ଟିକେଟ ଫେରାଇଥିବା ଦୁଇଟି ଆସନରୁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

୧ମ ପର୍ଯ୍ୟାୟ ମତଦାନଙ୍କୁ ଆଉ ଗୋଟିଏ ଦିନ ଅନ୍ତର ଥିବାବେଳେ ରାଜ୍ୟ କଂଗ୍ରେସର କେଁ ଏ ଯାଏଁ ସରୁନି । ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି । ବଡ଼ଚଣା ଓ ନିମାପଡ଼ାରେ ନୂଆ ପ୍ରାର୍ଥୀଙ୍କୁ ପୁଣି ଟିକେଟ୍‌ ଦେଇଛି । ବଡ଼ଚଣାରୁ ଅଜୟ ଦାସ ଓ ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କ ଉପରେ ଦଳ ଭରସା କରିଛନ୍ତି ।

ଗତକାଲି ବଡ଼ଚଣାରୁ ପ୍ରାର୍ଥୀ ହୋଇଥିବା ସୀତାକାନ୍ତ ମହାପାତ୍ର ନିର୍ବାଚନ ଲଢ଼ିବେନି କହିଥିଲେ । ସେହିପରି ପୁରୀ ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ର ନିମାପଡ଼ାରୁ ପାଇଥିବା ଟିକେଟ୍‌ ଫେରାଇ ଦେଇଥିଲେ । ଶେଷ ସମୟରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାରୁ ଲୋକଙ୍କ ପାଖକୁ ଯିବାକୁ ଆଉ ସମୟ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଦଳ ହରଡ଼ଘଣାରେ ପଡ଼ିଥିଲା ଏବଂ ପୁଣି ଥରେ ଶେଷ ମୂହୂର୍ତ୍ତରେ ପ୍ରାର୍ଥୀ ବଦଳାଇଛି । 

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published. Required fields are marked *