କଂଗ୍ରେସର ଗୋଟିଏ ଲୋକସଭା ଓ ୯ ବିଧାନସଭାର ପ୍ରାର୍ଥୀ ଘୋଷଣା

କଂଗ୍ରେସ ଆଜି ୧ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଭିମ୍‌ସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ କଂଗ୍ରେସର ସମ୍ୱଲପୁର ବିଧାନସଭାରୁ ପ୍ରାର୍ଥୀ କରିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ଅନୁଯାୟୀ ସମ୍ବଲପୁର ଲୋକସଭା ଆସନରେ ଦଳୀୟ ଟିକେଟରେ ଶରତ ପଟ୍ଟନାୟକ ନିର୍ବାଚନ ଲଢ଼ିବେ। ସେହିପରି ଘଷିପୁରା ଆସନ ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଟିକେଟ ମିଳିଛି। ଏଥିସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ମୈଇଦାନରୁ ଓହରିଛନ୍ତି। ଗତକାଲି ରାତିରେ ସେ ବେଗୁନିଆରୁ ନିର୍ବାଚନ ଲଢିବେ ବୋଲି ତାଲିକା ପ୍ରକାଶ ପାଇଥିଲା।

ଲୋକସଭା

  • ସମ୍ବଲପୁର- ଶରତ ପଟ୍ଟନାୟକ

ବିଧାନସଭା

  • ଘଷିପୁରା- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
  • ସମ୍ବଲପୁର- ଡା. ଅଶ୍ୱିନୀ ପୂଜାହାରୀ
  • ଭୁବନେଶ୍ୱର ମଧ୍ୟ – ରାଜୀବ ପଟ୍ଟନାୟକ
  • ଭୁବନେଶ୍ୱର ଉତ୍ତର- ଇତୀଶ ପ୍ରଧାନ
  • ବେଗୁନିଆ- ପ୍ରଦୀପ ସାହୁ
  • ଚିଲିକା – ପ୍ରଦୀପ ସ୍ୱାଇଁ
  • କଟକ- ଚୌଦ୍ୱାର- ଜଗଦୀଶ ମହାନ୍ତି
  • କଟକ ସଦର- ଅଭିଷେକ ମହାନନ୍ଦ
  • ଜୟଦେବ- ସୁକାନ୍ତ ତିଆଡି ଭୋଇ

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

Leave a Reply

Your email address will not be published.