ଏହି ଆକ୍ରମଣରେ କଂଗ୍ରେସର ହାତ ରହିଥିବା ନିଶ୍ଚିତ ହୋଇଛି ବୋଲି ମିଡିଆରେ ଚର୍ଚା ହେଉଛି।
ପ୍ରଶ୍ନ ଉଠୁଛି କଂଗ୍ରେସ କର୍ମୀମାନେ ଅର୍ଣ୍ଣବଙ୍କ ବିରୋଧରେ ହିଂସାକୁ ଓହ୍ଲାଇବାର କାରଣ କ’ଣ ? ଏହାର ଅନେକ କାରଣ ଅଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ଅର୍ଣ୍ଣବ ସମୟ ସମୟରେ ରିପବ୍ଲିକ୍ ଟିଭିରେ କଂଗ୍ରେସ ଏବଂ ଗାନ୍ଧୀ ପରିବାରକୁ ଟାର୍ଗେଟ କରି ଗାନ୍ଧୀ ପରିବାରର ପାରିବାରିକ ରାଜନୀତିକୁ ଉଜାଗର କରିଥାନ୍ତି । କିନ୍ତୁ ବର୍ତ୍ତମାନ ଅର୍ଣ୍ଣବଙ୍କ ଉପରେ କଂଗ୍ରେସ ଯେପରି ଆକ୍ରମଣ କରୁଛି ଯାହା ଏହାର ଦୁର୍ବଳତାକୁ ଦର୍ଶାଉଛି ।
ପରିସ୍ଥିତି ଏଭଳି ହୋଇଛିଯେ, ଗାନ୍ଧୀ ପରିବାର ଏବଂ ସେମାନଙ୍କ ଅନୁଧାବନକାରୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଯଦି କାହାକୁ ସବୁଠାରୁ ଭୟଭୀତ ହୁଅନ୍ତି ବା ଧ୍ୟାନ ଦିଅନ୍ତି ସେ ହେଲେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ।
ଏହି ଘଟଣା ପରେ କିଛି କହୁଛନ୍ତି ଯେ, ଅର୍ଣ୍ଣବ ସମଗ୍ର ଇକୋସିଷ୍ଟମର କେନ୍ଦ୍ର ସୋନିଆ ଗାନ୍ଧୀଙ୍କୁ ତାଙ୍କ ବିତର୍କ ଶୋ’ରେ ଟାର୍ଗେଟ କରିବାରୁ ସମଗ୍ର କଂଗ୍ରେସ କର୍ମୀ ହିଂସା ଆଡ଼କୁ ମୁହାଁଇଛନ୍ତି । ବାସ୍ତବରେ, ପାଲଗରରେ ୨ସାଧୁଙ୍କ ହତ୍ୟାକୁ ନେଇ ଅର୍ଣ୍ଣବ କଂଗ୍ରେସ ମୁଖିଆଙ୍କୁ ଅନେକ ପ୍ରତ୍ୟକ୍ଷ ପ୍ରଶ୍ନ କରିଥିଲେ ଏବଂ ପଚାରିଥିଲେ ଯେ “ଯଦି ଜଣେ ପାଦ୍ରୀ କିମ୍ବା ମୁସଲମାନଙ୍କୁ ହତ୍ୟା କରାଯାଇଥାନ୍ତା ତେବେ ଆପଣଙ୍କ ପାର୍ଟିକୁ ରୋମରୁ ଆସିଥବା ଇଟାଲିବାଲି ‘ସୋନିଆ ଗାନ୍ଧୀ’ ଚୁପ୍ ରହିଥାନ୍ତେ କି ?”
ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି, “ସୋନିଆ ଗାନ୍ଧୀ ଖୁସି ଅଛନ୍ତି । ସେ ଇଟାଲୀକୁ ଏକ ରିପୋର୍ଟ ପଠାଇବେ ଯେ ମୁଁ ଯେଉଁଠାରେ ସରକାର ଗଠନ କରିଛି, ସେଠାରେ ମୁଁ ହିନ୍ଦୁ ସାଧୁମାନଙ୍କୁ ହତ୍ୟା କରୁଛି । ସେଠାରୁ ସେମାନେ କରତାଳି ପାଇବେ । ଲୋକମାନେ କହିବେ ଯେ ୱା, ସୋନିଆ ଗାନ୍ଧୀ ଭଲ କରିଥିଲେ । ଏହି ଲୋକମାନଙ୍କୁ ଲଜ୍ଜା ମାଡ଼ିବା ଦରକାର । ସେମାନେ ଭାବନ୍ତି କି ହିନ୍ଦୁମାନେ ଚୁପ୍ ରହିବେ ? ସମସ୍ତଙ୍କୁ ଏହା କହିବା ଉଚିତ, ହିନ୍ଦୁମାନେ ଚୁପ୍ ରହିବେ କି ? ସମଗ୍ର ଭାରତ ମଧ୍ୟ ସମାନ ପ୍ରଶ୍ନ କରୁଛି । କହିବାର ସମୟ ଆସିଛି। ”
ସମସ୍ତେ ଜାଣନ୍ତି ଯେ ସୋନିଆ ଗାନ୍ଧୀ କଂଗ୍ରେସ ଏହି ଗୋଷ୍ଠୀର କେନ୍ଦ୍ରରେ ଅଛନ୍ତି ଏବଂ କୌଣସି କଂଗ୍ରେସ ଚାଟୁକାର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପସନ୍ଦ କରିବେ ନାହିଁ । ଏହି କାରଣରୁ କଂଗ୍ରେସ ଏପରି ଲଜ୍ଜାଜନକ କାର୍ଯ୍ୟ କରିଥିଲା । ବର୍ତ୍ତମାନ ଅର୍ଣ୍ଣବଙ୍କ ବିରୋଧରେ ଅନେକ ବର୍ଷର ଏହି ନିରାଶା ହିଂସା ରୂପରେ ପ୍ରକାଶ ପାଇଛି । ଭାରତୀୟ ରାଜନୈତିକ ଦୃଷ୍ଟିକୋଣରୁ କଂଗ୍ରେସ ଦଳର ଅବନତୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କର ପ୍ରମୁଖ ଭୂମିକା ରହିଛି, କିନ୍ତୁ ଯଦି କେହି ତୃତୀୟ ସ୍ଥାନକୁ ଆସନ୍ତି ତେବେ ସେ ଅର୍ଣ୍ଣବ ହେବେ ।
କଂଗ୍ରେସର ପତନର କାହାଣୀ ପ୍ରଥମେ “ଟାଇମ୍ସ ନାଓ” ଏବଂ ପରେ ତାଙ୍କ ଚ୍ୟାନେଲରେ ଲେଖିବା ଆରମ୍ଭ କରିଥିଲେ ଅର୍ଣ୍ଣବ ଗୋସ୍ୱାମୀ । ୨ଜି ଦୁର୍ନୀତି ହେଉ କିମ୍ବା କମନୱେଲ୍ଥ ଦୁର୍ନୀତି ହେଉ କିମ୍ବା କୋଲଗେଟ ଦୁର୍ନୀତି, ସେହି ସମୟରେ ଅର୍ଣ୍ଣବ ଏକମାତ୍ର ସାମ୍ବାଦିକ ଯିଏକି ତାଙ୍କ ପ୍ରତ୍ୟକ୍ଷ ପ୍ରଶ୍ନରେ କଂଗ୍ରେସର କଳା କାରବାରକୁ ଉନ୍ମୋଚନ କରିଥିଲେ ଏବଂ ଏହାର ଦୁର୍ନୀତି ତଥା ଜାତୀୟ ସ୍ୱାର୍ଥ ବିରୋଧରେ କଂଗ୍ରେସ ନେଇଥିବା ପଦକ୍ଷେପ ଲୋକଙ୍କୁ ଜଣାଇଥିଲେ ।
କଂଗ୍ରେସକୁ ଅର୍ଣ୍ଣବ ଗୋସ୍ୱାମୀ ସର୍ବଦା ତୀକ୍ଷ୍ଣ ପ୍ରଶ୍ନ ପଚାରିଛନ୍ତି, ଯାହା ଏହି ପୁରୁଣା ଦଳ କେବେ ଶୁଣିବାର ଅଭ୍ୟାସ ନାହିଁ । ୬୦ ବର୍ଷ ଶାସନ କରିବା ପରେ, କଂଗ୍ରେସ କିପରି ଏହାର ଇକୋସିଷ୍ଟମ ଗଠନ କଲା ଏବଂ ଲୁଟିଅନ୍ସକୁ ଏକଚାଟିଆ କଲା, କଂଗ୍ରେସ ଅନୁଭବ କଲା ଯେ ଏହା ଚ୍ୟାଲେଞ୍ଜ କରିପାରିବ ନାହିଁ । ଲ୍ୟୁଟିଅନ୍ସର ଅନକ ବରିଷ୍ଠ ସାମ୍ବାଦିକମାନେ କଂଗ୍ରେସର ଚାଟୁକାରଭାବେ ଜୀବନ ବିତାଉଛନ୍ତି ଏବଂ କଂଗ୍ରେସ ମଧ୍ୟ ସେମାନଙ୍କ ଉପରେ ଭରସା କରି ବସିଛି ।
ଅର୍ଣ୍ଣବ ଗୋସ୍ୱାମୀ ହିଁ ରାହୁଲ ଗାନ୍ଧୀଙ୍କୁ ଉଠିବା ପୂର୍ବରୁ ସାକ୍ଷାତକାର ନେଇଥିଲେ ଏବଂ ତାଙ୍କର ଅଜ୍ଞାନତାକୁ ପ୍ରକାଶ କରିଥିଲେ । ସେତେବେଳେ ଅର୍ଣ୍ଣବଙ୍କ ସାକ୍ଷାତକାର ସମଗ୍ର ଦେଶକୁ ଜଣାଇଥିଲା ଯେ ରାହୁଲ ଗାନ୍ଧୀ ଜଣେ ଅକ୍ଷମ ନେତା, ଯାହାର ହାତକୁ ଦେଶର ଶାସନ ଡୋରୀ ଆସିବା ଉଚିତ ନୁହେଁ । କଂଗ୍ରେସ ପାଇଁ ଏହା ଏକ ଝଟ୍କା ଥିଲା ଯାହା ଆଜି ପର୍ଯ୍ୟନ୍ତ କ୍ଷମତାକୁ ଆସିବାକୁ ଦେଇନାହିଁ । ରାହୁଲ ଗାନ୍ଧୀଙ୍କ ଉତ୍ତର ବାସ୍ତବରେ “ଅବିଶ୍ୱସନୀୟ” ଥିଲା ଏବଂ ଆଜି ପର୍ଯ୍ୟନ୍ତ ଆମେ ରାହୁଲ ଗାନ୍ଧୀ କ’ଣ କହିବାକୁ ଚେଷ୍ଟା କରୁଛନ୍ତି ତାହା ଜାଣିବାରେ ବିଫଳ ହୋଇଛୁ ।
କଂଗ୍ରେସ ସମେତ ତାଙ୍କର ଫଲୋୟର ସାମ୍ବାଦିକମାନଙ୍କୁ ଅର୍ଣ୍ଣବ ଖୋଲାଖୋଲିଭାବେ ଚ୍ୟାଲେଞ୍ଜ କରି ଗଣମାଧ୍ୟମକୁ ଦିଲ୍ଲୀରୁ ମୁମ୍ବାଇକୁ ନେଇ ଯାଇଥିଲେ । ଯେତେବେଳେ ସେ ନିଜର ଚ୍ୟାନେଲ ସ୍ଥାପନ କରିଥିଲେ ସେତେବେଳେ ସେ କହିଥିଲେ ଯେ ମୁଁ କଂଗ୍ରେସ ସମର୍ଥିତ ଲୁଟିଅନ୍ସ ଦିଲ୍ଲୀର ଦରବାରୀ ସମର୍ଥିତ ସାମ୍ବାଦିକଙ୍କଠାରୁ ଗଣମାଧ୍ୟମକୁ ଦୂରେଇ ନେବାକୁ ଚାହୁଁଥିଲି । ରିପବ୍ଲିକ ଟିଭି ପ୍ରତିଷ୍ଠା ପରେ ଅର୍ଣ୍ଣବ ଆହୁରି ତୀକ୍ଷ୍ଣ ପ୍ରଶ୍ନ କରିବା ଆରମ୍ଭ କଲେ । ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତକାର ପରେ ଅର୍ଣ୍ଣବ କଦାପି ଅଟକି ନଥିଲେ ଏବଂ କଂଗ୍ରେସର ଦୁର୍ବଳ ନାଡ଼ି ଉପରେ ଆକ୍ରମଣ ଜାରି ରଖିଥିଲେ ।