ପ୍ରଥମ ପର୍ଯ୍ୟାୟ ନିର୍ବାଚନ: କଂଗ୍ରେସରୁ ଓଡ଼ିଶାରେ ସର୍ବାଧିକ ଧନୀ ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ପ୍ରଥମ ପର୍ଯ୍ୟାୟ ସଂସଦୀୟ ନିର୍ବାଚନ ପାଇଁ ଓଡ଼ିଶାରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ରାଜନେତାଙ୍କ ଭିତରେ ସବୁଠାରୁ ଅଧିକ ଧନୀକ ରହିଛନ୍ତି କଂଗ୍ରେସ ଦଳର। ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ ( ଏଡିଆର୍‌) ପକ୍ଷରୁ ପ୍ରସ୍ତୁତ ଅନୁଶୀଳନରେ ଏହା ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛଇ ଯେ, ପ୍ରାର୍ଥୀପତ୍ର ଦାଖଲ କରିଥିବା ୨୬ ଜଣଙ୍କ ଭିତରୁ ୧୦ ଜଣ ହେଉଛନ୍ତି କୋଟିପତି। ସେଥିରୁ କଂଗ୍ରେସ, ବିଜେପି ଓ ବିଜେଡି ପ୍ରତ୍ୟେକ ଦଳର ତିନଜଣ ଲେଖାଏଁ କୋଟିପତି ରହିଛନ୍ତି। କିନ୍ତୁ ସମ୍ପତ୍ତି ମୂଲ୍ୟକୁ ହିସାବକଲେ କଂଗ୍ରେସ ଦଳର ପ୍ରାର୍ଥୀ ହାରାହାରି ସମ୍ପତ୍ତି ମୂଲ୍ୟ ହେଉଛି ସର୍ବାଧିକ।

କଂଗ୍ରେସ ଦଳର ଜଣେ ପ୍ରାର୍ଥୀ ହାରାହାରି ୧୦ କୋଟି ଟଙ୍କାର ସମ୍ପତ୍ତି ଧାରଣ କରୁଥିବାବେଳେ ବିଜେପି ପ୍ରାର୍ଥୀଙ୍କ ପାଖରେ ରହିଛି ହାରାହାରି ୪ କୋଟି ଟଙ୍‌କାର ସମ୍ପତ୍ତି। ଆଉ ବିଜେଡି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ଭୂଲ୍ୟ ହେଉଛଇ ୨ କୋଟି।

ସବୁଠୁ ଧନୀ, କମ୍‌ ଋଣ

ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ୧୧ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଓଡ଼ିଶାର ୪ଟି ନିର୍ଚବାନ ମଣ୍ଡଳୀ ସ୍ଥିର କରାଯାଇଚଇ । ସେଗୁଡ଼ିକ ହେଲା ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି। ଏହି ୪ ନିର୍ବାଚନ ମଣ୍ଡଳୀରୁ ସାଂସଦ ହେବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୨୬ ଜଣ। ସେଥିରୁ ୧୭ ଜଣ ହେଉଛନ୍ତି ସ୍ଵାଧୀନ ପ୍ରାର୍ଥୀ। ଏହି ପ୍ରାର୍ଥୀଙ୍କ ଭିତରୁ ସବୁଠାରୁ ଧନୀ ହେଉଛନ୍ତି ଭି ଚନ୍ଦ୍ରଶେଖର ନାଇଡ଼ୁ। ସେ ବ୍ରହ୍ପପୁର ଲୋକସଭା ମଣ୍ଡଳୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ମୂଲ୍ୟ ହେଉଛି ୩୬ କୋଟି। ତାଙ୍କ ତଳକୁ ରହିଛନ୍ତି ନବରଙ୍ଗପୁରର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ଯାହାଙ୍କ ସମୁଦାୟ ସମ୍ପତ୍ତିମୂଲ୍ୟ ୮ କୋଟି ହୋଇଥିବାବେଳେ କୋରାପୁଟ ବିଜେପି ପ୍ରାର୍ଥୀ ଜ୍ରରାମ ପାଙ୍ଗୀଙ୍କ ସମ୍ପତ୍ତିି ଭୂଲ୍ୟ ହେଉଛି ୪ କୋଟି ଟଙ୍କା।

ସତ୍ୟପାଠ ଦାଖଲ କରିଥିବା ଏହି ପ୍ରାର୍ଥୀମାନଙ୍କ ଭିତରୁ କିଏ କେତେ ଋଣୀ ତାହା ବି ଏଡିଆର୍‌ ପକ୍ଷରୁ ଅନୁଶୀଳନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସବୁଠାରୁ ଋଣୀ ହେଉଛନ୍ତି କଳାହାଣତଡି ଲୋକସଭା ପ୍ରାଥ;ୀ ଭକ୍ତଚରଣ ଦାସ। ତାଙ୍କ ସମୁଦାୟ ସମ୍ପତ୍ତି ୧କୋଟି ଦର୍ଶାଯାଇଛି। ଆଉ ତାଙ୍କ ଉପରେ ଋଣ ପରିମାଣ ହେଉଛି ୭୦ ଲକ୍ଷ। କିନ୍ତୁ ଚନ୍ଦ୍ରଶେଖର ନାଇଡ଼ୁଙ୍କ ଋଣ ସମସ୍ତ ପ୍ରାର୍ଥୀଙ୍କଠାରୁ କମ୍‌। ସେ ମାତ୍ର ୮ହଜାର ଟଙ୍କା ଋଣ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ହାତରେ ନାହିଁ ଧନ

କେହି କେହି ଏହାକୁ ତାଚ୍ଛଲ୍ୟ କରିପାରନ୍ତି। କିନ୍ତୁ ଏମିତି ବି ଉତ୍ସାହୀ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଅର୍ଥ ଆବଶ୍ୟକତାକୁ ନିର୍ବାଚନ ଲଢ଼ିବା ସହ ତୁଳନା କରନ୍ତି ନାହିଁ। ଏ ଭିତରେ ସବୁଠୁ ଆଗରେ ଅଛନ୍ତି କୋରାପୁଟ ଲୋକସଭା ପ୍ରାଥ;ୀ ରାଜେନ୍ଦ୍ର କେନ୍ଦ୍ରୁକା। ସେ ସିପିଆଇଏମଏଲ୍‌ର ପ୍ରାର୍ଥୀ। ନିଜ ନାଁରେ ଅପରାଧିକ ମାମଲା ରହିଛି। କିନ୍ତୁ ସେ ରାଜନୀତି କରିବାକୁ ଆଗ୍ରହୀ। ତାଙ୍କ ପାଖଷର ସମୁଦାୟ ଟଙ୍କା ପରିମାଣ ହେଉଛଇ ୫୬୫ ଟଙ୍କା। ଏହି ନଗଦ ହେଉଛଇ ତାଙ୍କର ସମସ୍ତ ସମ୍ପତ୍ତିି ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ଖାଲି ସେତିକି ନୁହେଁ ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲଢ଼ୁଥିବା ପ୍ରାର୍ଙ୍କଥୀ ଭିତରେ କମ୍‌ ସମ୍ପତ୍ତି ଧାରଣ କରୁଥିବା ତାଲିକାରେ ତାଙ୍କ ସ୍ଥାନ ଦ୍ଵିତୀୟରେ ରହିଛି।

ଖାଲି କେନ୍ଦ୍ରୁକା ନୁହନ୍ତି ରାଜ୍ୟରେ ଏମିତି ଯେଉଁମାନଙ୍କ ପାଖରେ ଧନ ପ୍ରାଥ;ୀ ହେବା ସ୍ଵପ୍ନକୁ ରୋକ୍‌ ଦେଇପାରିନି ସେମାନଙ୍କ ଭିତରେ ରହିଛନ୍ତି, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ କେ. ଶ୍ୟାମବାବୁ ଏଂବ କୋରାପୁଟ ପ୍ରାର୍ଥୀ ଦାମୋଦର ଶବର।


ପିନାକୀ-ସମ୍ୱିତ କଥା କଟାକଟି

http://odishatime.com/pinaki-challenge-sambit-for-open-debate/

Leave a Reply

Your email address will not be published. Required fields are marked *