କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁ ବି ରହିଛି। ସେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ସେ ଚଳିତ ନିର୍ବାଚନରେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛି। ଘଷିପୁରାରୁ ସେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି।

ସେହିପରି ଭଦ୍ରକରୁ ନଳିନୀକାନ୍ତ ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଥିବା ବେଳେ ବଡ଼ଚଣାରୁ ସୀତାକାନ୍ତ ମହାପାତ୍ର, ଧର୍ମଶାଳାରୁ କିଷାନ ପଣ୍ଡା, ସାଲେପୁରରୁ ରବୀନ୍ଦ୍ରନାଥ କର, ମହାକାଳପଡ଼ାରୁ ବିଭ୍ରାଂଶୁ ଶେଖର ଲେଙ୍କା, ତିର୍ତ୍ତୋଲରୁ ଦେବୀ ପ୍ରସାଦ ମଲ୍ଲିକ, ବାଲିକୁଦା ଏରସମାରୁ ଡ. ଲଲାଟେନ୍ଦୁ ମହାପାତ୍ର ଓ ନିମାପଡ଼ାରୁ ସତ୍ୟବ୍ରତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ମୋଦୀ ହାୱା ଭରସାରେ ଜୁଏଲ


Leave a Reply

Your email address will not be published.