ପୃଥିବୀ ବଲ୍ଳଭ ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ
ଓଡ଼ିଶାର କଂଗ୍ରେସ ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଳଭ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପୂର୍ବ ଆସନ ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏଆଇସିସି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ବିଜ୍ଞପ୍ତି ଅନୁସାରେ ଯାଜପୁର ସଂରକ୍ଷିତ ଲୋକସଭା ଆସନ ପାଇଁ ମାନସ ଜେନାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଟକ ଲୋକସଭା ପାଇଁ ପଞ୍ଚାନନ କାନୁନଗୋଙ୍କୁ ପ୍ରାର୍ଥୀ କରାଯାଇଛି।
ଇାଲେଶ୍ୱର ବିଧାନସଭା ପାଇଁ ମାନସଦାସ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଧର୍ମଶାଳାରୁ ସ୍ମୃତିରଞ୍ଜନ ପହି, ଯାଜପୁରରୁ ସନ୍ତୋଷ କୁମାର ନନ୍ଦ, ହିନ୍ଦୋଳ ସଂରକ୍ଷିତ ଆସନ ପାଇଁ ତ୍ରିନାଥ ବେହେରା, କାମକ୍ଷାନଗର ପାଇଁ ଭବାନୀ ଶଙ୍କର ମହାପାତ୍ର, ବଡ଼ମ୍ୱା ପାଇଁ ବବି ମହାନ୍ତି, ପାରାଦୀପ ପାଇଁ ଅରିନ୍ଦମ ସର୍କେଲ, ପିପିଲି ପାଇଁ ଯୁଧିଷ୍ଠିର ସାମନ୍ତରାୟ ଓ ବେଗୁନିଆ ପାଇଁ ପୃଥିବୀ ବଲ୍ଳଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି।