୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ପୁରୀରୁ ସତ୍ୟ, ବାଲେଶ୍ଵରରୁ ନବଜ୍ୟୋତି
ଭୁବନେଶ୍ଵର, (ଓଟି): ରାଜ୍ୟ କଂଗ୍ରେସ ମୁଖିଆଙ୍କ ପୁଅ ତଥା କଂଗ୍ରେସର ଦୈନନ୍ଦିନ ବ୍ୟାପାର ବୁଝୁଥିବା ନବଜ୍ୟୋତି ପଟ୍ଟନାୟକ ବାଲେଶ୍ଵର ସଂସଦୀୟ ମଣ୍ଡଳୀରୁ ପ୍ରାର୍ଥୀ ହେବେ। ରାଜ୍ୟ କଂଗ୍ରେସର ଏହି ନିଷ୍ପତ୍ତି ଉପରେ ଏଆଇସିସି ଚୟନ କମିଟି ମୋହର ଲଗାଇଛନ୍ତି।
ସେହିପରି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମୁଖପାତ୍ର ତଥା ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କ ନାଁକୁ କମିଟି ମୋହର ଦେଇଛି। ଏହି ଆସନ ପାଇଁ ତିନିଜଣଙ୍କ ନାଁ ମୁଖ୍ୟତଃ ଦଳ ପକ୍ଷରୁ ଦଆଯାଇଥିଲା। ସେ ସମସ୍ତେ ପୂର୍ବରୁ ସାମ୍ବାଦିକତା କରୁଥିଲେ। ପ୍ରଥମେ ଥିଲା ପୂର୍ବତନ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି। ଏହାଙ୍କ ପରେ ନୂଆ ପ୍ରାର୍ଥୀ ଭାବେ ବିରଜା ମହାପାତ୍ରଙ୍କ ନାଁ ଆସିଥିଲା। ସେ ସୁପ୍ରିମ୍କୋର୍ଟରେ ଓକିଲ ଭାବେ ଏବେ କାର୍ଯ୍ୟରତ। ଶେଷ ପର୍ଯ୍ୟାୟରେ ସତ୍ୟଙ୍କ ନାଁ ପ୍ରବେଶ କରିଥିଲା। ଆଉ ତାହା ସଫଳ ହୋଇଥିଲା।
ଘୋଷଣା କରାଯାଇଥିବା ତାଲିକା ଉପରେ ନଜର ପକାଇ ନିଅନ୍ତୁ।
କେନ୍ଦୁଝର | ଫକିର ମୋହନ ନାୟକ |
ବାଲେଶ୍ଵର | ନବଜ୍ୟୋତି ପଟ୍ଟନାୟକ |
ଭଦ୍ରକ | ମଧୁମିତା ସେଠୀ |
ଢେଙ୍କାନାଳ | ବ୍ରିଗେଡିୟର କେପି ସିଂଦେଓ |
କେନ୍ଦ୍ରାପଡ଼ା | ଧରଣୀଧର ନାୟକ |
ଜଗତସିଂହପୁର | ପ୍ରତିମା ମଲ୍ଲିକ |
ପୁରୀ | ସତ୍ୟପ୍ରକାଶ ନାୟକ |